ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି ଭଦ୍ରକରୁ ଧାମନଗର ଅନ୍ତର୍ଗତ ଷେଣ୍ଡପୁରକୁ ଅଭିନୟ ପାଇଁ ଯାଉଥିବା ସମୟରେ, ୧୬ ନମ୍ବର ଜାତୀୟ ରାଜପଥର ଚିଙ୍ଗୁଡ଼ିପୁର ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯାତ୍ରା ଜଗତର ଜଣେ ବରିଷ୍ଠ କଳାକାରଙ୍କ ଏପରି ଅକାଳ ବିୟୋଗରେ ସମଗ୍ର କଳା ସଂସ୍କୃତି ଜଗତରେ ଶୋକର ଛାୟା ଖେଳିଯାଇଛି।

Share