ଜଣ୍ଡିସ୍‌ ଆକ୍ରାନ୍ତ ଘଟଣା: ଜବାହର ନବୋଦୟ ବିଦ୍ୟାଳୟରେ ପହଞ୍ଚିଲା ବିଶେଷଜ୍ଞ ଟିମ୍‌

ଖୋର୍ଦ୍ଧା,୫ା୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧାସ୍ଥିତ ପିଏମ୍‌ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍‌ ଆକ୍ରାନ୍ତ ଘଟଣାରେ ସ୍କୁଲରେ ପହଞ୍ଚିଛନ୍ତି ଭୁବନେଶ୍ୱର ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ଓ୍ବାଟ୍‌କୋ ଟିମ୍‌। ୧୨ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରିଛନ୍ତି। ସମସ୍ତ ନମୁନାକୁ ପରୀକ୍ଷା କରିବାକୁ ଲାବୋରେଟୋରୀକୁ ପଠାଯାଇଛି। କିଛି ଜଳର ନମୁନା ମଧ୍ୟ ସେଠାରେ ପରୀକ୍ଷା କରାଯାଇଛି। ୨୨୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ଅଭିଭାବକ ନେଇଯାଇଛନ୍ତି। ଏବେ ବି ଶତାଧିକ ଛାତ୍ରୀଛାତ୍ର, ଶିକ୍ଷକ ସଂକ୍ରାମକ ଜଣ୍ଡିସ୍‌ ରୋଗ୍‌ରେ ଆକ୍ରାନ୍ତ ଅଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ପାଇଁ ଅନୁରୋଧ କରିଛନ୍ତି। ଆଜି ମେଡିକାଲ ଟିମ୍‌ ପହଞ୍ଚି ପିଲାଙ୍କ ପରୀକ୍ଷା କରିଛନ୍ତି।

ଅନ୍ୟପକ୍ଷରେ ସ୍କୁଲ ପରିସରରେ ବିଶୋଧନ, ସଚେତନ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି। ବର୍ତ୍ତମାନ ପ୍ରି-ବୋର୍ଡ ପରୀକ୍ଷା ଚାଲୁଛି। ସ୍ବାସ୍ଥ୍ୟଗତ ସମସ୍ୟାକୁ ଭୟର ବାତାବରଣ ଯୋଗୁ ଛାତ୍ରୀଛାତ୍ର, ଅଭିଭାବକ ସମସ୍ତେ ଚିନ୍ତାରେ ରହିଛନ୍ତି। ସ୍କୁଲର ମୋଟ୍‌ ଛାତ୍ର ଛାତ୍ରୀଛାତ୍ରଙ୍କ ସଂଖ୍ୟା ୫୬୦। ଅଧାରୁ ଅଧିକ ପିଲା ଏହି ସଂକ୍ରମିତ ରୋଗରେ ଆକ୍ରାନ୍ତ ଅଛନ୍ତି।

Dharitri – Odisha’s No.1 Odia Daily