ବିଜୟ ଆଡ଼କୁ ମାଡ଼ି ଚାଲିଛନ୍ତି ଜୟ ଢୋଲକିଆ, ପରିବାରରେ ଖୁସି ମନାଇବା ସହ କହିଲେ ଏମିତି…

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏନେଇ ପ୍ରାର୍ଥୀଙ୍କଠାରୁ କର୍ମକର୍ତ୍ତା ଏବଂ ପରିବାର ସଦସ୍ୟ ପୂରା ଖୁସିରେ ବିମୋହିତ ହୋଇପଡ଼ିଛନ୍ତି। ଜୟ ତାଙ୍କ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବହୁ ଭୋଟ୍‌ ବ୍ୟବଧାନରେ ଆଗୁଆ ରହିଛନ୍ତି। ଏପରିକି ଭୋଟ୍‌ ଗଣତିର ପ୍ରଥମ ରାଉଣ୍ଡ୍‌ଠାରୁ ଆରମ୍ଭଠାରୁ ୧୭ ରାଉଣ୍ଡ୍‌ ରାଉଣ୍ଡ ସୁଦ୍ଧା ୮୩୫୭୨ ଖଣ୍ଡ ଭୋଟ୍‌ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୬୭୫୩ ଖଣ୍ଡ ଭୋଟ୍‌ ପାଇଛନ୍ତି। ସେହିପରି ତୃତୀୟ ସ୍ଥାନରେ ରହିଛି ବିଜେଡି। ବିଜେଡି ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆ ୨୬୨୦୩୩ ଖଣ୍ଡ ଭୋଟ୍‌ ପାଇଛନ୍ତି। ଏହି ଖବର ପାଇବା ପରେ ନିଜ ପରିବାର ସହ ଖୁସିରେ ନାଚି ଉଠିଛନ୍ତି ଜୟ ଢୋଲକିଆ।

ଏହି ପରିପ୍ରେକ୍ଷୀରେ ଭାଜପା ପ୍ରାର୍ଥୀ ଢୋଲକିଆ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ ଆଗରୁ କହିଛି ଏବେ ବି କହୁଛି ଭାଜପା ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବ।

Dharitri – Odisha’s No.1 Odia Daily

Share