୫ଜି କଭରେଜ୍‌ରେ ଜିଓ ଶ୍ରେଷ୍ଠ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):୫ଜି କଭରେଜ୍‌ ଉପଲବ୍ଧତା ଏବଂ ଡାଉନଲୋଡ୍‌ ସ୍ପିଡ୍‌ ଅନୁଭୂତି ପ୍ରଦାନ କରିବାରେ ରିଲାଏନ୍ସ ଜିଓ ସର୍ବାଗ୍ରେ ରହିଛି। ବିଶ୍ୱର ଅନ୍ୟତମ ପ୍ରମୁଖ ମାନକ ବିଶ୍ଳେଷଣ ସଂସ୍ଥା ଓପନ ସିଗ୍‌ନାଲ ପକ୍ଷରୁ ପ୍ରକାଶିତ ମୋବାଇଲ ନେଟ୍‌ୱର୍କ ଅନୁଭୂତି ରିପୋର୍ଟରୁ ଏହା ଜଣାପଡିଛି । ଏହି ରିପୋର୍ଟରେ ଉଲ୍ଲେଖ ରହିଥିବା ତଥ୍ୟ ଅନୁଯାୟୀ ଓ ୫ଜି ଉପଲବ୍ଧତା ସମୟ ସ୍କୋରରେ ଜିଓ ୫୭.୬% ସ୍କୋର ସହିତ ସର୍ବାଗ୍ରେ ରହିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ମାତ୍ର ୨୨% ସ୍କୋର ସହିତ ଦ୍ୱିତୀୟ ସ୍ଥାନରେ ରହିଛି ୫ଜି ନେଟ୍‌ୱର୍କର ବ୍ୟାପକ ଉପଲବ୍ଧତା କାରଣରୁ ଜିଓ ୫ଜି ଉପଭୋକ୍ତା ୫ଜିରେ ସଂଯୁକ୍ତ ସମୟର ପ୍ରାୟ ଦୁଇ ତୃତୀୟାଂଶ ସମୟ ଅତିବାହିତ କରୁଥିବା ବେଳେ, ଏୟାରଟେଲ ବ୍ୟବହାରକାରୀମାନେ ୫ଜି କଭରେଜ୍‌ ହେତୁ ୫ଜି ସମୟର କେବଳ ଏକ ଚତୁର୍ଥାଂଶ ସମୟ ଅତିବାହିତ କରୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ସେହିଭଳି ସାମଗ୍ରିକ ଡାଉନ୍‌ଲୋଡ ସ୍ପିଡ୍‌ ଅଭିଜ୍ଞତା କ୍ଷେତ୍ରରେ ଜିଓର ପ୍ରଦର୍ଶନ ମଧ୍ୟ ଉତ୍କୃଷ୍ଟ ରହିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜିଓ ଉପଭୋକ୍ତାଙ୍କ ହାରାହାରି ଡାଉନଲୋଡ୍‌ ସ୍ପିଡ୍‌ ପ୍ରାୟ ୬୨ ଏମ୍‌ବିପିଏସ୍‌ ରହିଥିବା ବେଳେ ଏୟାରଟେଲ କ୍ଷେତ୍ରରେ ଏହା ୪୪.୭ ଏମ୍‌ବିପିଏସ୍‌, ଭୋଡାଫୋନ ଆଇଡିଆ କ୍ଷେତ୍ରରେ ୧୫.୨ ଏମ୍‌ବିପିଏସ୍‌ ଏବଂ ବିଏସ୍‌ଏନ୍‌ଏଲ୍‌ କ୍ଷେତ୍ରରେ ୩.୫ ଏମ୍‌ବିପିଏସ୍‌ ରହିଥିଲା । ସୂଚନାଯୋଗ୍ୟ, ଇଣ୍ଟରନେଟ୍‌ ସର୍ଫିଂ, ବଡ଼ ଫାଇଲ ଡାଉନ୍‌ଲୋଡ୍‌ କରିବା, ଭିଡିଓ ଦେଖିବା ଏବଂ ସଙ୍ଗୀତ ଶୁଣିବା ପାଇଁ ଡାଉନ୍‌ଲୋଡ୍‌ ସ୍ପିଡ୍‌ ଗୁରୁତ୍ୱପୂର୍ଣ୍ଣ। ସାମଗ୍ରିକ କଭରେଜ ଅଭିଜ୍ଞତା ବର୍ଗରେ ମଧ୍ୟ ରିଲାଏନ୍ସ ଜିଓ ସର୍ବାଧିକ ୯୯.୩% ସହିତ ଆଗରେ ରହିଛି । ଜାତୀୟ ସ୍ତରରେ ମଧ୍ୟ ଜିଓ ୫ଜି ଉପଲବ୍ଧତା ବର୍ଗରେ ବେଶ୍‌ ଆଗରେ ରହିଛି । ଜିଓ ବ୍ୟବହାରକାରୀମାନେ ସେମାନଙ୍କର ଦୁଇ ତୃତୀୟାଂଶ ସମୟ ୫ଜି ସହିତ ସଂଯୁକ୍ତ ବୋଲି ଓପନ ସିଗ୍‌ନାଲ ରିପୋର୍ଟରେ କହିଛି। ଜିଓ ନେଟ୍‌ୱର୍କରେ ୫ଜି ଉପଭୋକ୍ତା ୬୬.୭% ସମୟ ସଂଯୁକ୍ତ ରହିଛନ୍ତି, ଯାହା ଏୟାରଟେଲ ତୁଳନାରେ ୩ ଗୁଣା ଅଧିକ। ସେହିପରି ଜିଓ ବ୍ୟବହାରକାରୀଙ୍କର ସର୍ବାଧିକ ସ୍ଥିର ଅଭିଜ୍ଞତା ରହିଛି କାରଣ ଜିଓ ସର୍ବାଧିକ ୬୬.୫% ସ୍କୋର ସହିତ ସ୍ଥିର ଗୁଣବତ୍ତା ବଜାୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କାଉଟ୍‌ସ ଓ ଗାଇଡ୍‌ସ ଶିବିର ଉଦ୍‌ଘାଟିତ: ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍‌ସ ଓ…

ପାଟଣାବାସୀଙ୍କ ଦୀର୍ଘଦିନର ଦାବି ହେଲା ପୂରଣ, ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ…

ପାଟଣା,୫।୨(ବୀର କିଶୋର ଦାଶ): ଓଡ଼ିଶାରେ ଗୁରୁବାର ୫୭ଟି ନୂତନ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ “ଆମ ସାଥୀ “ୟୁନିଫାଏଡ ହ୍ବାଟସ ଆପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଚୋର, ନେଇଗଲେ ୧୦ ଭରି ସୁନା ଗହଣା ସହ…

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଆମପାଣି ଗ୍ରାମର ବ୍ୟବସାୟୀ ସନ୍ତୋଷ କୁମାର ସାହୁ ତାଙ୍କ ପରିବାର ଲୋକଙ୍କ ସହିତ ବୁଧବାର ଘରେ ନ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

ଫେବୃୟାରୀ ୯ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି 

ଭୁବନେଶ୍ୱର,୫।୨: ଆସନ୍ତା ସୋମବାର ଫେବୃଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ…

ମେଘାଳୟରେ ଭୟଙ୍କର ଖଣି ବିସ୍ଫୋରଣ: ୧୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୫।୨: ମେଘାଳୟର ଏକ ବେଆଇନ ଖଣିରେ ବିସ୍ଫୋରଣ ଘଟି ୧୬ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସକାଳେ ଥାଙ୍ଗସ୍କୁ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଏବେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri