Posted inଜାତୀୟ

ଜେଡିୟୁ ଘର କଳି ପଦାରେ: ଲଲନ-ଅଶୋକ ମୁହାଁମୁହିଁ…

ପାଟନା,୩୦।୯ : ଜେଡିୟୁରେ ସବୁକିଛି ଠିକ ଚାଲିନାହିଁ, ଲଲନ ସିଂ ଏବଂ ଅଶୋକ ଚୌଧୁରୀଙ୍କ ମଧ୍ୟରେ ପାରସ୍ପରିକ ବିବାଦ କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଜେଡିୟୁ ଘର କଳି ପଦାରେ ପଡ଼ିବା ପରେ ଭାଜପା ପକ୍ଷରୁ ଆରଜେଡି ଏବଂ ଜେଡିୟୁକୁ ଟାର୍ଗେଟ କରାଯାଇଛି। ଲଲାନ ଏବଂ ଅଶୋକଙ୍କ ମଧ୍ୟରେ ବଢୁଥିବା ବିବାଦ ଉପରେ ଭାଜପା ଜେଡିୟୁକୁ ଟାର୍ଗେଟ କରି କହିଛି ଏହି କଳି ପ୍ରକୃତରେ ଲଲନ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ହେଉଛି। ଭାଜପା କହିଛି ଜେଡିୟୁ ଖୁବ ଶୀଘ୍ର ଦୁଇ ଭାଗରେ ବିଭକ୍ତ ହେବାକୁ ଯାଉଛି। କିଛି ଲୋକ ଆମ ପାଖକୁ ଆସିବେ, କିଛି ଲୋକ ଅନ୍ୟତ୍ର ଯିବେ ଏବଂ ନୀତୀଶ କୁମାର ହରିଦ୍ୱାର ଯିବେ ।

ଏଥି ସହ ଜେଡିୟୁ ଏହି ବିବୃତ୍ତିର ଜବାବରେ କହିଛି ନୀତୀଶ କୁମାରଙ୍କୁ ଭାଜପା ଭୟ କରୁଛି। ସେଥିପାଇଁ ଏଭଳି ମିଥ୍ୟା ପ୍ରଚାର କରାଯାଉଛି। ଜେଡିୟୁ ଏବେ ଏକଜୁଟ ହୋଇଛି। କର୍ମୀଙ୍କ ଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ସମସ୍ତେ ନୀତୀଶ କୁମାରଙ୍କ ସହ ଅଛନ୍ତି ଏବଂ ଦଳରେ କୌଣସି ମତଭେଦ ନାହିଁ। ଦଳର ନେତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ନାହିଁ। ସମସ୍ତଙ୍କର ନିଜର ମତ ଅଛି, କିନ୍ତୁ ଦଳରେ କୌଣସି ଏକଛତ୍ରବାଦୀ ଶାସନ ଚାଲିନାହିଁ।

ଭାଜପାରେ ଏକଛତ୍ରବାଦୀ ଶାସନ ଚାଲିଛି। ଭାଜପା ଏକ ଦଳ ନୁହେଁ। ଏହା ଏକ କର୍ପୋରେଟ ସଂସ୍ଥା। ଯେଉଁଠାରେ ଜଣେ ସିଇଓ ଅଛନ୍ତି ଏବଂ ସେ ଯାହା କୁହନ୍ତି, ତାହା ହୋଇଥାଏ। ଆମେ ସମସ୍ତେ ନୀତୀଶ କୁମାରଙ୍କ ଅନୁଗାମୀ। ଜନତା ଦଳ ୟୁନାଇଟେଡ(ଜେଡ଼ିୟୁ)କୁ ଭାଜପା କେବେ ବି ଭାଙ୍ଗି ପାରିବ ନାହିଁ।

ଅଶୋକ ଲଲନଙ୍କ ବିଷୟରେ ବିବୃତ୍ତି ଦେଇଛନ୍ତି ଏବଂ କହିଛନ୍ତି ସେ ମୋର ବଡ଼ ଭାଇ, ସେ କିଛି କହିପାରିବେ, କିନ୍ତୁ ଭାଜପା ପାଖରେ କୌଣସି ପ୍ରସଙ୍ଗ ନ ଥିବାରୁ ଦଳ ଏଭଳି ଅଯଥା ପ୍ରଚାର କରୁଛି। ଏହାର କିଛି ମଧ୍ୟ ପ୍ରଭାବ ଅନୁଭୁତ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ନିର୍ବାଚନ ଲଢ଼ିବେନି ଖଣି ମନ୍ତ୍ରୀ, କହିଲେ ଯୁବ ବର୍ଗଙ୍କ ପାଇଁ ବାଟ ଛାଡ଼ିବେ

ଭୁବନେଶ୍ବର,୭।୨: ଖଣି ମନ୍ତ୍ରୀ ବିଭୂତି ଜେନା ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଆଉ ନିର୍ବାଚନ ଲଢ଼ିବେନି ବୋଲି ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ…

ଆତ୍ମସମର୍ପଣ କଲେ ଟପ୍‌ କ୍ୟାଡର ମାଓବାଦୀ ଦମ୍ପତି, ମୁଖ୍ୟସ୍ରୋତରେ ସାମିଲ ପାଇଁ ଚିଠି ଲେଖି…

ରାୟଗଡ଼ା,୭ା୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟରେ ମାଓବାଦୀ ବିରୋଧୀ ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ଦକ୍ଷିଣ ଓ ଶୀର୍ଷ ମାଓବାଦୀ ନେତା ନିଖିଲ ଓ ତାଙ୍କ ସ୍ତ୍ରୀ…

ଅଢ଼େଇ ବର୍ଷର ଝିଆରୀଙ୍କୁ ବଳାତ୍କାର କଲେ ଦାଦା, ଆଉ ତା’ପରେ…

ପିଲିଭିଟ୍‌(ୟୁପି),୭ା୨: ଉତ୍ତରପ୍ରଦେଶର ପିଲିଭିଟ୍‌ ଜିଲାରେ ୨୫ ବର୍ଷର ଦାଦା ନିଜର ଅଢ଼େଇ ବର୍ଷର ଝିଆରୀକୁ ବଳାତ୍କାର କରିବା ପରେ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ରାତି ପ୍ରାୟ ୮ଟା…

ବେରୋଜଗାରୀ ଯୁବତୀ-ଯୁବକଙ୍କ ପାଇଁ ଖୁସି ଖବର, ୨୩୮୦୦ ସରକାରୀ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ…

ନୂଆଦିଲ୍ଲୀ,୭।୨: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶୁକ୍ରବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧.୨୭ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ…

ଅତିରିକ୍ତ ତହସିଲଦାରଙ୍କ ଦୁର୍ବ୍ୟବହାରରେ କୀଟନାଶକ ପିଇଦେଲେ ପିଇଓ

ଚିକିଟି,୭ା୨(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ଅତିରିକ୍ତ ତହସିଲଦାର ଶାଶ୍ୱତୀ ଷଡ଼ଙ୍ଗୀଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ରାମଚନ୍ଦ୍ରପୁର ପଞ୍ଚାୟତ…

ପଞ୍ଜାବୀ ଗୀତ ବୁଝି ପାରିଲେନି Vaibhav Suryavanshi! ବିଜୟ ପରେ ଡ୍ୟାନ୍ସ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୭।୨: ୧୯ ବର୍ଷରୁ କମ ବିଶ୍ୱକପ ଇତିହାସର ସବୁଠାରୁ ଶକ୍ତିଶାଳୀ ପ୍ରଦର୍ଶନ ପରେ, Vaibhav Suryavanshi ଏକ ଜବରଦସ୍ତ ଉତ୍ସବ ସହିତ ଭାରତର ବିଜୟ ପାଳନ କଲେ,…

ଯୁବପିଢ଼ିଙ୍କ ମଧ୍ୟରେ ବୃଦ୍ଧି ପାଉଛି ଷ୍ଟୋନ ସମସ୍ୟା, ଜାଣନ୍ତୁ କାରଣ ଏବଂ ପ୍ରତିକାର

ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଷ୍ଟୋନକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ । କିନ୍ତୁ ଏହି ଛୋଟ ସମସ୍ୟା ହୃଦରୋଗ, କ୍ରନିକ ବୃକକ୍ ରୋଗ ଏବଂ କିଡନୀ…

ଅଶାନ୍ତ ହୋଇପଡ଼ିଛି ବରଗଡ଼: ଜଳୁଛି କ୍ରୋଧର ନିଆଁ, ସହରବାସୀ ଅସୁରକ୍ଷିତ

ବରଗଡ଼,୭ା୨(ପ୍ରେମାନନ୍ଦ ଖମାରୀ): ବିଚ୍‌ ରାସ୍ତା ଉପରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୨ଯୁବକଙ୍କ ମୃତ୍ୟୁ ପରେ ବରଗଡ଼ ସହର ଅଶାନ୍ତ ହୋଇ ପଡ଼ିଛି। ଏବେ ମଧ୍ୟ ଉତ୍ତେଜନା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri