ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍ କରିଥିବାର ଜଣାପଡ଼ିଛି।
ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ ତାଙ୍କ ପରିବାର ଲୋକଙ୍କ ସହିତ ଶନିବାର ପୂର୍ବାହ୍ନରେ ଡ୍ରେସ କିଣିବା ପାଇଁ ମାର୍କେଟକୁ ଯାଇଥିଲେ। ତେବେ ଘରକୁ ଫେରିବା ସମୟରେ ଆଲାଦିଙ୍କ ଘର ସମ୍ମୁଖରେ ଏକ କାର୍ ରହିଥିଲା ଏବଂ କାର୍ରେ ଡ୍ରାଇଭର ଥିବା ବେଳେ ଅନ୍ୟ ଦୁଇ ଜଣ ଯୁବକ କାର୍ ବାହାରେ ଥିଲେ। ତେବେ ଆଲାଦି ଘର ଗେଟ୍ ନିକଟରେ ପହଞ୍ଚିବା ବେଳକୁ ଘର ଭିତରୁ ଅନ୍ୟ ଦୁଇ ଜଣ ଯୁବକ ଦୌଡ଼ି ବାହାରକୁ ପଳାଇଥିଲେ ଏବଂ କାର୍ ଭିତରେ ପଶି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଆଲାଦି ଘର ଭିତରକୁ ଯାଇ ଦେଖିଲା ବେଳକୁ ଦୁର୍ବୃତ୍ତମାନେ ଘରୁ ୨ଟି ସୁନା ଚେନ୍, ଗୋଟିଏ ମଙ୍ଗଳସୂତ୍ର, ୩ ହଳ ସୁନା କାନଫୁଲ, ୪ ହଳ ପାଉଁଜି, ସାନ୍ତାଳୀ ସମ୍ପ୍ରଦାୟରରୁ ମୋଟ୍ ୧୨ଲକ୍ଷ ଟଙ୍କାର ଜିନିଷ ଚୋରି କରି ନେଇଛନ୍ତି।