ଜିଓ ଏୟାରଫାଇବର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୮।୧: ବିଶ୍ୱର ସର୍ବବୃହତ୍‌ ଘରୋଇ ମୋବାଇଲ ଡାଟା ନେଟ୍‌ୱର୍କ ରିଲାଏନ୍ସ ଜିଓର ଓଡ଼ିଶା ୟୁନିଟ୍‌ ପକ୍ଷରୁ ସାରା ଓଡ଼ିଶାରେ ୩୦ରୁ ଊଦ୍ଧର୍‌ବ ସହର ଓ ନଗରକୁ ବିଶ୍ୱମାନର ସର୍ବାଧୁନିକ ଜିଓ ଏୟାରଫାଇବର ସେବା ସମ୍ପ୍ରସାରଣ କରାଯାଇଛି। ଏପରିକି ପ୍ରାରମ୍ଭିକ ଭାବେ ୨୦୨୩ ନଭେମ୍ବରରେ ଭୁବନେଶ୍ୱର ଓ କଟକ ସହରରେ ଉକ୍ତ ସେବାର ଶୁଭାରମ୍ଭ ହୋଇଥିଲା। ଜିଓ ଏୟାରଫାଇବର ସେବା ବର୍ତ୍ତମାନ ରାଜ୍ୟର ୩୦ସହର ଓ ନଗରକୁ ସମ୍ପ୍ରସାରଣ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସହିତ ଓଡ଼ିଶାର ଡିଜିଟାଲ ଦୃଶ୍ୟପଟରେ ଉଲ୍ଲେଖନୀୟ ପରିବର୍ଦ୍ଧନର ଏକ ନିଦର୍ଶନ ପାଲଟିଛି। ଜିଓ ଏୟାରଫାଇବର ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟା ଦୂର କରିବ ଏବଂ ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡ୍‌ବ୍ୟାଣ୍ଡ୍‌ ସୁବିଧା ସହିତ ସଂଯୁକ୍ତ କରିବ। ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସୁବିଧା ସେମାନଙ୍କ ପରିସରକୁ ଅପ୍‌ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁ ନ ଥିଲା। ଜିଓ ଏୟାରଫାଇବର ଟିଭି ଅଥବା ବ୍ରଡ୍‌ବ୍ୟାଣ୍ଡ୍‌ ବ୍ୟବହାରକାରୀଙ୍କୁ ଗୋଟିଏ ସମନ୍ବିତ ସେବା ଜରିଆରେ ଯୋଗାଇ ଦିଆଯାଉଥିବା ଏକ ବିଶ୍ୱମାନର ସର୍ବାଧୁନିକ ହୋମ୍‌ ଏଣ୍ଟରଟେଣ୍ଟମେଣ୍ଟ ବ୍ରଡବ୍ୟାଣ୍ଡ୍‌ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନତି ହେବାର ସୁଯୋଗ ପ୍ରଦାନ କରୁଛି। ଜିଓ ଏୟାରଫାଇବର ପ୍ଲାନ୍‌ରେ ଗ୍ରାହକଙ୍କୁ ଅସୀମିତ ଡାଟା ସହିତ ୩୦ ଏମ୍‌ବିପିଏସ୍‌ ଓ ୧୦୦ଏମ୍‌ବିପିଏସ୍‌ ଭଳି ଦୁଇ ପ୍ରକାର ସ୍ପିଡ୍‌ର ପ୍ଲାନ୍‌ ଉପଲବ୍ଧ ହେଉଛି, ପ୍ରାରମ୍ଭିକ ୩୦ ଏମ୍‌ବିପିଏସ୍‌ ପ୍ଲାନ୍‌ର ମୂଲ୍ୟ ୫୯୯ ଟଙ୍କା ରହିଥିବାବେଳେ ୧୦୦ ଏମ୍‌ବିପିଏସ୍‌ ପ୍ଲାନ୍‌ର ମୂଲ୍ୟ ୮୯୯ ଟଙ୍କା ରହିଛି। ଏପରିକି ଉଭୟ ପ୍ଲାନ୍‌ରେ ୫୫୦ରୁ ଅଧିକ ଡିଜିଟାଲ୍‌ ଚ୍ୟାନେଲ୍‌ ଓ ୧୪ଟି ଲୋକପ୍ରିୟ ମନୋରଞ୍ଜନ ଓଟିଟି ଆପ୍‌ ଉପଲବ୍ଧ। ଜିଓ ଏୟାରଫାଇବର ପ୍ଲାନ୍‌ରେ ୧୦୦ଏମ୍‌ବିପିଏସ୍‌ ସ୍ପିଡ୍‌ ରହିଥିବା ଏକ ୧୧୯୯ଟଙ୍କିଆ ପ୍ଲାନ୍‌ ମଧ୍ୟ ରହିଛି, ଯେଉଁଥିରେ ୫୫୦ରୁ ଅଧିକ ଡିଜିଟାଲ୍‌ ଚ୍ୟାନେଲ୍‌ ଏବଂ ନେଟ୍‌ଫ୍ଲିକ୍ସ, ଆମାଜନ ଓ ଜିଓ ସିନେମା ଭଳି ପ୍ରିମିୟମ ଓଟିଟି ସବ୍‌ସ୍କ୍ରିପସନ ସମେତ ୧୬ରୁ ଅଧିକ ମନୋରଞ୍ଜନ ଓଟିଟି ଆପ୍‌ ଉପଲବ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?