Posted inଖେଳ

କ୍ୟାରିୟର୍‌ର ସର୍ବଶ୍ରେଷ୍ଠ ର଼୍ୟାଙ୍କିଂ ହାସଲ କଲେ ଜସପ୍ରୀତ ବୁମ୍‌ରା

ନୂଆଦିଲ୍ଲୀ,୮।୧: ଆଇସିସି ର଼୍ୟାଙ୍କିଂରେ ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବଂ ଜସପ୍ରୀତ ବୁମ୍‌ରା ଉପକୃତ ହୋଇଛନ୍ତି। ବୁମ୍‌ରା ଜୀବନର ଶ୍ରେଷ୍ଠ ର଼୍ୟାଙ୍କିଂ ହାସଲ କରିଛନ୍ତି। ବୁମ୍‌ରା ଟେଷ୍ଟରେ ନମ୍ବର-୧ ବୋଲର। ଏଥିସହ ସେ ବର୍ତ୍ତମାନ ଏହି ଫର୍ମାଟରେ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ରେଟିଂ ହାସଲ କରିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିରେ ବୁମରାଙ୍କ କ୍ରମାଗତ ଚମତ୍କାର ବୋଲିଂ ତାଙ୍କୁ ୯୦୮ ରେଟିଂ ସହ ଟେଷ୍ଟ ମାନ୍ୟତାର ଶୀର୍ଷରେ ରଖିଛି। ୯୦୦ରୁ ଅଧିକ ଆଇସିସି ରେଟିଂ ସହ ସେ ବର୍ତ୍ତମାନ ଟେଷ୍ଟରେ ଏକମାତ୍ର ବୋଲର ଅଟନ୍ତି। ଜସପ୍ରୀତ ବୁମରାଙ୍କ ଶକ୍ତିଶାଳୀ ବୋଲିଂ ବର୍ଡର ଗାଭାସ୍କର ଟ୍ରଫିରେ ଦେଖିବାକୁ ମିଳିଥିଲା। ସେ ସିରିଜ୍‌ରେ ସର୍ବାଧିକ ୩୨ ଉଇକେଟ୍‌ ନେଇଥିଲେ। ତେବେ ଏହି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆକୁ ୩-୧ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

ପୁଣି ଥରେ ପନ୍ତ ଶ୍ରେଷ୍ଠ-୧୦ ବ୍ୟାଟ୍ସମ୍ୟାନ ନିକଟକୁ ଆସିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ରିଷଭ ପନ୍ତ ଚମତ୍କାର ବ୍ୟାଟିଂ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ କ୍ରମାଗତ ଖରାପ ପ୍ରଦର୍ଶନ ପରେ ରିଷଭ ପନ୍ତ ଟପ-୧୦ ବାଦ୍‌ ପଡିଥିଲେ ମଧ୍ୟ ସିଡନୀ ଟେଷ୍ଟ ପରେ ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଆଇସିସି ର଼୍ୟାଙ୍କିଙ୍ଗରେ ଟପ-୫ରେ କୌଣସି ପରିବର୍ତ୍ତନ ହୋଇନାହିଁ। ଇଂଲଣ୍ଡର ଜୋ ରୁଟ୍‌ ଶୀର୍ଷରେ ରହିଛନ୍ତି। ଇଂଲଣ୍ଡର ହ୍ୟାରି ବ୍ରୁକ ୮୭୬ ରେଟିଂ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ନ୍ୟୁଜିଲାଣ୍ଡର କେନ ୱିଲିୟମ୍ସନ ୮୬୭ ରେଟିଂ ସହିତ ୩ ନମ୍ବରରେ ଅଛନ୍ତି। ଭାରତର ଯଶସ୍ବୀ ଜୟସ୍ବାଲ ୮୪୭ ରେଟିଂ ସହ ୪ ନମ୍ବରରେ ରହିଛନ୍ତି। ଭାରତ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା କରିଥିବା ଟ୍ରାଭିସ ହେଡ ୭୭୨ ରେଟିଂ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ଅଛନ୍ତି। ଏହିପରି, ଟପ-୫ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଂରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆରମ୍ଭ ହେଲା ସର୍ବଭାରତୀୟ ପାଟଣାକପ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ: ଯୋଗଦେଲେ ୮ ଦଳ

ପାଟଣାଗଡ଼,୧୩।୧(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ଼ ଏନ୍‌ଏସି ରମାଇ ହାଇସ୍କୁଲ ଖେଲପଡିଆରେ ସୋମବାର ୨୦ତମ ସର୍ବଭାରତୀୟ ପାଟଣାକପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ପାଟଣାଗଡ଼ ଉପ...

ସଞ୍ଜୁ ସାମସନ ନା ଋଷଭ ପନ୍ତ… ଚାମ୍ପିୟନ୍ସ ଟ୍ରଫିରୁ କିଏ ପଡ଼ିବ ବାଦ ? ଜାଣନ୍ତୁ କାହା ପଲା ଭାରି

ନୂଆଦିଲ୍ଲୀ, ୧୩।୧: ଆସନ୍ତା ମାସରେ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଯାଉଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ପ୍ରାୟ ସମସ୍ତ ଦେଶ ନିଜର ଟିମ୍ ଘୋଷଣା...

କେବେ ଅଧିନାୟକ ହୋଇପାରିବେନି ବୁମ୍‌ରା! ଖୁଲାସା ହେଲା ସବୁଠୁ ବଡ଼ କାରଣ…

ନୂଆଦିଲ୍ଲୀ,୧୩।୧: ଭାରତ ବନାମ ଅଷ୍ଟ୍ରେଲିଆ ସିଡ଼ନୀ ଟେଷ୍ଟ ଆରମ୍ଭ ହେବାକୁ ଥିବାବେଳେ ଖବର ଆସିଲା ଯେ ରୋହିତ ଶର୍ମା ନିଜକୁ ପ୍ଲେ-୧୧ରୁ ବାଦ୍‌ ଦେଇଛନ୍ତି। ଏପରି...

ରୋହିତ-ବିରାଟଙ୍କୁ କଡ଼ା ନିର୍ଦ୍ଦେଶ ଦେଲା ବିସିସିଆଇ, ପାଳନ ନ କଲେ ମିଳିବ ଦଣ୍ଡ

ନୂଆଦିଲ୍ଲୀ,୧୩।୧: ଟିମ ଇଣ୍ଡିଆର ଅନେକ ବରିଷ୍ଠ ଖେଳାଳି ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏହି ମାମଲାରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସବୁଠାରୁ...

ଇତିହାସ ସୃଷ୍ଟି କଲେ ୧୪ ବର୍ଷୀୟ ଇରା ଯାଦବ, ୧୫୭ ବଲରେ କଲେ ୩୪୬ ରନ୍

ମୁମ୍ବାଇ,୧୨।୧: ଆଗାମୀ ୧୯ ବର୍ଷରୁ କମ୍ ମହିଳା ବିଶ୍ୱକପରେ ଭାରତ ପାଇଁ ତିନି ଜଣ ଷ୍ଟାଣ୍ଡବାଏ ଖେଳାଳିଙ୍କ ମଧ୍ୟରୁ ଜଣେ ୧୪ ବର୍ଷୀୟା ଇରା ଯାଦବ...

କୋହଲିଙ୍କ ପାଖରେ ଏବେ ମାତ୍ର ୨ ମାସ ବାକି…

ନୂଆଦିଲ୍ଲୀ,୧୨।୧: ଲଗାତାର ଭାବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତର ତାରକା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ଏହାକୁ ନେଇ ଦଳ ତଥା ପ୍ରଶଂସକ ନିରାଶ...

ବାଲାଂଦେଶର ଏହି କ୍ରିକେଟରଙ୍କୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୧୨।୧: ଉଚ୍ଚସ୍ତରୀୟ ଘରୋଇ ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିବାରୁ ନିଷିଦ୍ଧ ହୋଇଥିବା ଶାକିବ ଅଲ ହାସନ ମଧ୍ୟ ତାଙ୍କ ବୋଲିଂ ଆକ୍ସନର ଦ୍ୱିତୀୟ ଯାଞ୍ଚରେ...

ଏହିଦିନ ଆରମ୍ଭ ହେବ ଆଇପିଏଲ ୨୦୨୫, ଜାଣନ୍ତୁ ଫାଇନାଲ ତାରିଖ

ମୁମ୍ବାଇ,୧୨।୧: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ସିଜିନକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଟୁର୍ଣ୍ଣାମେଣ୍ଟ କେଉଁ ତାରିଖରେ ଆରମ୍ଭ ହେବାକୁ ଯାଉଛି ତାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri