ଧର୍ମଶାଳା,୧୪।୧୧(ଶିବପ୍ରସାଦ ମହାନ୍ତି): ନୂଆପଡ଼ା ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବଡ଼ ବିଜୟ ହାସଲ କରିଛି। ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ଐତିହାସିକ ବିଜୟ ହାସଲ ପରେ ଧର୍ମଶାଳା ଅଞ୍ଚଳ ନୂଆପଡ଼ା ହୋଇ ଯାଇଥିଲା। ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ନାକପୋଲ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଜାରକା ବଜାର ମଧ୍ୟ ଦେଇ ଯାଇଥିଲା। ଏଥିରେ ଶତାଧିକ ମହିଳା ଓ ପୁରୁଷ ଭାଜପା କର୍ମୀମାନେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଜୟ ଗାନରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ଜୟ ଢୋଲକିଆ ୧,୨୩,୮୬୯ ଖଣ୍ଡ ଭୋଟ ମିଳିଥିବା ବେଳେ ସେ ନିକଟତମ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୮୩,୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ନୂଆପ ନିର୍ବାଚନମଣ୍ଡଳୀରେ ଏହି ଐତିହାସିକ ବିଜୟ ପରେ ଜୟ ଢୋଲକିଆ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏହି ଉପର୍ନିବାଚନରେ ବିଜେଡି ପ୍ରଥମଥର ପାଇଁ ତୃତୀୟ ସ୍ଥାନରେ ରହିଛି। ବିଜେଡିକୁ ଟପି କଂଗ୍ରେସ ଦ୍ବିତୀୟ ସ୍ଥାନ ହାସଲ କରିଛି।