Categories: Uncategorized

ଜୟଦୁର୍ଗା ଗ୍ରୁପ୍‌ର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୭।୧୦: ରାଜ୍ୟର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ତଥା ଜୟଦୁର୍ଗା ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ର ବାର୍ଷିକ ଉତ୍ସବ ନିକଟରେ ଶେଷ ହୋଇଯାଇଛି। ଏ ସମ୍ପର୍କରେ ଜୟଦୁର୍ଗା ଗ୍ରୁପ୍‌ର ଏମ୍‌ଡି ଇଂ. ବାବୁରାମ ସ୍ବାଇଁ କହିଛନ୍ତି, ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରତିଷ୍ଠାନର ପ୍ରତିଷ୍ଠା ଦିବସ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। ସେହିଭଳି କମ୍ପାନୀର ଅଭିବୃଦ୍ଧି ସାଙ୍ଗକୁ ଉଭୟ କର୍ମଚାରୀ ଓ ଗ୍ରାହକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ମଧ୍ୟ ଏକ ବନ୍ଧୁମିଳନର ଆୟୋଜନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଜୟଦୁର୍ଗା ଗ୍ରୁପ୍‌ର ଯଥା ଜୟଦୁର୍ଗା କେମିକାଲ୍ସ,ଜୟଦୁର୍ଗା ପେଟ୍‌ ଇଣ୍ଡଷ୍ଟ୍ରିଜ୍‌,ଜୟଦୁର୍ଗା ହୋମ୍‌ କେୟାର ପ୍ରା.ଲି. ଏବଂ ସ୍ମାଇଲ ଗୋଲ୍‌ଡ ଜୁଏଲେରିଜ୍‌ ଭଳି ସଂସ୍ଥା ସାମିଲ ରହିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସମସ୍ତ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଗ୍ରାହକଙ୍କ ସମେତ ବହୁ ଜଣାଶୁଣା ବ୍ୟକ୍ତିବିଶେଷ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।