Posted inଖେଳ

ପ୍ରତ୍ୟେହ ଟ୍ରେନିଂ ପାଇଁ ଯିବାକୁ ପଡ଼ୁଥିଲା ୮୦ କିମି: ଗୋଟିଏ ମ୍ୟାଚ୍‌ ବଦଳାଇ ଦେଇଥିଲା ଏହି ମହିଳା କ୍ରିକେଟରଙ୍କ ଜୀବନ

ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଷ୍ଟାର ବୋଲର୍‌ ହେଉଛନ୍ତି ଝୁଲନ ଗୋସ୍ବାମୀ। ସେ ମହିଳା ଏକଦିବସୀୟ ମ୍ୟାଚ୍‌ରେ ସବୁଠାରୁ ଅଧିକ ଉଇକେଟ ନେଇଥିବା ଖେଳାଳି। ୧୮୫ ମ୍ୟାଚ୍‌ରେ ୨୨୫ଟି ଉଇକେଟ ନେଇଛନ୍ତି ସେ। ଏହାଛଡ଼ା ଟି୨୦ ମ୍ୟାଚ୍‌ରେ ସେ ୫୬ଟି ଉଇକେଟ ନେଇଛନ୍ତି। ଝୁଲନଙ୍କ ଏହି ସଫଳତା କଠିନ ପରିଶ୍ରମର ଫଳ।

ପଶ୍ଚିମବଙ୍ଗର ଚକଦାହାରୁ ଆସିଥିବା ଝୁଲନ କଲିକତାର ଇଡେନ ଗାର୍ଡେନ୍‌ ପଡ଼ିଆରେ ଦେଖିଥିବା ଏକ ମ୍ୟାଚ୍‌ ତାଙ୍କ ଜୀବନର ଗତିପଥ ବଦଳାଇଦେଇଥିଲା। ମାତ୍ର ୧୫ ବର୍ଷ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ଝୁଲନ। ଚକଦାହାରୁ ୮୦ କିମି ଦୂର ଯାତ୍ରା କରି ପ୍ରତିଦିନ ସେ ଟ୍ରେନିଂ ପାଇଁ ଯାଉଥିଲେ। ସକାଳ ୪ଟାରୁ ତାଙ୍କୁ ଟ୍ରେନ୍‌ ପାଇଁ ଅପେକ୍ଷା କରିବାକୁ ପଡ଼ୁଥିଲା। ସେତେବେଳେ ସେ କଲିକତାରୁ ଖେଳିବା ଆରମ୍ଭ କରିଥିଲେ।

୧୯୯୭ରେ ମହିଳା ବିଶ୍ୱକପ୍‌ ଦେଖିବାର ସୌଭାଗ୍ୟ ମିଳିଥିଲା ଝୁଲନଙ୍କୁ। ଏହି ମ୍ୟାଚ୍‌ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିଲା। ଉକ୍ତ ମ୍ୟାଚ୍‌ରେ ଝୁଲନ୍‌ ‘ବଲ୍‌ ଗର୍ଲ’ ଥିଲେ। ସେଠାରେ ସେ ବିଶ୍ୱର ପ୍ରତିଭାଶାଳି ମହିଳା କ୍ରିକେଟରମାନଙ୍କୁ ଦେଖିଥିଲେ। ଏହା ତାଙ୍କୁ ପ୍ରେରଣା ଯୋଗାଇଥିଲା। ଏହି ମ୍ୟାଚ୍‌ ପୂର୍ବରୁ ସେ କେବଳ କ୍ରିକେଟ ଖେଳୁଥିଲେ। ମ୍ୟାଚ୍‌ ଦେଖିବା ପରେ ସେ କ୍ରିକେଟକୁ ନିଜର କ୍ୟାରିୟର କରିବା ନିଷ୍ପତ୍ତି ନେଇଥିଲେ। ପରେ ୨୦୦୨ରେ ସେ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଭାରତ ପକ୍ଷରୁ ପ୍ରଥମ ଏକଦିବସୀୟ ମ୍ୟାଚ୍‌ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri