ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବ ଜୟଆଲୁକ୍କାସ

ଭୁବନେଶ୍ୱର, ୧୭।୧୦: ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ ପକ୍ଷରୁ ରବିବାର ସ୍ଥାନୀୟ ଶହୀଦ ନଗର (ଭୁବନେଶ୍ୱର,ଓଡ଼ିଶା) ଠାରେ ତା’ର ପ୍ରଥମ ଏକ୍ସକ୍ଲୁସିଭ ଷ୍ଟୋର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୟଆଲୁକ୍କାସର ଅଧ୍ୟକ୍ଷ ଜୟ ଆଲୁକ୍କାସ, ଏମ୍‌ଡି (ଜେଆଇଓ) ଜନ୍‌ ପଲ୍‌ ଆଲୁକ୍କାସଙ୍କ ସମେତ ଜଲି ଜୟ ଆଲୁକ୍କାସ ଏବଂ ସିଇଓ ବବି ଜର୍ଜ, ସିଓଓ ହେନେରୀ ଜର୍ଜ, ଜିଏମ୍‌ ପି.ଡି. ଜୋଷ, ଆର୍‌ଏମ୍‌ ରାଜେଶ କ୍ରିଷ୍ଣା ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏପରିକି ସର୍ବଭାରତୀୟସ୍ତରରେ ବ୍ରାଣ୍ଡ୍‌ର ଉପସ୍ଥିତିକୁ ମଧ୍ୟ ସମ୍ପ୍ରସାରିତ କରାଯାଇଛି। ବିଶେଷକରି ଜୟଆଲୁକ୍କାସର ସିଗ୍ନେଚର (ବିଶ୍ୱ-ଶ୍ରେଣୀର ଢାଞ୍ଚା) ଆଧାରରେ ଡିଜାଇନ କରାଯାଇଥିବା ଏହି ଷ୍ଟେଟ୍‌ ଅଫ୍‌ ଆର୍ଟ ଶୋ’ ରୁମ୍‌ରେ ରହିଥିବା ପ୍ରିମିୟମ୍‌ ସୁବିଧା ସୁଯୋଗ ରାଜ୍ୟର ଗହଣାପ୍ରେମୀଙ୍କୁ ଏକ ଉଲ୍ଲାସପୂର୍ଣ୍ଣ ଓ ସମୃଦ୍ଧ ସପିଙ୍ଗ ଅନୁଭୂତି ପ୍ରଦାନ କରିବ। ଏହି ଶୋ’ ରୁମ୍‌ରେ ଆଧୁନିକ ସାଜସଜ୍ଜା ରହିଥିବା ବେଳେ ଭୁବନେଶ୍ୱର ବାସିନ୍ଦାଙ୍କ ସୁବିଧାକୁ ନଜରରେ ରଖି ବ୍ୟାପକ ସପିଙ୍ଗ ଓ ପାର୍କିଂ ସ୍ଥାନର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଏ ସମ୍ପର୍କରେ ଜୟଆଲୁକ୍କାସ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଜୟ ଆଲୁକ୍କାସ କହିଛନ୍ତି, ଏଠାରେ ଅତୁଳନୀୟ ଗହଣା ସପିଙ୍ଗ ଅନୁଭୂତି ପ୍ରଦାନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ। ସେମାନଙ୍କ ପ୍ରତିଟି ଆବଶ୍ୟକତା ପୂରଣ କରିବା ଲାଗି ଆମେ ଶ୍ରେଷ୍ଠ ଓ ବ୍ୟାପକ ଗହଣା ସମ୍ଭାର ସେମାନଙ୍କ ଲାଗି ଆଣିବାକୁ ମଧ୍ୟ ଲକ୍ଷ୍ୟ ରଖିଛୁ। ଅପରପକ୍ଷରେ ଜୟଆଲୁକ୍କାସ ପକ୍ଷରୁ ଦୀପାବଳି ଅଫର ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏହି ସ୍ବତନ୍ତ୍ର ଅଫର ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଦୀପାବଳି ଅଫର ଅବଧି ମଧ୍ୟରେ ଗ୍ରାହକମାନେ ସେମାନଙ୍କ କିଣାକିଣି ଉପରେ ଗିଫ୍ଟ ଭାଉଚର ଆକାରରେ କ୍ୟାଶବ୍ୟାକ୍‌ ମଧ୍ୟ ପାଇପାରିବେ। ସେହିପରି ଏସ୍‌ବିଆଇ କାର୍ଡସ୍‌ରେ କିଣାକିଣି କଲେ ଅତିରିକ୍ତ ୫% କ୍ୟାଶବ୍ୟାକ୍‌ ମଧ୍ୟ ପାଇବେ। ଏହି ଉତ୍ସବ ଅଫର ସହ ଜୟଆଲୁକ୍କାସର ଗ୍ରାହକମାନେ ୯୧୬ ବିଆଇଏସ୍‌ ହଲମାର୍କ ଗହଣା, ଏକ ବର୍ଷର ମାଗଣା ବୀମା ଏବଂ ଜୟଆଲୁକ୍କାସରୁ କିଣାଯାଉଥିବା ଯେ କୌଣସି ଗହଣାର ଜୀବନବ୍ୟାପୀ ମାଗଣା ରକ୍ଷଣାବେକ୍ଷଣ ସେବା ସହ ବାଏ-ବ୍ୟାକ ଗ୍ୟାରେଣ୍ଟିର ପ୍ରତିଶ୍ରୁତି ମଧ୍ୟ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?