ଜିଓ ଫାଇବରର ‘ଡବଲ ଫେଷ୍ଟିଭାଲ ବୋନାଞ୍ଜା’

ନୂଆଦିଲ୍ଲୀ,୧୯ା୧୦: ରିଲାଏନ୍ସ ଜିଓ ପକ୍ଷରୁ ‘ଜିଓ ଫାଇବର ଡବଲ ଫେଷ୍ଟିଭାଲ ବୋନାଞ୍ଜା’ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷ ଅକ୍ଟୋବର ୧୮ ରୁ ୨୮ ମଧ୍ୟରେ ନୂଆ ଜିଓ ଫାଇବର ପ୍ଲାନ୍‌ ଏବଂ ନୂଆ ସଂଯୋଗ ବୁକିଂ କରୁଥିବା ଗ୍ରାହକମାନଙ୍କୁ ଏଥିରେ ୬୫୦୦ ଟଙ୍କା ମୂଲ୍ୟର ଲାଭ ମିଳିବ। ଡବଲ ଫେଷ୍ଟିଭାଲ ବୋନାଞ୍ଜା ଅଫର ୨ଟି ପ୍ଲାନ୍‌ରେ ଉପଲବ୍ଧ, ଯାହା ହେଉଛି ମାସିକ ୫୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ଏବଂ ମାସିକ ୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ସୁବିଧା ରହିଛି। ଏହି ଅଫରର ଲାଭ ପାଇବାକୁ ହେଲେ ଗ୍ରାହକମାନଙ୍କୁ ଏକ ନୂଆ ସଂଯୋଗ ନେବା ସହ ଉପରୋକ୍ତ ୨ ପ୍ଲାନ୍‌ ମଧ୍ୟରୁ ଯେକୌଣସି ଗୋଟିଏ ସବ୍‌ସ୍କ୍ରାଇବ୍‌ କରିବାକୁ ହେବ। ଏହି ଦୁଇ ପ୍ଲାନ୍‌ ବ୍ୟତୀତ ୮୯୯ ଟଙ୍କିଆ ପ୍ଲାନ୍‌ର ୩ ମାସିଆ ରିଚାର୍ଜ ମଧ୍ୟ ୧୦୦% ଭାଲ୍ୟୁ ବ୍ୟାକ୍‌ ଅଫର ପାଇଁ ଯୋଗ୍ୟ ବିବେଚିତ ହେବ। ତେବେ ଏଥିସହିତ ୧୫ ଦିନର ଅତିରିକ୍ତ ବୈଧତା ମିଳିବ ନାହିଁ। ଜିଓ ଫାଇବର ଡବଲ ଫେଷ୍ଟିଭାଲ ବୋନାଞ୍ଜା ଅଫର ୨୦୨୨ ରେ ଯେଉଁ ଗ୍ରାହକମାନେ ଏକ ନୂଆ ଜିଓ ଫାଇବର ସଂଯୋଗ ଏବଂ ୫୯୯ ଟଙ୍କିଆ କିମ୍ବା ୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ବୁକିଂ କରିବେ ସେମାନଙ୍କୁ ୨ ଅତିରିକ୍ତ ଲାଭ ମିଳିବ। ତାହା ହେଉଛି ୧୦୦% ଭାଲ୍ୟୁ ବ୍ୟାକ୍‌ ଓ ୧୫ ଦିନର ଅତିରିକ୍ତ ବୈଧତା। ଯେଉଁ ଗ୍ରାହକମାନେ ଏହି ପ୍ଲାନ୍‌ଗୁଡ଼ିକ ମଧ୍ୟରୁ ଯେକୌଣସି ପ୍ଲାନ୍‌କୁ କିଣିବେ ତାଙ୍କୁ ବିନା କୌଣସି ଅତିରିକ୍ତ ଚାର୍ଜରେ ୬୦୦୦ ଟଙ୍କା ମୂଲ୍ୟର ୪-କେ ଜିଓ ଫାଇବର ସେଟ୍‌ ଟପ୍‌ ବକ୍ସ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri