ବିଶ୍ୱକପ୍‌ ଲାଗି ଜିଓ-ଏୟାଟେଲର ସ୍ବତନ୍ତ୍ର ପ୍ଲାନ; ମିଳିବ ଡିଜନୀ+ହଟ୍‌ଷ୍ଟାର ସୁବିଧା

ନୂଆଦିଲ୍ଲୀ,୭।୧୦: ବିଶ୍ୱକପ୍‌ କ୍ରିକେଟ ୨୦୨୩ ଆରମ୍ଭ ହୋଇଛି। ଏହି ଟୁର୍ନାମେଣ୍ଟ ଭାରତରେ ଆୟୋଜିତ ହେଉଥିବାରୁ ପ୍ରଶଂସକଙ୍କ କ୍ରେଜ୍‌ ବଢ଼ିଛି। ତେବେ ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ପକ୍ଷରୁ ନୂଆ ପ୍ଲାନ ଗ୍ରାହକଙ୍କୁ ଭେଟି ଦେଇଛି। ଏସବୁ ପ୍ଲାନରେ ଦର୍ଶକ ବିଶ୍ୱକପ୍‌ ମ୍ୟାଚ୍‌ ଦେଖିପାରିବେ।

ଏୟାରଟେଲ ୨ ପ୍ଲାନ ଆରମ୍ଭ କରିଛି। ଏଥିରେ ୯୯ ଟଙ୍କାରେ ୨ ଦିନ ଲାଗି ଅସୀମିତ ଡାଟା ରହିଛି, ସେହିଭଳି ୪୯ ଟଙ୍କାରେ ଦିନକ ପାଇଁ ୬ ଜିବି ଅତିରିକ୍ତ ଡାଟା ମିଳୁଛି। ଅପରପକ୍ଷେ ଜିଓ ମାସିକ, ତ୍ରୈମାସିକ ଏବଂ ବାର୍ଷିକ ପ୍ଲାନ ଆଣିଛି। ଏଥିରେ ଡାଟା, ଅସୀମିତ ଭଏସ୍‌ କଲ ସହ ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର ମୋବାଇଲ ପ୍ଲାନକୁ ସାମିଲ କରାଯାଇଛି। ମୂଳ ପ୍ଲାନ ୩୨୮ ଟଙ୍କାର ରହିଥିବା ବେଳେ ଏଥିରେ ୨୮ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୧.୫ ଜିବି ଡାଟା ଏବଂ ୩ ମାସ ଯାଏ ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର ମୋବାଇଲ ସୁବିଧା ମିଳିବ।

ଜିଓର ୩୨୮ ଟଙ୍କିଆ ପ୍ଲାନ ସବୁଠାରୁ ଶସ୍ତା। ଏହାଛଡ଼ା କମ୍ପାନୀ ବିଶ୍ୱକପ୍‌କୁ ଧ୍ୟାନରେ ରଖି ୨୮ ଦିନକୁ ୩୮୮ ଟଙ୍କାର ପ୍ଲାନ ଆଣିଛି। ଏହି ପ୍ଲାନରେ ପ୍ରତ୍ୟେହ ୨ଜିବି ଡାଟା ମିଳିବ। ଏଥିସହ ୩ ମାସ ଯାଏ ଡିଜନୀ ପ୍ଲସ ହଟ୍‌ଷ୍ଟାର ମେମ୍ବରଶିପ ମିଳୁଛି। ସେହିଭଳି ଜିଓ ୮୪ ଦିନକୁ ୭୫୮ ଏବଂ ୮୦୮ ଟଙ୍କାର ପ୍ଲାନ ଆଣିଛି। ୭୫୮ ଟଙ୍କାର ପ୍ଲାନରେ ପ୍ରତ୍ୟେହ ୧.୫ ଜିବି ଡାଟା ଏବଂ ୩ ମାସ ଯାଏ ଡିଜନୀ ପ୍ଲସ ହଟ୍‌ଷ୍ଟାର ମୋବାଇଲ ମେମ୍ବରସିପ୍‌ ମିଳୁଛି। ୮୦୮ ଟଙ୍କାର ପ୍ଲାନରେ ୮୪ ଦିନ ଭାଲିଡିଟି ସହ ପ୍ରତ୍ୟେହ ୨ ଜିବି ଡାଟା ମିଳୁଛି। ଏଥିସହ ୩ ମାସ ଯାଏ ଡିଜନୀ ପ୍ଲସ ହଟ୍‌ଷ୍ଟାର ମୋବାଇଲ ମେମ୍ବରସିପ୍‌ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିକ୍‌ ଗାଡ଼ି ଗ୍ରାହକଙ୍କୁ ବଡ଼ ଝଟ୍‌କା, ଅଧା ହୋଇଗଲା ସବସିଡି, ଏବେ ମିଳିବ ମାତ୍ର…

ନୂଆଦିଲ୍ଲୀ, ୧୨।୮: ଆପଣ ଏକ ଇଲେକ୍ଟ୍ରିକ୍ ସ୍କୁଟର୍ କିମ୍ବା ବାଇକ୍ କିଣିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ସରକାରଙ୍କ ପିଏମ୍ ଇ-ଡ୍ରାଇଭ୍ (PM E-DRIVE) ଯୋଜନା ସହ ଜଡ଼ିତ…

ଧାନ ତଳି ଉପାଡୁଥିବାବେଳେ ହେଲା ବଜ୍ରପାତ, ବିଲରେ ଟଳିପଡ଼ିଲେ ମହିଳା, ଆଉ ଜଣେ ଅଚେତ

ପାଟକୁରା,୯ା୮(ରବୀନ୍ଦ୍ର ନାଥ ବାରିକ): ରବିବାର ମଧ୍ୟାହ୍ନରେ ହଠାତ୍‌ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମାରିଥିଲା। ଫଳରେ କେନ୍ଦ୍ରାପଡ଼ା ଜିଲା ଗରଦପୁର ଗ୍ରାମର ଶୁକଦେବ ମଲ୍ଲିକଙ୍କ ସ୍ତ୍ରୀ ଟିକି(୪୨)…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri