ହେମନ୍ତ-କଳ୍ପନା ସୋରେନଙ୍କ ପାଖରେ ରହିଛି ଏତେ ଟଙ୍କା, ଜାଣିଲେ ହୋଇଯିବେ ତାଜୁବ୍‌

ରାଞ୍ଚି/ନୂଆଦିଲ୍ଲୀ,୩୧।୧: ଜମି ଦୁର୍ନୀତି ଓ ମନି ଲଣ୍ଡ୍ରିଂ ମାମଲାରେ ଫସିଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଟିଭି ଚ୍ୟାନେଲ ଠାରୁ ଆରମ୍ଭ କରି ଖବରକାଗଜ ଯାଏଁ ସିଏ ସବୁଠାରେ ଶିରୋନାମା ମଣ୍ଡନ କରିଛନ୍ତି। ୧୯୯୭ରେ ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଚୌକି ଛାଡ଼ିବାକୁ ପଡ଼ିଥିଲା। ଲାଲୁଙ୍କ ଇସ୍ତଫା ପରେ ତାଙ୍କ ସ୍ତ୍ରୀ ରାବ୍ରି ଦେବୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାର ୨୬ ବର୍ଷ ପରେ ପଡ଼ୋଶୀ ଝାଡ଼ଖଣ୍ଡରେ ସମ୍ଭବତଃ ଅନୁରୂପ ଘଟଣାକ୍ରମ ଦେଖିବାକୁ ମିଳିପାରେ। ଅନୁମାନ କରାଯାଉଛି କି ସୋରେନଙ୍କୁ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ତାଙ୍କୁ ଗିରଫ କରିପାରେ।
ତେବେ ମନି ଲଣ୍ଡ୍ରିଂ ମାମଲାରେ ଫସିଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ମୁଖିଆ ସୋରେନ ଓ ତାଙ୍କ ସ୍ତ୍ରୀ କଳ୍ପନାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି କି…

୨୦୧୯ ନିର୍ବାଚନ ପୂର୍ବରୁ ଝାଡଖଣ୍ଡର ସିଏମ ହେମନ୍ତ ସୋରେନ ତାଙ୍କର ମୋଟ ସମ୍ପତ୍ତିର ସତ୍ୟପାଠ ଦାଖଲ କରିଥିଲେ। ଯେଉଁଥିରେ ସେ କୋଟି କୋଟି ଟଙ୍କାର ମାଲିକ ବୋଲି ଜଣାପଡିଛି। MyNeta.com ରେ ଉପଲବ୍ଧ ସୂଚନା ଅନୁଯାୟୀ, ଜେଏମଏମ ନେତା ତଥା ଶିବୁ ସୋରେନଙ୍କ ପୁଅ ହେମନ୍ତଙ୍କ ମୋଟ ସମ୍ପତ୍ତି ୮,୫୧,୭୪,୧୯୫ ଟଙ୍କା ରହିଛି।

୨୦୧୯ରେ ତାଙ୍କର ନେଟ୍‌ ଓ୍ବର୍ଥ ୮କୋଟି ଟଙ୍କା ବୋଲି ଘୋଷଣା କରିଥିବାବେଳେ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୨୫ ଲକ୍ଷ ଟଙ୍କା ଜମା ରହିଛି। ସୋରେନ ଏବଂ ତାଙ୍କ ସ୍ତ୍ରୀଙ୍କର ପ୍ରାୟ ୭,୨୪,୬୧୨ ଟଙ୍କା ମୂଲ୍ୟର ସେୟାର, ବଣ୍ଡ ଏବଂ ଡିଭିଏନଞ୍ଚର ରହିଛି। ଜେଏମଏମ ନେତାଙ୍କର ୨୬,୮୧,୫୮୯ ଟଙ୍କା ମୂଲ୍ୟର ପୋଷ୍ଟଅଫିସ ରହିଥିବାବେଳେ ଜୀବନ ବୀମା ନିଗମ ଓ ଆଇସିଆଇସିଆଇ ଯୋଜନାରେ ୭୦.୫,୬୩୮ ଟଙ୍କା ନିବେଶ କରିଛନ୍ତି।
ନିର୍ବାଚନ ସତ୍ୟପାଠରେ ୨,୮୪,୨୨୦ ଟଙ୍କା ଋଣ କରିଥିବା କହିଛନ୍ତି। ୨୦୧୮-୧୯ରେ ତାଙ୍କର ବ୍ୟକ୍ତିଗତ ଆୟ ୧୩.୩୭ ଲକ୍ଷ ଟଙ୍କା ବୋଲି ଘୋଷଣା କରିଛନ୍ତି। ସତ୍ୟପାଠରେ ଦେଇଥିବା ପ୍ରମାଣପତ୍ର ଅନୁଯାୟୀ, ହେମନ୍ତ ସୋରେନଙ୍କର ଏକ ଟାଟା ସଫାରି କାର ଅଛି, ଯାହାକୁ ସେ ୧୩ ଲକ୍ଷ ଟଙ୍କାରେ କିଣିଛନ୍ତି। ଏଥିସହ ତାଙ୍କର ଏକ ହ୍ୟାଚବ୍ୟାକ କାର୍‌ ଅଛି। ସେ ତାଙ୍କ ସ୍ତ୍ରୀ କଳ୍ପନାଙ୍କ ନାମରେ ଏକ ମାରୁତି ସିଆଜ କାର ପଞ୍ଜିକୃତ କରିଛନ୍ତି।

ସିଏମ ହେମନ୍ତଙ୍କ ନାମରେ କୌଣସି ସୁନା କିମ୍ବା ରୂପା ଜିନିଷ ନାହିଁ। ସୂଚନାନୁସାରେ, ସୋରେନଙ୍କ ସ୍ତ୍ରୀ କଳ୍ପନାଙ୍କ ପାଖରେ ୨୪ ଲକ୍ଷ ଟଙ୍କାର ୬୫୫ ଗ୍ରାମ ସୁନା ଓ ୯ଲକ୍ଷ ଟଙ୍କାର ଅଧିକ ମୂଲ୍ୟର ୨୦ କିଲୋଗ୍ରାମ ରୂପା ରହିଛିି। ତାଙ୍କ ପାଖରେ ୫୫ହଜାର ଟଙ୍କାର ରାଇଫଲ ରହିଛି। ମୁଖ୍ୟମନ୍ତ୍ରୀଙ୍କ ବୋକରୋ ଏବଂ ଅଙ୍ଗରା ରାଞ୍ଚିରେ ୨୨ ଲକ୍ଷ ଟଙ୍କାର ଦୁଇଟି ପ୍ଲଟ ରହିଛି। ସେହିପରି ବୋକରୋରେ ୭୫ ଲକ୍ଷ ଟଙ୍କାର ଏ ଘର ଓ ୧୯ ଲକ୍ଷ ଟଙ୍କାର ଅନ୍ୟାନ୍ୟ ସମ୍ପତ୍ତି ରହିଛି। ଏଥିସହ ସୋରେନଙ୍କ ସ୍ତ୍ରୀ କଳ୍ପନାଙ୍କ ପାଖରେ ୪,୮୭,୦୦,୦୦୦ ଟଙ୍କା ମୂଲ୍ୟର ତିନୋଟି ବ୍ୟବସାୟିକ କୋଠା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP, ଆସାମରୁ ଏଭଳି ଚେତାବନୀ ଦେଲେ ଆଶୁତୋଷ ରାଙ୍କା

ଗୁଆହାଟୀ,୨୯।୯: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?