କଟକରେ ଜାଓ୍ବା-ୟେଜ୍‌ଦିର ନୂତନ ଶୋ’ରୁମ୍‌

କଟକ,୨୨।୯: ଦେଶର ପ୍ରମୁଖ ପ୍ରିମିୟମ ବାଇକ ନିର୍ମାତା ‘କ୍ଲାସିକ୍‌ ଲିଜେଣ୍ଡ ପ୍ରା.ଲି’ର ପ୍ରମୁଖ ବ୍ରାଣ୍ଡ୍‌ ଜାଓ୍ବା ଏବଂ ୟେଜ୍‌ଦିର ସ୍ବୀକୃତିପ୍ରାପ୍ତ ଡିଲର ‘ପିଏମ୍‌ଜି ଅଟୋମୋଟିଭ’ ଆନୁକୂଲ୍ୟରେ ଏହି ନୂତନ ଶୋ’ରୁମ୍‌ର ଶୁଭାରମ୍ଭ କରାଯାଇଛି। ବୁଧବାର ସ୍ଥାନୀୟ ସତୀଚଉରାଠାରେ ‘ପିଏମ୍‌ଜି ଅଟୋମୋଟିଭ’ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ କମ୍ପାନୀର ଆଞ୍ଚଳିକ ମୁଖ୍ୟ ପ୍ରଦୀପ ଶର୍ମା, ଏଏସ୍‌ଏମ୍‌ ମନୋରଞ୍ଜନ ପଟ୍ଟନାୟକଙ୍କ ସମେତ ପିଏମ୍‌ଜି ଅଟୋମୋଟିଭର ଏମ୍‌ପି ମନୋରଞ୍ଜନ ଦାସ, ଗଣେଶ ଚନ୍ଦ୍ର ପାତ୍ର ଏବଂ ଜିଏମ୍‌ ବସନ୍ତ କୁମାର ଦେବତା ଓ ମ୍ୟାନେଜର ଦେବୀପ୍ରସାଦ ଓଝା ପ୍ରମୁଖଙ୍କ ଉପସ୍ଥିତିରେ ଏହାର ଉଦ୍‌ଘାଟନ କରାଯାଇଥିଲା। ଏଠାରେ ଉଭୟ ବ୍ରାଣ୍ଡ୍‌ର ଗାଡ଼ି ବିକ୍ରି ଓ ବିକ୍ରି ପରର ସେବା ସାଙ୍ଗକୁ ଗାଡ଼ିର ସମସ୍ତ ଯନ୍ତ୍ରାଂଶ ମଧ୍ୟ ଉପଲବ୍ଧ ରହିଛି। ସେହିଭଳି ଶୋ’ରୁମ୍‌ରେ ବର୍ତ୍ତମାନ ଜାଓ୍ବା ମୋଟରସାଇକେଲର ୪ଟି ମଡେଲ ସାଙ୍ଗକୁ ୟେଜ୍‌ଦିର ୩ଟି ମଡେଲ ଭିନ୍ନ ଭିନ୍ନ ରଙ୍ଗରେ ମଧ୍ୟ ଉପଲବ୍ଧ ରହିଛି।

ଉକ୍ତ ମଡେଲଗୁଡିକ ୨୯୩ ସିସିରୁ ଆରମ୍ଭକରି ୩୩୩ସିସି ମଧ୍ୟରେ ରହିଛି। ଏପରିକି ଉପରୋକ୍ତ ସମସ୍ତ ଗାଡ଼ିରେ ଲିକୁଡି କୁଲର ବ୍ୟବସ୍ଥା ରହିଛି। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ କମ୍ପାନୀର ସମଗ୍ର ଦେଶରେ ୧୦୦ଟି ଡିଲର ପଏଣ୍ଟ ଥିଲାବେଳେ ଓଡ଼ିଶାରେ ୧୦ଟି ଡିଲର ପଏଣ୍ଟ ରହିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଫାଟ! ଓଡ଼ିଶା ବନ୍ଦବେଳେ ପଦାରେ ପଡ଼ିଲା ଗୋଷ୍ଠୀକନ୍ଦଳ

ସାଲେପୁର,୧୭।୭(ଅରବିନ୍ଦ ଭୂୟାଁ):ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାର ପ୍ରତିବାଦରେ ଆଜି ସାଲେପୁରଠାରେ କଂଗ୍ରେସ ଦଳର ଦୁଇଗୋଷ୍ଠୀ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୁଷ୍ଟି ହୋଇଛି । ସାଲେପୁର କୁଆପାଳ...

କଂଗ୍ରେସ, ବାମଦଦଳର ବନ୍ଦ ଡାକରାରେ ପଟ୍ଟାମୁଣ୍ଡାଇ ଠପ

ପଟ୍ଟାମୁଣ୍ଡାଇ,୧୭।୭,(କଳ୍ପତରୁ ନାୟକ): ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ସରକାରୀ ଉଦାସୀନତାର ପ୍ରତିବାଦରେ କଂଗ୍ରେସ ଏବଂ ବାମଦଦଳ ଗୁଡିକ ପକ୍ଷରୁ...

FM ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀ,ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

କୋଟପାଡ଼,୧୭ା୭(ରାଜଶେଖର): କୋଟପାଡ଼ କଂଗ୍ରସ କମିଟି ଛତିଶଗଡ଼ ଓଡ଼ିଶା ଜାତୀୟ ରାଜପଥ ୬୩ ଫାଟକ ନିକଟରେ ପ୍ରତିବାଦ, ଶତାଧିକ ଭାରୀଯାନ ରାସ୍ତା ଦୁଇ ପାର୍ଶ୍ୱରେ ଅଟକିଛି l...

ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ

ଆଳି, ୧୭।୭ (ବନମାଳୀ ସେନାପତି): ଖରସ୍ରୋତା ନଦୀକୁ ଡେଇଁ ପଡିଛନ୍ତି ଯୁବତୀ। ଏଭଳି ଏକ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର...

FM କଲେଜ ଘଟଣା ପରେ ଗଣଶିକ୍ଷା ବିଭାଗର ବଡ଼ ନିର୍ଦ୍ଦେଶ, ଏବେ ସ୍କୁଲରେ…

ଭୁବନେଶ୍ୱର,୧୭।୭: ରାଜ୍ୟର ସମସ୍ତ ସରକାରୀ ସ୍କୁଲମାନଙ୍କରେ କଲେଜ ଭଳି ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠନ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି...

ସୌମ୍ୟାଶ୍ରୀ ବିଶି ପରିବାରକୁ ନ୍ୟାୟ ଦାବିରେ ଚକଅଖ ସବୁ ଠପ୍‌

ପାରଳାଖେମୁଣ୍ଡି,୧୭।୭(ଗିରିଧାରୀ ପରିଛା): ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଘଟଣା ଓ ପରିବାରକୁ ନ୍ୟାୟ ଦାବିରେ ଗୁରୁବାର ସାରା ରାଜ୍ୟରେ କଂଗ୍ରେସ...

ଲଗାତାର ଅଷ୍ଟମ ଥର ପାଇଁ ସ୍ବଚ୍ଛ ସହର ତାଲିକାରେ ଏକ ନମ୍ବରରେ ରହିଲା ଇନ୍ଦୋର, ଜାଣନ୍ତୁ ଏହାପରେ ରହିଛି କେଉଁ ସହର

ନୂଆଦିଲ୍ଲୀ,୧୭।୭: କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ବଚ୍ଛତା ସର୍ଭେରେ, ଇନ୍ଦୋର ଲଗାତାର ଅଷ୍ଟମ ଥର ପାଇଁ ଭାରତର ସବୁଠାରୁ ସ୍ବଚ୍ଛ ସହର ହେବାର ଟାଇଟଲ ପାଇଛି। ସେହିପରି...

ସୌମ୍ୟାଶ୍ରୀ ମୃତ୍ୟୁ: ଭକ୍ତ ଦାସ ଗିରଫ, ଆନ୍ଦୋଳନ ଭିତରେ ଆସିଲା ବଡ଼ ଖବର

ଭୁବନେଶ୍ୱର,୧୭।୭: କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ଭିତରେ ଆସିଛି ବଡ଼ ଖବର। ପିସିସି ସଭାପତି ଭକ୍ତ ଦାସଙ୍କୁ ପୋଲିସ ଆରେଷ୍ଟ କରିଛି। ଆନ୍ଦୋଳନସ୍ଥଳରୁ ଭକ୍ତଙ୍କୁ ଉଠାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri