ଆଇଫୋନ୍‌ରେ ଜିଓ ୫ଜିର ସେବା

ନୂଆଦିଲ୍ଲୀ,୧୭।୧୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଆଇଫୋନ୍‌ ୧୨ ଓ ପରବର୍ତ୍ତୀ ଆଇଫୋନ୍‌ ମଡେଲଗୁଡ଼ିକ ପାଇଁ ଆଇଫୋନ ମଡେଲରେ ଜିଓ ୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏପରିକି ୨୦୨୨ ଡିସେମ୍ବର ୧୫ରୁ ଆଇଫୋନ୍‌ ୧୨ ଓ ପରର୍ବତ୍ତୀ ଆଇଫୋନ୍‌ ମଡେଲଗୁଡ଼ିକରେ ଅସୀମିତ ଡାଟା ସହ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହେଉଛି। ବିଶେଷକରି ଏହାର ବ୍ୟବହାରକାରୀମାନଙ୍କୁ ଆଇଫୋନ୍‌ର ସଦ୍ୟତମ ଆଇଓଏସ୍‌ ଏବଂ କ୍ୟାରିୟର ସେଟିଂକୁ ଅପ୍‌ଡେଟ୍‌ କରିବାକୁ ପଡ଼ିବ। ସେହିଭଳି ଜିଓ ଟ୍ରୁ-୫ଜି ସେବା ଆରମ୍ଭ ହୋଇସାରିଥିବା ସହରଗୁଡ଼ିକରେ ଅସୀମିତ ୫ଜି ବ୍ୟବହାର ପାଇଁ ଆଇଫୋନ୍‌ ଗ୍ରାହକମାନଙ୍କୁ ସକ୍ଷମ କରିବା ଲାଗି କମ୍ପାନୀ ପକ୍ଷରୁ ସେମାନଙ୍କ ନମ୍ବରରେ ଜିଓ ୱେଲ୍‌କମ୍‌ ଅଫର ମଧ୍ୟ ପ୍ରଦାନ କରାଯାଇଛି। ଅପରପକ୍ଷରେ ଆଇଫୋନ୍‌ ୧୨ମିନି, ଆଇଫୋନ୍‌ ୧୨, ଆଇଫୋନ୍‌ ୧୨ପ୍ରୋ, ଆଇଫୋନ୍‌ ୧୨ପ୍ରୋ ମ୍ୟାକ୍ସ, ଆଇଫୋନ୍‌ ୧୩ ମିନି, ଆଇଫୋନ୍‌ ୧୩, ଆଇଫୋନ୍‌ ୧୩ ପ୍ରୋ, ଆଇଫୋନ୍‌ ୧୩ ପ୍ରୋ ମ୍ୟାକ୍ସ, ଆଇଫୋନ୍‌ ଏସ୍‌ଇ ୨୦୨୨ (ଥାର୍ଡ ଜେନେରେଶନ), ଆଇଫୋନ୍‌ ୧୪, ଆଇଫୋନ୍‌ ୧୪ ପ୍ଲସ୍‌, ଆଇଫୋନ୍‌ ୧୪ ପ୍ରୋ, ଆଇଫୋନ୍‌ ୧୪ ପ୍ରୋ ମ୍ୟାକ୍ସରେ ବର୍ତ୍ତମାନ ଜିଓର ଟ୍ରୁ-୫ଜି ସେବା ହାସଲ କରିହେବ। ସେହିପରି ଆଇଫୋନ୍‌ ଡିଭାଇସ୍‌ରେ ୫ଜି ସେବାକୁ ଭାରତରେ ବ୍ୟବହାର କରିବା ସୁବିଧା ପ୍ରଦାନ କରିବା ଲାଗି ନଭେମ୍ବର ମାସର ପ୍ରଥମ ସପ୍ତାହରେ ଆପଲ୍‌ ପକ୍ଷରୁ କମ୍ପାନୀର ବିଟା ସଫ୍ଟଓ୍ବେର ପ୍ଲାଟ୍‌ଫର୍ମରେ ଅପ୍‌ଡେଟ୍‌ ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?