ଜିଓ ଫାଇବରର ‘ଡବଲ ଫେଷ୍ଟିଭାଲ ବୋନାଞ୍ଜା’

ନୂଆଦିଲ୍ଲୀ,୧୯ା୧୦: ରିଲାଏନ୍ସ ଜିଓ ପକ୍ଷରୁ ‘ଜିଓ ଫାଇବର ଡବଲ ଫେଷ୍ଟିଭାଲ ବୋନାଞ୍ଜା’ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷ ଅକ୍ଟୋବର ୧୮ ରୁ ୨୮ ମଧ୍ୟରେ ନୂଆ ଜିଓ ଫାଇବର ପ୍ଲାନ୍‌ ଏବଂ ନୂଆ ସଂଯୋଗ ବୁକିଂ କରୁଥିବା ଗ୍ରାହକମାନଙ୍କୁ ଏଥିରେ ୬୫୦୦ ଟଙ୍କା ମୂଲ୍ୟର ଲାଭ ମିଳିବ। ଡବଲ ଫେଷ୍ଟିଭାଲ ବୋନାଞ୍ଜା ଅଫର ୨ଟି ପ୍ଲାନ୍‌ରେ ଉପଲବ୍ଧ, ଯାହା ହେଉଛି ମାସିକ ୫୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ଏବଂ ମାସିକ ୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ସୁବିଧା ରହିଛି। ଏହି ଅଫରର ଲାଭ ପାଇବାକୁ ହେଲେ ଗ୍ରାହକମାନଙ୍କୁ ଏକ ନୂଆ ସଂଯୋଗ ନେବା ସହ ଉପରୋକ୍ତ ୨ ପ୍ଲାନ୍‌ ମଧ୍ୟରୁ ଯେକୌଣସି ଗୋଟିଏ ସବ୍‌ସ୍କ୍ରାଇବ୍‌ କରିବାକୁ ହେବ। ଏହି ଦୁଇ ପ୍ଲାନ୍‌ ବ୍ୟତୀତ ୮୯୯ ଟଙ୍କିଆ ପ୍ଲାନ୍‌ର ୩ ମାସିଆ ରିଚାର୍ଜ ମଧ୍ୟ ୧୦୦% ଭାଲ୍ୟୁ ବ୍ୟାକ୍‌ ଅଫର ପାଇଁ ଯୋଗ୍ୟ ବିବେଚିତ ହେବ। ତେବେ ଏଥିସହିତ ୧୫ ଦିନର ଅତିରିକ୍ତ ବୈଧତା ମିଳିବ ନାହିଁ। ଜିଓ ଫାଇବର ଡବଲ ଫେଷ୍ଟିଭାଲ ବୋନାଞ୍ଜା ଅଫର ୨୦୨୨ ରେ ଯେଉଁ ଗ୍ରାହକମାନେ ଏକ ନୂଆ ଜିଓ ଫାଇବର ସଂଯୋଗ ଏବଂ ୫୯୯ ଟଙ୍କିଆ କିମ୍ବା ୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ବୁକିଂ କରିବେ ସେମାନଙ୍କୁ ୨ ଅତିରିକ୍ତ ଲାଭ ମିଳିବ। ତାହା ହେଉଛି ୧୦୦% ଭାଲ୍ୟୁ ବ୍ୟାକ୍‌ ଓ ୧୫ ଦିନର ଅତିରିକ୍ତ ବୈଧତା। ଯେଉଁ ଗ୍ରାହକମାନେ ଏହି ପ୍ଲାନ୍‌ଗୁଡ଼ିକ ମଧ୍ୟରୁ ଯେକୌଣସି ପ୍ଲାନ୍‌କୁ କିଣିବେ ତାଙ୍କୁ ବିନା କୌଣସି ଅତିରିକ୍ତ ଚାର୍ଜରେ ୬୦୦୦ ଟଙ୍କା ମୂଲ୍ୟର ୪-କେ ଜିଓ ଫାଇବର ସେଟ୍‌ ଟପ୍‌ ବକ୍ସ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri