Posted inଜାତୀୟ

ମୋଦିଙ୍କ ରୁଷିଆ ଗସ୍ତକୁ ନେଇ ଜୟଶଙ୍କର ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷିଆ ଗସ୍ତ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଏକ ନୂତନ ସ୍ତରକୁ ଆଣିବା ପାଇଁ ମୋଦି-ପୁଟିନ ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ। ରୁଷିଆ ସହିତ ସମ୍ପର୍କର ପରିବର୍ତ୍ତନ ସମ୍ପର୍କରେ ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କର ଅତୁଳନୀୟ ଉନ୍ନତିକୁ ଦୁଇ ଦେଶର ଶୀର୍ଷ ନେତୃତ୍ୱ ମଧ୍ୟରେ ଭଲ ସମନ୍ବୟର ପ୍ରଭାବ ଭାବରେ ଦେଖାଯାଇପାରିବ। ଏହା ସହିତ ବାର୍ଷିକ ଶିଖର ସମ୍ମିଳନୀରେ ବିଳମ୍ବ ସଂପର୍କରେ ଜୟଶଙ୍କର କହିଛନ୍ତି, ଆମର ବାର୍ଷିକ ଶିଖର ସମ୍ମିଳନୀରେ ସାମାନ୍ୟ ବିଳମ୍ବ ହୋଇଥିଲା, ଏହା ଏକ ଭଲ ପରମ୍ପରା, ଆମେ ଦୁଇ ଦେଶ, ଯାହାର ମିଳିତ ଭାବେ କାମ କରିବାର ଦୃଢ ଇତିହାସ ଅଛି।
ସୋମବାର ମୋଦି ମସ୍କୋର ନୁକୋଭୋ-୨ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ବା ପରେ ରାଷ୍ଟ୍ରପତି ପୁଟିନ୍‌ଙ୍କ ନୋଭୋ-ଓଗାରେଭୋସ୍ଥିତ ବାସଭବନରେ ପହଞ୍ଚତ୍ଥିଲେ। ତାଙ୍କ ସମ୍ମାନାର୍ଥେ ପୁଟିନ୍‌ ନୈଶ୍ୟଭୋଜିର ଆୟୋଜନ କରିଥିଲେ। ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିବାରୁ ପୁଟିନ୍‌ ପ୍ରଥମେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସରକାରର ମୁଖ୍ୟ ଭାବେ ଏହା ଆପଣଙ୍କ ବହୁ ବର୍ଷର କାର୍ଯ୍ୟର ଫଳ ବୋଲି ପୁଟିନ୍‌ କହିଥିଲେ। ଭାରତ ବିଶ୍ୱ ଅର୍ଥନୀତିରେ ନିଶ୍ଚୟ ତୃତୀୟ ସ୍ଥାନରେ ପହଞ୍ଚତ୍ବ ବୋଲି ଏହି ଅବସରରେ ରୁଷିଆ ରାଷ୍ଟ୍ରପତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri