ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି ପହଞ୍ଚିଛନ୍ତି ବୁମ୍‌ରା। ବିଶ୍ବର ଶ୍ରେଷ୍ଠ ବୋଲର ବୁମ୍‌ରାଙ୍କୁ ଦେଖିବାକୁ ଟ୍ବିନ୍‌ସିଟିରେ ବହୁ କ୍ରେଜ୍‌ ରହିଛି। ଆଜି ଅପରାହ୍ନ ସାଢ଼େ ୩ରେ ଅନ୍ୟ ଖେଳାଳିମାନେ ପହଞ୍ଚିବାର ସମ୍ଭାବନା ରହିଛି। ଓଡିଆଇ ସିରିଜ ବିଜୟ ପରେ ୯ ତାରିଖ ବାରବାଟୀ T-20 ଉପରେ ସମସ୍ତଙ୍କ ନଜର।

Dharitri – Odisha’s No.1 Odia Daily

Share