ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍‌

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଜେଇଇ ଆଡଭାନ୍ସଡ୍‌ ୨୦୨୧ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ୩୪୮ ନମ୍ବର ରଖି ଦିଲ୍ଲୀର ମ୍ରିଦୁଲ ଅଗ୍ରଓ୍ବାଲ ଟପ୍‌ ରାଙ୍କରେ ଅଛନ୍ତି। ମହିଳା ବର୍ଗରେ କାବ୍ୟା ଚୋପ୍ରା ଟପର୍‌ ହୋଇଛନ୍ତି। ମୋଟ୍‌ ୧ଲକ୍ଷ ୪୧ ହଜାର ୬୯୯ ଜଣ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଥିବା ବେଳେ ୪୧ ହଜାର ୮୬୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାର୍ଥୀମାନେ ସେମାନଙ୍କର ସ୍କୋରକାର୍ଡ ଯାଞ୍ଚ କରିବା ପାଇଁ ସେମାନଙ୍କର ରୋଲ୍‌ ନମ୍ବର, ଜନ୍ମ ତାରିଖ ଏବଂ ଫୋନ୍‌ ନମ୍ବର ଦେଇ ଫଳାଫଳ ଦେଖିପାରିବେ।