ଜାପାନରେ ହୋଇପାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ, ଜି-୨୦ ଶିଖର ସମ୍ମିଳନି ପରେ ଭାଙ୍ଗିପାରେ ସଂସଦ

ଟୋକିଓ,୨୫।୪: ଜାପାନରେ ଶାସକ ଲିବରାଲ ଡେମୋକ୍ରାଟିକ ପାର୍ଟି(ଏଲଡିପି)ରେ ସଂସଦର ନିମ୍ନ ଗୃହ ଡାଏଟକୁ ମଧ୍ୟବର୍ତ୍ତିକାଳୀନ ନିର୍ବାଚନକୁ ନେଇ ବିଚାର ଆରମ୍ଭ ହୋଇଛି। ରବିବାର ଦେଶରେ ଆସିଥିବା ୫ଟି ଉପନିର୍ବାଚନ ଫଳାଫଳରେ ଦଳ ଏକ ବଡ ସଫଳତା ପାଇବା ପରେ ଦଳର ନେତୃତ୍ୱ ତୁରନ୍ତ ନିର୍ବାଚନ କରିବାକୁ ଚିନ୍ତା କରିଛନ୍ତି। ରବିବାର ଆସିଥିବା ୫ଟି ଉପନିର୍ବାଚନ ଫଳାଫଳରେ ଏଲଡିପି ୪ଟିରେ ବିଜୟୀ ହୋଇଛି।

ଜାପାନ ମିଡିଆରେ ଚର୍ଚ୍ଚା ହେଉଛି କି ଚଳିତ ବର୍ଷ ମେ’ରେ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ ପରେ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଡିଏଟ ଭଙ୍ଗ କରିବାକୁ ସୁପାରିଶ କରିପାରନ୍ତି। ଜି-୨୦ ଦେଶର ଶିଖର ସମ୍ମିଳନି ଜାପାନର ହିରୋସିମାରେ ହେବାକୁ ଯାଉଛି। ଏବେ ଡିଏଟର ଅଧିବେଶନ ଚାଲୁ ରହିଛି, ଯାହା ୨୧ ଜୁନ ପର୍ଯ୍ୟନ୍ତ ଚାଲିବ। ହେଲେ ପର୍ଯ୍ୟବେକ୍ଷକଙ୍କ ସୂଚନା ଅନୁଯାୟୀ, ଏହି ଅଧିବେଶନ ସମୟରେ ସଂସଦ ଭାଙ୍ଗିବାର ଯଥେଷ୍ଟ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା, ୮ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ଟଳିନି ବିପଦ: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡିକୁ ବଡ଼ ଚେତାବନୀ ଦେଲା ଇରାନ

ତେହରାନ୍‌,୯।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂତନ ନାଭିଗେଶନ ପରାମର୍ଶ ଜାରି କରିଛି, ଖଣି ବିପଦକୁ ଦୃଷ୍ଟିରେ ରଖି, ଜାହାଜଗୁଡ଼ିକୁ ବିକଳ୍ପ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଆମେରିକା-ଇରାନ ମଧ୍ୟରେ କିପରି ଯୁଦ୍ଧବିରତି କରାଇଲା ଚାଇନା, ସାମ୍ନାକୁ ଆସିଲା ସେହି ୨୬ ଫୋନ କଲ୍‌ର ରହସ୍ୟ

ବେଜିଂ,୯।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିବା ପାଇଁ ନିଜକୁ ପିଠି ଥାପୁଡ଼ାଉଛି, କିନ୍ତୁ ଏହାକୁ ହାସଲ କରିବାରେ…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

ଯୁଦ୍ଧବିରତିକୁ ନେଇ ଖାମେନେଇଙ୍କ ବଡ଼ ବୟାନ, କହିଲେ ଟ୍ରମ୍ପ…

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଉଭୟ ଦେଶ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଉପରେ ସହମତି ହୋଇଛନ୍ତି । ଏହି ସମୟରେ,…

ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ: ଆନ୍ଦୋଳନ ହେବ ଆହୁରି ତୀବ୍ର

ଭୁବନେଶ୍ୱର,୯ା୪(ସୁଚିସ୍ମିତା ସାହୁ):ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ କାର୍ଯ୍ୟକାଳକୁ ଠିକା କାର୍ଯ୍ୟରୁ ଉଚ୍ଛେଦ କରି ମୂଳ ଚାକିରିରେ ଗଣନା କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri