ବିଜେଡିକୁ ଜୟନାରାୟଣ ମିଶ୍ରଙ୍କ ଟାର୍ଗେଟ୍‌, କପି କଲୁ ବୋଲି ଯେଉଁ କହୁଛନ୍ତି, ସେମାନେ ତ କାଳିଆ…

ଭୁବନେଶ୍ୱର,୯।୯(ସୁନିତ୍‌ ମିଶ୍ର): ନୂଆଖାଇ ଅବସରରେ ରାଜ୍ୟର ଭାଜପା ସରକାର ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରିବା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ବନ୍ଧିତ ପୋର୍ଟାଲର ଉନ୍ମୋଚନ କରିଛନ୍ତି। ଏହି ଯୋଜନା ଦ୍ୱାରା ଚାଷୀ ଉପକୃତ ହେବେ ବୋଲି ସରକାର କହୁଥିବା ବେଳେ ବିଜେଡି ଟାର୍ଗେଟ କରିଛି।
ଭାଜପା ଏହି ଯୋଜନାକୁ ପ୍ରଶଂସା କରିଥିବା ବେଳେ କାଳିଆ କଥା କହି ବିରୋଧୀଙ୍କୁ ସମାଲୋଚନା କରିଛିି। ଅନ୍ୟପକ୍ଷରେ ପାଲଟା ନାଁ ବଦଳାଇ ଦେଲେ କ’ଣ ହେବ ବୋଲି କହି ବିଜେଡି ପ୍ରଶ୍ନ କରିଛି।
ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଭାଜପା ସରକାର ପ୍ରତିଶ୍ରୁତିବଦ୍ଧ। ଗତ ୭୫ ବର୍ଷ ଭିତରେ ଅନ୍ୟ କୌଣସି ସରକାର ଚାଷୀଙ୍କ ଉନ୍ନତି ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲା। ମାତ୍ର ମୋଦି ଗତ ୧୦ ବର୍ଷ ମଧ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଗତ ସରକାର ତୁଳନାରେ କୃଷି ବଜେଟ ୩୬% ବୃଦ୍ଧି ପାଇଛି। ଚାଷୀଙ୍କ ଆୟ ବଢ଼ାଇବା ପାଇଁ ମୋଦି ୨୦୧୯ରୁ ପିଏମ୍‌ କିଷାନ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏ ମିଳୁଥିଲା। ମାତ୍ର ବିଜେଡି ସରକାରରେ ଥିବାବେଳେ ନିଜର ରାଜନୈତିକ ଆଶା ଚରିତାର୍ଥ କରିବା ପାଇଁ ପିଏମ୍‌ କିଷାନ ଯୋଜାନରୁ ଅନେକ ଚାଷୀଙ୍କୁ ବଞ୍ଚିତ ରଖିଥିଲା। ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଖୁସି କରିବା ପାଇଁ ନିର୍ବାଚନ ବେଳେ ଜନସାଧାରଣଙ୍କୁ ଭୁଅଁା ବୁଲାଇବା ଲାଗି କାଳିଆ ଯୋଜନା ଆରମ୍ଭ କରିଥିଲା। ବହୁ ଚାଷୀ ଏହାର ଲାଭ ଉଠାଇ ନ ପାରି ଦୁଃଖ କଷ୍ଟରେ ଚଳୁଥିଲେ ବୋଲି ମନମୋହନ କହିଛନ୍ତି।
ନେତା ସମ୍ବିତ ରାଉତରାୟ କହିଛନ୍ତି, ବିଜେଡି ସରକାର ସମୟରେ ଯେଉଁ ଯୋଜନା ହୋଇଥିଲା ଭାଜପା ତା’ର ନାଁ ପରିବର୍ତ୍ତନ କରି ପ୍ରଚାର କରୁଛି। ଖାଲି ନାଁ ପରିବର୍ତ୍ତନ କରିଦେଲେ କ’ଣ ହେବ ଯୋଜନା ତ ସମାନ ରହିବ। ଲୋକାଭିମୁଖୀ ଯୋଜନା ଯାହାସବୁ ବିଜେଡି କରିଥିଲା, ତାହାକୁ ଆଗକୁ ନେବା ହେଉଛି ନୂଆ ସରକାରର ଦାୟିତ୍ୱ। କାମ କରିବା ପରିବର୍ତ୍ତେ କେବଳ ନାଁ ବଦଳେଇ ଦେଲେ କିଛି ହେବନି, ସେକଥା ସେମାନେ ଅନୁଭବ କରନ୍ତୁ ବୋଲି ସମ୍ବିତ କହିଛନ୍ତି।
ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ସେମାନେ ଯେଉଁ କହୁଛନ୍ତି ତାଙ୍କୁ କପି କଲୁ ବୋଲି ସେମାନେ ତ କାଳିଆ ଯୋଜନା ଆରମ୍ଭ କରିଥିଲେ ସେଇଟା କୁଆଡ଼େ ଗଲା। କାଳିଆ ଯୋଜନାରେ ସେମାନେ କେତେଥର ଲୋକଙ୍କୁ ଟଙ୍କା ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଥରେ ଦେଲେ ତା’ପରେ ଭୁଲିଗଲେ। ସିଏମ୍‌ କିଷାନ ଯୋଜନାରେ ବର୍ଷକୁ ଦୁଇଥର ଅକ୍ଷୟତୃତୀୟା ଏବଂ ନୂଆଖାଇରେ ଚାଷୀଙ୍କୁ ଟଙ୍କା ଦିଆଯିବ ବୋଲି ଜୟନାରାୟଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?