ଜିମ୍‌ନିର ଅଫ୍‌ ରୋଡ୍‌ ଡ୍ରାଇଭିଂ ଅନୁଭୂତି

ଭୁବନେଶ୍ୱର,୫।୯: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ(ଏମ୍‌ଏସ୍‌ଆଇଏଲ୍‌)ର ଅଗ୍ରଣୀ ମଡେଲ ଜିମ୍‌ନି ପକ୍ଷରୁ ନିକଟରେ ଏକ ଅଫ୍‌ ରୋଡିଂ ଏକ୍ସପେରିଏନ୍ସ କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି। ବିଶେଷକରି ସାରା ଦେଶରେ ଜିମ୍‌ନି ଗ୍ରାହକଙ୍କୁ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲରଗୁଡିକ ଜରିଆରେ ଏକତ୍ରିତ କରାଇବା ସହିତ ଏକ ଦୁଃସାହସିକ ଅଫ୍‌ ରୋଡ୍‌ ଡ୍ରାଇଭିଂ ଅନୁଭୂତି ଜିମ୍‌ନି ଗାଡି ଚାଳକଙ୍କୁ ବିଶେଷଜ୍ଞଙ୍କ ମାଧ୍ୟମରେ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଏମ୍‌ଏସ୍‌ଆଇଏଲ୍‌ର ସ୍ବୀକୃତିପ୍ରାପ୍ତ ଡିଲର ନେକ୍ସା ରାଜଭବନ (ନାରାୟଣୀ ମୋଟର୍ସ) ପକ୍ଷରୁ ଏକ ସ୍ବତନ୍ତ୍ର ‘ଅଫ୍‌ ରୋଡିଂ ଏକ୍ସପେରିଏନ୍ସ ଉଇଥ ନ୍ୟୁ ଜିମ୍‌ନି ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷ କରି ଉକ୍ତ କାର୍ଯ୍ୟକ୍ରମରେ ଜିମ୍‌ନି ଚାଳକ (ଗାଡ଼ି ମାଲିକ)ମାନେ ସ୍ବତନ୍ତ୍ର ଭାବେ ଅଂଶ ଗ୍ରହଣ କରିଥିଲେ।
ଏ ସମ୍ପର୍କରେ ନେକ୍ସା ରାଜଭବନ (ନାରାୟଣୀ ମୋଟର୍ସ)ର ପରିଚାଳନା ନିଦ୍ଦେର୍ଶକ ପୁରୁଷୋତ୍ତମ ବୁଦ୍ଧରାଜ କହିଛନ୍ତି, ଗ୍ରାହକଙ୍କ ସନ୍ତୁଷ୍ଟି ଏବଂ ଏକ ଦୁଃସାହସିକ ଗାଡି ଚାଳନା ସୁଯୋଗ ପ୍ରଦାନ କରିବାକୁ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଜିମ୍‌ନି ଚାଳକମାନଙ୍କୁ ଏକ ଉତ୍ସାହଜନକ ଅଭିଜ୍ଞତା ସହିତ ଜିମ୍‌ନିର ଅପୂର୍ବ କ୍ଷମତା ଏବଂ ଚ୍ୟାଲେଞ୍ଜକୁ ବିଭିନ୍ନ ପୃଷ୍ଠଭୂମିରେ ପ୍ରଦର୍ଶିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚିଛପି ଏହି କାମ କରୁଛନ୍ତି ବିରାଟ କୋହଲି: ଫଟୋ ଭାଇରାଲ ପରେ ଜଣାପଡ଼ିଲା…

ଲଣ୍ଡନ,୩।୭:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଚାଲିଛି। ପ୍ରଥମ ମ୍ୟାଚ ବର୍ଷା ଯୋଗୁ ଧୋଇ ଯାଇଥିଲା। ଦ୍ୱିତୀୟ ମ୍ୟାଚ ଆଜି ଖେଳାଯିବ।…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୩ା୭:  ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସ୍ଥିତି ଉପରେ ଅନୁଧ୍ୟାନ କରୁଛୁ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ…

ଚମତ୍କାର କଲେ ରାହୁଲ ଦ୍ରାବିଡଙ୍କ ପୁଅ: ମହାରାଜା ଟ୍ରଫିରେ…

ନୂଆଦିଲ୍ଲୀ,୩।୭: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରାହୁଲ ଦ୍ରାବିଡଙ୍କ ବଡ଼ ପୁଅ ସମିତ ଦ୍ରାବିଡ ପୁଣିଥରେ ତାଙ୍କ ବ୍ୟାଟିଂ ଦକ୍ଷତା ସହିତ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ମହାରାଜା ଟ୍ରଫି…

କରୁର୍ ଦଳାଚକଟା; ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୪୧ ମୃତକଙ୍କ ପରିବାରକୁ ମିଳିବ ସରକାରୀ ଚାକିରି!

ଚେନ୍ନାଇ,୩ା୭: କରୁରରେ ଟିଭିକେ ନେତା ବିଜୟଙ୍କ ପ୍ରଚାର ସମୟରେ ଦଳାଚକଟାରେ ୪୧ଜଣଙ୍କ ଜୀବନ ଯଆଇଥିଲେ । ଏହି ଘଟଣାରେ ଗୁରୁବାର ଦିନ ସି ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ…

ମେଡିକାଲ ଆଗରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ

ବେଲପାହାଡ଼,୩ା୭(ସୁବାସ ପ୍ରଧାନ): ବେଲପାହାଡ଼ ପୌରାଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ କାଣ୍ଡ ଘଟିଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଉତ୍ତେଜନା ପ୍ରକାଶ…

Cristiano Ronaldo Retirement Plans: ବିଶ୍ୱକପ ପରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଅବସର ନେବେ? ଭଉଣୀ କହିଲେ ବଡ଼ କଥା

ଲିସବନ,.୩।୭: କ୍ରିଷ୍ଟିଆନୋ ରୋନାଲ୍ଡୋ ଗୁରୁବାର ଫିଫା ବିଶ୍ୱକପ ନକଆଉଟ ମ୍ୟାଚରେ ସବୁଠାରୁ ବୟସ୍କ ଖେଳାଳି ହୋଇ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି। ଗୁରୁବାର ରାଉଣ୍ଡ ଅଫ…

ମାଲାମାଲ ଅକ୍ଷୟ: ଗୋଟିଏ ମାସରେ ୪ ଫ୍ଲାଟ୍‌ ବିକି ଏତିକି ଟଙ୍କା କଲେ ଲାଭ

ବଲିଉଡ ଅଭିନେତା ଅକ୍ଷୟ କୁମାର କେବଳ ଚଳଚ୍ଚିତ୍ରରୁ ନୁହେଁ ବରଂ ରିଅଲ ଇଷ୍ଟେଟରୁ ମଧ୍ୟ ରୋଜଗାର କରୁଛନ୍ତି। ସାମ୍ପ୍ରତିକ ମାସ ଗୁଡ଼ିକରେ ତାଙ୍କର ପ୍ରୋଜେକ୍ଟ ‘ଭୂତ ବଙ୍ଗଳା’…

ପେଟ୍ରୋଲରେ ଇଥାନଲ ମିଶାଇଲେ ଗାଡ଼ିର ମାଇଲେଜ କମିଯାଏ କି? କେନ୍ଦ୍ରମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୩।୭: ପେଟ୍ରୋଲରେ ଇଥାନଲ ବ୍ୟବହାର ନେଇ ଦେଶରେ ବର୍ତ୍ତମାନ ଏକ ଉଷ୍ମ ବିତର୍କ ଚାଲିଛି। ଏହି ପ୍ରସଙ୍ଗକୁ ସମ୍ବୋଧିତ କରି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri