ଥରୁଛି ଝାରସୁଗୁଡ଼ା: ରାଜ୍ୟର ସବୁଠାରୁ ଥଣ୍ଡା ସହର

ଝାରସୁଗୁଡ଼ା,୧୪।୧(ଆଶିଷ ରଞ୍ଜନ ଦାଶ ): ଚଳିତ  ବର୍ଷ ଝାରସୁଗୁଡ଼ା ଜିଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏହା ରାଜ୍ୟର ସବୁଠାରୁ ଥଣ୍ଡା ସହର ରେକର୍ଡ ହୋଇଛି। ବୁଧବାର ସକାଳ ୫ଟା ୩୦ ରେ ସର୍ବନିମ୍ନ ତାପମାତ୍ରା ୮. ୬ ଡିଗ୍ରୀ ସହ ପୁଣି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ ହୋଇଛି। ଜିଲାରେ ପ୍ରବଳ ଥଣ୍ଡା ସାଙ୍ଗକୁ ଶୀତ ଲହରୀ ମଧ୍ୟ ଜାରି ରହିଛି।
ପ୍ରବଳ ଥଣ୍ଡା ଯୋଗୁ ସକାଳ ୯ ପର୍ଯ୍ୟନ୍ତ ଝାରସୁଗୁଡା ଜିଲାର ଲୋକମାନେ ବାହାରକୁ ବାହାରି ପାରୁ ନ ଥିବା ବେଳେ ରାତି ପ୍ରାୟ ୮ ଟା ପରେ ଝାରସୁଗୁଡା ସହର ସହିତ ଜିଲାର ବହୁସ୍ଥାନ ଶୂନଶାନ ହୋଇ ଯାଉଛି।
Dharitri – Odisha’s No.1 Odia Daily