ଜିଓର ବ୍ରଡ୍‌ବ୍ୟାଣ୍ଡ୍‌ ବ୍ୟାକ୍‌ଅପ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୨୯ା୩: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ନୂଆ ‘ବ୍ରଡ୍‌ବ୍ୟାଣ୍ଡ୍‌ ବ୍ୟାକ୍‌ ଅପ୍‌ ପ୍ଲାନ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମାସିକ ମାତ୍ର ୧୯୮ ଟଙ୍କାରେ ସେକେଣ୍ଡ ପିଛା ୧୦ମେଗାବିଟ୍‌ର ଇଣ୍ଟରନେଟ୍‌ ସ୍ପିଡ୍‌ ମିଳିବ। ବିଶେଷକରି ଗ୍ରାହକମାନଙ୍କ ଲାଗି ଇଣ୍ଟରନେଟ୍‌ ସ୍ପିଡ୍‌କୁ ୧୦ ଏମ୍‌ବିପିଏସ୍‌ରୁ ୩୦ ଏମ୍‌ବିପିଏସ୍‌ କିମ୍ବା ୧୦୦ ଏମ୍‌ବିପିଏସ୍‌ ପର୍ଯ୍ୟନ୍ତ ବଢ଼ାଇବାର ସୁଯୋଗ ମିଳିବ। ଅପରପକ୍ଷରେ ଆବଶ୍ୟକ ସମୟରେ ଗ୍ରାହକମାନେ ୧, ୨ ଓ ୭ ଦିନିଆ ଅବଧି ପାଇଁ ମଧ୍ୟ ଇଣ୍ଟରନେଟ୍‌ ସ୍ପିଡ୍‌ ବଢ଼ାଇପାରିବେ। ସେହିଭଳି ଉକ୍ତ ପ୍ଲାନ୍‌ ଜରିଆରେ ଗ୍ରାହକମାନେ ୨୪ ଘଣ୍ଟା ନିରବଚ୍ଛିନ୍ନ ଇଣ୍ଟରନେଟ୍‌ ସଂଯୋଗ ପାଇପାରିବେ। ସଂଯୋଗ ପହଞ୍ଚି ନ ଥିବା ଘରଗୁଡ଼ିକୁ ଉକ୍ତ ପ୍ଲାନ୍‌ ଜରିଆରେ ପାଠପଢ଼ା, କାର୍ଯ୍ୟ, ମନୋରଞ୍ଜନ ଆଦିକୁ ନେଇ ବାଧାମୁକ୍ତ ଅନୁଭୂତି ପାଇପାରିବେ। ଏ ସମ୍ପର୍କରେ ଜିଓର ପ୍ରବକ୍ତା କହିଛନ୍ତି, ଆମେ ଭଲ ଭାବେ ବୁଝୁଛୁ ଯେ ଗ୍ରାହକମାନେ ଘରେ ୨୪ ଘଣ୍ଟା ଭରସାଯୋଗ୍ୟ ବ୍ରଡ୍‌ବ୍ୟାଣ୍ଡ୍‌ ଚାହୁଁଛନ୍ତି। ଏପରିକି ଜିଓ ଫାଇବର ବ୍ୟାକ୍‌ଅପ୍‌ ପ୍ଲାନ୍‌ ଜରିଆରେ ଆମେ ସେମାନଙ୍କ ଘରେ ବିକଳ୍ପ ଭରସାଯୋଗ୍ୟ ବ୍ରଡ୍‌ବ୍ୟାଣ୍ଡ୍‌ ସଂଯୋଗ ପହଞ୍ଚାଇବାକୁ ଚାହୁଁଛୁ। ସେହିପରି ବ୍ୟାକ୍‌ ଅପ୍‌ କନେକ୍ସନର ଏହି ନୂଆ ଚିନ୍ତାଧାରା ଘରଗୁଡ଼ିକୁ ସୁଲଭ ମୂଲ୍ୟରେ ନିଶ୍ଚିତ ଡାଟା ଯୋଗାଣର ଏକ ବିକଳ୍ପ ବ୍ରଡ୍‌ବ୍ୟାଣ୍ଡ୍‌ ସଂଯୋଗ ପ୍ରଦାନ କରୁଛି। ଉକ୍ତ ସଂଯୋଗର ଉଲ୍ଲେଖନୀୟ ଲାଭଗୁଡ଼ିକୁ ଜାଣିବା ପରେ ଗ୍ରାହକମାନେ ଇଚ୍ଛାକଲେ ନିରବଚ୍ଛିନ୍ନ ଭାବେ ହାଇ ସ୍ପିଡ୍‌କୁ ଅପ୍‌ଗ୍ରେଡ୍‌ ହୋଇପାରିବେ। ଉଲ୍ଲେଖଯୋଗ୍ୟ, ନୂଆ ଜିଓ ଫାଇବର ବ୍ୟାକ୍‌ ଅପ୍‌ ସଂଯୋଗ ୨୦୨୩ ମାର୍ଚ୍ଚ ୩୦ରୁ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri