ବଲିଉଡ୍‌ର ତିନି ଖାଁଙ୍କ ସହ କାମ କରିବାକୁ ଚାହୁଁନାହାନ୍ତି ଜାହ୍ନବୀ

ବମ୍ବେ: ବଲିଉଡ୍‌ର ତିନି ଖାଁଙ୍କ ସହ କାମ କରିବାକୁ ଚାହୁଁନାହାନ୍ତି ଅଭିନେତ୍ରୀ ଜାହ୍ନବୀ କପୁର। ନିକଟରେ ସେ କହିଥିବା ଏଭଳି କିଛି କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୨୦୧୮ରେ ‘ଧଡକ’ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ ଜାହ୍ନବୀ। ସେବେଠାରୁ ସେ ଦିନକୁ ଦିନ ଅଭିନୟରେ ନିଜକୁ ପ୍ରମାଣିତ କରି ଆସୁଛନ୍ତି। ନିକଟରେ ତାଙ୍କ ଫିଲ୍ମ ‘ଗୁଡ୍‌ ଲକ୍‌ ଜେରି’ ରିଲିଜ ହୋଇଛି। ଏହାକୁ ନେଇ ଏକ ସାକ୍ଷାତକାରରେ ଜାହ୍ନବୀ ବଡ ବୟାନ ଦେଇଛନ୍ତି।

ଜାହ୍ନବୀ କହିଛନ୍ତି, ଶାହାରୁଖ ଖାଁ, ସଲମାନ ଖାଁ ଏବଂ ଆମିର ଖାଁ ବଲିଉଡର ବଡ କଳାକାର। ସମସ୍ତେ ତାଙ୍କ ସହ କାମ କରିବାକୁ ଚାହାନ୍ତି। ହେଲେ ସେ ଯଦି ସେମାନଙ୍କ ନାୟିକା ହୁଅନ୍ତି ଅଜବ ଲାଗିବ। କାରଣ ବୟସ ଦୃଷ୍ଟିରୁ ସମସ୍ତେ ତାଙ୍କଠାରୁ ଢ଼େର ବଡ଼।

ଏବେ ଜାହ୍ନବୀ ୨୫ ବର୍ଷର ହୋଇଥିବା ବେଳେ ତିନି ଖାଁଙ୍କୁ ୫୫ ବର୍ଷରୁ ଅଧିକ ବୟସ। ଏଣୁ ସେ ବଡ଼ ପରଦାରେ ବରୁଣ ଧାଓ୍ବନ, ରଣବୀର କପୁରଙ୍କ ସହ କାମ କଲେ ଭଲ ଲାଗିବ ବୋଲି ସେ କହିଛନ୍ତି।

କହିରଖୁଛୁ, ଜାହ୍ନବୀଙ୍କ ଫିଲ୍ମ ‘ଗୁଡ୍‌ ଲକ୍‌ ଜେରି’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି। ଏହାକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି। ବିହାରର ସିଧାସାଧା ଝିଅର ଭୂମିକାକୁ ପ୍ରଶଂସା କରାଯାଉଛି। ଆଗାମୀ ଦିନରେ ସେ ନିତେଶ ତିଓ୍ବାରୀଙ୍କ ଫିଲ୍ମ ‘ବବାଲ୍‌’ରେ ନଜର ଆସିବେ। ଏଥିରେ ତାଙ୍କ ସହ ବରୁଣ ଅଛନ୍ତି। ଏହାଛଡ଼ା ସେ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି , ମିଲି ଏବଂ ତଖ୍‌ତରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri