Advertisement
Posted inଜାତୀୟ

ରାମ ମନ୍ଦିର ମୂଳଦୁଆ ପାଇଁ ୩୩ କି.ଗ୍ରା.ର ରୂପା ଇଟା ଦାନ କଲେ ଜୁଏଲର୍ସ ଆସୋସିଏସନ୍‌

ଅଯୋଧ୍ୟା,୨୧।୭: ଅଯୋଧ୍ୟାରେ ରାମ ମନ୍ଦିର ନର୍ମାଣ ପାଇଁ ଭୂମିପୂଜା ଅଗଷ୍ଟ ୫ରେ ଆୟୋଜିତ ହେବ। ଏହାକୁ ନେଇ ହିନ୍ଦୁ ସମାଜ ଖୁସି ବ୍ୟକ୍ତ କରିଛି। ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟଗୋପାଲଦାସ କହିଛନ୍ତି, ମନ୍ଦିର ନିର୍ମାଣ ପାଇଁ ଲୋକଙ୍କଠାରୁ ସହାୟତା ନିଆଯିବ। ଏବେଠାରୁ ନିଜ ମନ ଖୁସିରେ ଲୋକମାନେ ଦାନ କରିବାକୁ ଆରମ୍ଭ କରିଦେଇଛନ୍ତି ବୋଲି ନୃତ୍ୟଗୋପାଲଦାସ କହିଛନ୍ତି। ଇତିମଧ୍ୟରେ ଇଣ୍ଡିଆନ ବୁଲିୟନ ଜୁଏଲର୍ସ ଆସୋସିଏସନ ରାମ ମନ୍ଦିରର ମୂଳଦୁଆ ପଥର ପାଇଁ ରାମଲାଲାଙ୍କୁ ମଙ୍ଗଳବାର ୩୩ କିଲୋଗ୍ରାମର ରୂପା ଇଟା ଦାନ କରିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଅଯୋଧ୍ୟାରେ ରହି ଭୂମିପୂଜା କରିବା ସହ ମନ୍ଦିରର ଶିଳାନ୍ୟାସ କରିବେ ବୋଲି ସୂଚନା ରହିଛି। ମୋଦି ଗର୍ଭଗୃହରେ ୪୦ କିଲୋଗ୍ରାମର ରୂପା ଇଟା ସହିତ ମନ୍ଦିରର ମୂଳଦୁଆ ରଖିବେ। ସାଢ଼େ ୩ ଫୁଟ ଗଭୀର ମୂଳଦୁଆରେ ପାଞ୍ଚଟି ରୂପା ଇଟା ରଖାଯିବ। ଯାହା ୫ଟି ନକ୍ଷତ୍ରର ପ୍ରତୀକ। ଏହି ଅବସରରେ ପ୍ରାୟ ୩୦୦ଲୋକଙ୍କୁ ନିମନ୍ତ୍ରଣ ପଠାଯିବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ଦଳଙ୍କ ବୈଠକରେ ପହଞ୍ଚିଲେ ଶାହା

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶରେ ଭାଜପାର ଐତିହାସିକ ବିଜୟ ପରେ ସରକାର ଗଠନ ପ୍ରକ୍ରିୟା ଗୁରୁବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ଗୁରୁବାର ୟୁପି ଲୋକ ଭବନରେ ବିଧାୟକ ଦଳଙ୍କ...

ଯୋଗୀଙ୍କ ଶପଥ ଉତ୍ସବରେ ସୋନିଆ-ମୁଲାୟମଙ୍କୁ ନିମନ୍ତ୍ରଣ

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶପଥ ଗ୍ରହଣ ସମାରୋହ ମାର୍ଚ୍ଚ ୨୫ରେ ଅନୁଷ୍ଠିତ ହେବ। ଏହି ସମାରୋହ ପାଇଁ ବିରୋଧୀ ଦଳର...

ମୋଦିଙ୍କ ପରେ ଲଦାଖ ଗସ୍ତ କରିବେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୧୫।୭: ଲଦାଖର ଗଲଓ୍ବାନ ଘାଟିରେ ସୀମା ବିବାଦକୁ ନେଇ ନିକଟରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାପରେ ସେଠାକାର ସ୍ଥିତି ସମୀକ୍ଷା...

ଋଶିକେଶରେ ବିଦେଶୀ ମହିଳାଙ୍କୁ ବଳାତ୍କାର

ଋଶିକେଶ,୯।୧୦- ଋଶିକେଶରେ ଜଣେ ଆମେରିକୀୟ ମହିଳା (୩୭)ଙ୍କୁ ଜଣେ ସ୍ଥାନୀୟ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଯୋଗ ଶିକ୍ଷା ଲାଗି ସେ ଏଠାକୁ ଆସିଥିବାବେଳେ...

ଇଞ୍ଜିନିୟରଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା, ସୁନା, କାର୍‌: ଏସିବି ଟିମ୍‌ର ହୋସ୍‌ ଉଡିଲା

ଜୟପୁର,୨।୭: ରାଜସ୍ଥାନରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଘରେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ପକ୍ଷରୁ ଚଢାଉ ଅଭିଯାନ ଜାରି ରହିଛି। ଜୟପୁର, ଯୋଧପୁର ଏବଂ ଚିତ୍ତୋରଗଡର ତିନିଜଣ...

ଛିଣ୍ଡୁନି ଭାରତ-ଚାଇନା ସୀମା ବିବାଦ: ଚତୁର୍ଥ କମାଣ୍ଡରସ୍ତରୀୟ ବୈଠକ ଶେଷ

ନୂଆଦିଲ୍ଲୀ, ୧୫।୭: ଗଲଓ୍ବାନ ଘାଟିର ହିଂସ୍ରକ ସଂଘର୍ଷ ପରେ ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମସ୍ୟାର ସମାଧାନ ଲାଗି ଉଦ୍ୟମ ଜାରି ରହିଛି।...

ବାତ୍ୟା ବୁଲ୍‌ବୁଲ୍‌ରେ ହୋଇଥିବା କ୍ଷୟକ୍ଷତିକୁ ନେଇ ମମତାଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୧୦।୧୧: ବାତ୍ୟା ବୁଲ୍‌ବୁଲ୍‌ ଶନିବାର ରାତିରେ ପଶ୍ଚିମବଙ୍ଗ ୨୪ ପ୍ରଗଣା ଜିଲାର ସାଗରଦୀପ ଓ ବାଂଲାଦେଶର ଖେପପୁରା ମଧ୍ୟରେ ସ୍ଥଳଭାଗ ଛୁଇଁଛି। ଏହାର ପ୍ରଭାବରେ ଅନେକ...

ଭିନ୍ନମତ ଦେଶଦ୍ରୋହ ନୁହେଁ

ନୂଆଦିଲ୍ଲୀ,୪ା୩(ପି.ଟି.): ସରକାରଙ୍କ ଆଭିମୁଖ୍ୟଠାରୁ ଭିନ୍ନମତ ପୋଷଣ କରିବା ଦେଶଦ୍ରୋହ ପଦବାଚ୍ୟ ହେବ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌...

Advertisement
Archives

Model This Week