ବାଇକ୍‌ଆରୋହୀଙ୍କ ଉପରେ ଚଢ଼ିଗଲା ଜେସିବି, ଚାଲିଗଲା ଜୀବନ

ଧର୍ମଶାଳା,୨୭ା୧୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କରଜଙ୍ଗା ନିକଟରେ ଗୁରୁବାର ଜେସିବି ଧକ୍କାରେ ଜଣେ ବାଇକ୍‌ଆରୋହୀଙ୍କ ଜୀବନ ଚାଲିଯାଇଛି।

ମିଳିଥିବା ସୂଚନାନୁସାରେ, ଏକ ଜେସିବି କାମ କରୁଥିବା ସମୟରେ ରାସ୍ତାରେ ଯାଉଥିବା ବାଇକ୍‌ଆରୋହୀଙ୍କୁ ଧକ୍କା ଦେଇ ଚଢ଼ି ଯାଇଥିଲା। ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ବାଇକ୍‌ଆରୋହୀଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଧର୍ମଶାଳା ପୋଲିସକୁ ଖବର ଦେଇଥିଲେ। ମୃତକ ଜଣଙ୍କ ପଦ୍ମନାଭ ପରିଡ଼ାଙ୍କ ପୁଅ ବିନୋଦ(୨୩) ବୋଲି ପ୍ରାଥମିକ ସୂଚନା ମିଳିଛି। ମେଡିକାଲ ପରିସରରେ ସ୍ଥାନୀୟ ଗାଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।

Dharitri – Odisha’s No.1 Trusted Odia Daily

 

Share