ଜନାଦେଶକୁ କେବେ ଚୋରି କରାଯାଇପାରିବ ନାହିଁ

୨୦୨୪ ସାଧାରଣ ନିର୍ବାଚନରେ ଖୁବ୍‌ କମ୍‌ ସମୟ ଲାଗି ଓଡ଼ିଶା ଭାଜପାର ଦାୟିତ୍ୱ ନେଇ ରାଜ୍ୟରେ ଦଳକୁ ସରକାର ଗଠନ କରିବା ଦିଗରେ କାର୍ଯ୍ୟ କରିଥିଲେ ରାଜସ୍ଥାନ ଅଲ୍‌ଓ୍ବାର ଲୋକ ସଭା ଏମ୍‌ପି ଭୂପେନ୍ଦ୍ର ଯାଦବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରରେ ଯାଦବ ଏବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଦାୟିତ୍ୱ ପାଇଛନ୍ତି। ମାତ୍ର ୪୦ ଦିନ ଲାଗି ନିର୍ବାଚନ ପରିଚାଳନା ଦାୟିତ୍ୱରେ ଓଡ଼ିଶା ଆସିବାପରେ ଭୂପେନ୍ଦ୍ର ଯାଦବ ଅନ୍ୟମାନଙ୍କଠାରୁ ଭିନ୍ନ ଶୈଳୀରେ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିଲେ। ତାଙ୍କର ବିଶେଷତା ହେଲା ତାଙ୍କ ସହିତ ଏକ ବଡ଼ ଟିମ୍‌କୁ ଆଣି ଓଡ଼ିଶା ଭାଜପାର ଛୋଟ ବଡ ସବୁ ନିର୍ବାଚନୀ ଦାୟିତ୍ୱ ସଫଳତାର ସହ ଅତିକମ୍‌ ସମୟରେ କରିପାରିଥିଲେ। ବିଜେଡିର ଦୁର୍ଗ ଭାଙ୍ଗିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଭୂପେନ୍ଦ୍ର ନିଜର ଆଧିପତିତ୍ୱ ଉପସ୍ଥାପନା କରିବା ପାଇଁ ଚେଷ୍ଟା କରି ନ ଥିଲେ। ସେଥିପାଇଁ ଭାଜପାର ନେତା ଏବଂ ବିଶେଷ କର୍ମୀଙ୍କ ବ୍ୟତୀତ ସାଧାରଣରେ ତାଙ୍କର ମୁହଁ ଲୋକଲୋଚନକୁ ଆସି ନ ଥିଲା। ଭୂପେନ୍ଦ୍ର ଯାଦବଙ୍କ ନିର୍ବାଚନୀ କୌଶଳ ଏବଂ ଭବିଷ୍ୟତର ଚିନ୍ତା ବିଷୟରେ ଧରିତ୍ରୀର ସୁନିତ୍‌ ମିଶ୍ର ଗତ ୨୫ ତାରିଖରେ ନୂଆଦିଲ୍ଲୀଠାରେ ତାଙ୍କୁ ଭେଟି କେତୋଟି ପ୍ରଶ୍ନର ସାକ୍ଷାତ୍‌କାର ଆଣିଛନ୍ତି।

ପ୍ରଶ୍ନ: ଆପଣ ଝାଡ଼ଖଣ୍ଡ,ରାଜସ୍ଥାନ, ଗୁଜରାଟ ଏବଂ ଉତ୍ତର ପ୍ରଦେଶ ରାଜ୍ୟରେ ପୂର୍ବରୁ ନିର୍ବାଚନ ସଫଳତା ଆପଣଙ୍କ ଦଳ ପାଇଁ ଆଣିପାରିଥିଲେ। ଯେତେବେଳେ ଦଳ ଆପଣଙ୍କୁ ଓଡ଼ିଶାର ଦାୟିତ୍ୱ ଦେଲା ସେତେବେଳେ ଆପଣଙ୍କ ମନରେ କେଉଁ ପ୍ରକାରର ଭାବନା ଆସିଥିଲା?

ଉତ୍ତର: ସବୁ ନିର୍ବାଚନରେ ଆମେ ଦଳର କାର୍ଯ୍ୟକର୍ତ୍ତା ହିସାବରେ କାମ କରିଥାଉ। ଓଡ଼ିଶାରେ ଲୋକମାନେ ସରକାର ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲୋକଙ୍କର ବହୁତ ବିଶ୍ୱାସ ଥିଲା। ଓଡ଼ିଶା ଲୋକଙ୍କୁ ଲାଗୁଥିଲା ଗତ ୨୫ ବର୍ଷରେ ବିଜେଡି ଶାସନରେ ରାଜ୍ୟରେ ଦାଦନ ବଢିଛି, ଲୋକମାନେ ଘର ଛାଡିକି ବାହାରକୁ ଚାଲିଯାଇଛନ୍ତି, ମହିଳାଙ୍କ ଉପରେ ଅତ୍ୟାଚାର ବଢିଲା, ପିଲା ଚୋରି ବହୁତ ହେଲା ଏବଂ ଅଫିସରମାନଙ୍କ ଗୋଟିଏ ଗୋଷ୍ଠୀ ଗଣତନ୍ତ୍ରିକ ମୂଲ୍ୟବୋଧକୁ (ଡେମୋକ୍ରାଟିକ ଭାଲ୍ୟୁ) ସମ୍ପୂର୍ଣ୍ଣ ନଷ୍ଟ କରିବାର କାମ କଲେ। ତେଣୁ ଓଡ଼ିଶାରେ ଲୋକଙ୍କ ସମ୍ମାନ, ବିଶ୍ୱାସ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ମୋଦି ସରକାର ବଡ କାମ କରୁଛନ୍ତି ବୋଲି ଲୋକମାନେ ଭାବିଲେ। ନିର୍ବାଚନୀ କାମ କଲାବେଳେ ଚିନ୍ତାକଲୁ ଏକଥା ଲୋକଙ୍କ ପାଖକୁ ଭଲ ଭାବେ ଯିବା ଦରକାର, ସେହି କ୍ରମରେ କାମ କଲୁ।

ପ୍ରଶ୍ନ: ଅନ୍ୟ ରାଜ୍ୟଗୁଡିକଠାରୁ ଓଡ଼ଡିଶା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏଠାରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବହୁତ ବେଶି ଥିଲା। ଆପଣ ଓଡ଼ିଆ ଅସ୍ମିତା କଥା ଆରମ୍ଭ କଲେ ଏବଂ ଓଡ଼ିଶାରେ ଓଡ଼ିଆ ଶାସନ କରିବେ କହିଲେ। ଏହି ଚିନ୍ତା କେମିତି ଆପଣଙ୍କ ମନକୁ ଆସିଥିଲା?

ଉତ୍ତର: ଓଡ଼ିଶା ହେଉଛି ଏକ ଭାବ ପ୍ରଦାନର ପ୍ରଦେଶ। ମୁଁ ବହୁ ରାଜ୍ୟରେ କାମ କରିଛି, ହେଲେ ଜଗନ୍ନାଥ ହେଉଛନ୍ତି ଓଡ଼ିଶାର ଆରାଧ୍ୟ ଦେବତା। ୨୦୧୮ରୁ ଲଗାତର ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା କଥା ହେଉ, ରତ୍ନଭଣ୍ଡାର ଖୋଲାଯିବା ବିଷୟ ଉଠି ଆସୁଥିଲା। ସବୁଠାରୁ ବଡ କଥା ହେଉଛି କୌଣସି ରାଜ୍ୟର ଜନାଦେଶକୁ କେବେହେଲେ ଚୋରି କରାଯାଇପାରିବ ନାହିଁ। ଓଡିଶାର ଯେଉଁ ସାଂସ୍କୃତିକ ପରମ୍ପରା, ଭାଷା ଅଛି ତାହା ଆଗକୁ ବଢୁ ଏକଥା ଉପରେ ଭାଜପାର ବହୁତ ବିଶ୍ୱାସ ରହିଛି। ତେଣୁ ଆମେ ଏ ବିଷୟକୁ ଦୃଢତାର ସହିତ ଉଠାଇଲୁ ଏବଂ ମୋଦିଙ୍କ କଥାକୁ ଲୋକମାନେ ବିଶ୍ୱାସ କଲେ।
ପ୍ରଶ୍ନ: ନିର୍ବାଚନ ପୂର୍ବରୁ ଆପଣ କ’ଣ ଭାବିଥିଲେ ଓଡ଼ିଶାରେ ଭାଜପା ସରକାର ଗଢ଼ିପାରିବ ନା ଆଉ ଶକ୍ତିଶାଳୀ ବିରୋଧୀ ଦଳ ହେବ?

ଉତ୍ତର: ଗତ ୧୦ ବର୍ଷ ହେଲା ଆମ ଦଳର ସାଙ୍ଗଠନିକ ଲୋକମାନେ ବହୁତ ବିସ୍ତାରର ସହ କାମ କରି ଆସୁଥିଲେ। ବୁଥ୍‌ସ୍ତର ପର୍ଯ୍ୟନ୍ତ ଦଳର ଏକ ସଙ୍ଗଠନ ଥିଲା। ଦଳରେ ବରିଷ୍ଠ ନେତାମାନଙ୍କର ଏକ ଅନୁଶାସନ ଥିଲା। କିଛି ବରିଷ୍ଠ ଏବଂ ରାଜ୍ୟର ଅନେକ ସମ୍ମାନିତ ବ୍ୟକ୍ତିମାନେ ଦଳ ସହିତ ଯୋଡି ହୋଇଥିଲେ। ଦଳ ୧୦ ବର୍ଷରେ ଯେପରି ଏକ ସାଙ୍ଗଠନିକ ଢାଞ୍ଚା ପ୍ରସ୍ତୁତ କରିଥିଲା ତାହା କାମ ଦେଲା। ଯଦି ଦେଖିବେ, ୨୦୧୪ ଏବଂ ୨୦୧୯ରେ ଭାଜପାର ଭୋଟ ପ୍ରତିଶତରେ ମଧ୍ୟ ବୃଦ୍ଧି ଘଟିଥିଲା। ତେଣୁ ଯୋଉ ଲଗାତର ଭାବେ ଦଳର ଗ୍ରାଫ୍‌ ବଢୁଥିଲା, ତାହା ଦଳର କାର୍ଯ୍ୟକର୍ତ୍ତାମାନଙ୍କ ବହୁ ପରିଶ୍ରମ ଥିଲା। ଯେଉଁମାନେ ବହୁ ପରିଶ୍ରମ କରି ଓଡ଼ିଶାର ସଙ୍ଗଠନ ଠିଆ କରିଛନ୍ତି।

ପ୍ରଶ୍ନ. ନିର୍ବାଚନ ପୂର୍ବରୁ ଆପଣଙ୍କ ଦଳର ସବୁ ବଡ ନେତା ଏବଂ ମନ୍ତ୍ରୀ ଓଡ଼ିଶାର ତତ୍କାଳୀନ ବିଜେଡି ସରକାରକୁ ଅନେକ ପ୍ରଶଂସା କରୁଥିଲେ। ଆପଣ ନେତୃତ୍ୱ ନେଇ ସେହି ଦିଶାର ପରିବର୍ତ୍ତନ ଆଣିଲେ। ଏହା କେତେ କଷ୍ଟକର ଥିଲା ବୋଲି ଆପଣ କହିବେ ?

ଉତ୍ତର: ଦେଖନ୍ତୁ, ମୋର କରିବା ଅପେକ୍ଷା ସେଠାର କାର୍ଯ୍ୟକର୍ତ୍ତାମାନଙ୍କ ପରିଶ୍ରମ ବହୁତ ଅଧିକ ଥିଲା। ତୃଣମୂଳସ୍ତର ପର୍ଯ୍ୟନ୍ତ ଦଳର କାର୍ଯ୍ୟକର୍ତ୍ତାମାନେ ଯାଇକି କାମ କଲେ। ମୁଁ ତ ମାତ୍ର ୪୦ ଦିନ ପାଇଁ ସମସ୍ତଙ୍କ ସହିତ କାମ କରିବାକୁ ଯାଇଥିଲି। କିନ୍ତୁ ଆମ ଦଳର ଯେତେଜଣ ବି ବରିଷ୍ଠ ନେତା ଥିଲେ ଯେପରି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ବରିଷ୍ଠ ନେତା ସୁରେଶ ପୂଜାରୀ, ଜୟନାରାୟଣ ମିଶ୍ର, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ, ଏମ୍‌ପି ସଙ୍ଗୀତା ସିଂଦେଓ, ଅଟଳ ବିହାରୀ ବାଜପେୟୀଙ୍କ ସମୟରୁ ଜିତି ଆସୁଥିବା ଜୁଏଲ ଓରାମ ପ୍ରମୁଖ କାମରେ ଲାଗିଥିଲେ। ତେଣୁ ଓଡ଼ିଶାର ସବୁ ପ୍ରାନ୍ତରେ ମଜଭୂତ ନେତାଙ୍କ ଉପସ୍ଥିତି ହିଁ ଦଳୀୟ କାମକୁ ଆଗକୁ ବଢାଇବାର ସାହାଯ୍ୟ କଲା। ଯାହାର ଲାଭ ଆମକୁ ଏହି ନିର୍ବାଚନରେ ମିଳିଲା।
ପ୍ରଶ୍ନ. ଓଡ଼ିଶାରେ ଖଣିଜ ପଦାର୍ଥ ବ୍ୟତୀତ ଚାଷର ଅନେକ ସୁଯୋଗ ରହିଛି, ଯେହେତୁ ଆପଣ ଓଡ଼ିଶା ରାଜ୍ୟକୁ ଭଲ ଭାବେ ଭ୍ରମଣ କରିକି ଦେଖିଲେ ଆପଣଙ୍କ ଚିନ୍ତାରେ ରାଜ୍ୟର ଉନ୍ନତି ପାଇଁ କେଉଁ ପ୍ରକାର ପଦକ୍ଷେପ ଦରକାର?

ଉତ୍ତର: ଓଡ଼ିଶାର ଉନ୍ନତି ରାଜ୍ୟର ସଂସ୍କୃତି ହିସାବରେ ହିଁ ହେବା ଦରକାର। ସେଥିରେ ସବୁ ବର୍ଗର ଲୋକଙ୍କ ସହଭାଗିତା ରହିବା ଦରକାର। ଓଡ଼ିଶାରେ ପୋର୍ଟ, ଯେଉଁସବୁ ନଦୀ ରହିଛି, କୃଷି ସିଞ୍ଚାଇ, ଉତ୍ପାଦନ ହେଉଥିବା ଚାଉଳ, ଉଦ୍ୟାନ କୃଷି ଏବଂ ମାଇନିଂ ଆଦି ସବୁ ଭଲ ଅଛି। ଏଠାରେ ମାଇନିଂ ପାଇଁ ମୂଲ୍ୟ ଯୁକ୍ତ(ଭାଲ୍ୟୁ ଆଡିଶନ) ବି ହେଇପାରିବ। ମୁଁ ଏହି ବିଷୟରେ ବିଶ୍ୱାସ କରୁଛି ଯେ, ଭାଜପା ସରକାର ଓଡ଼ିଶାରେ ଏସବୁ ଜିନିଷର ଭାଲ୍ୟୁ ଆଡିଶନ କରିକି ଏହାକୁ ଆଗକୁ ବଢାଇବାର କାମ ବି କରିବ।

ପ୍ରଶ୍ନ: ଓଡ଼ିଶାର ସାଧାରଣ ନାଗରିକ ବିଶ୍ୱାସ କରୁଛନ୍ତି ଯେ, ଆପଣଙ୍କ ସୁପାରିସ ଯୋଗୁ ମୋହନ ଚରଣ ମାଝୀ ଓଡ଼ିଶାର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ହେଲେ। ତାଙ୍କୁ ବାଛିବା ପଛରେ ଭାଜପାର କ’ଣ ସବୁ ରାଜନୈତିକ ଦୃଷ୍ଟି ରହିଛି?

ଉତ୍ତର: ମୁଁ ତ ଆପଣଙ୍କୁ ପ୍ରଥମେ ସ୍ପଷ୍ଟ କରିଦେଉଛି ଯେ, ଭାଜପାରେ କାହା ସୁପାରିସରେ କେହି ମୁଖ୍ୟମନ୍ତ୍ରୀ ହୁଅନ୍ତି ନାହିଁ। ଭାଜପାରେ ଏକ ପରାମର୍ଶର ପ୍ରକ୍ରିୟା ଥାଏ ଏବଂ ଦଳର ପାର୍ଲାମେଣ୍ଟାରି ବୋର୍ଡର ନିଷ୍ପତ୍ତି ହିଁ ଚୂଡ଼ାନ୍ତ ହୋଇଥାଏ। ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ମୁଁ ତାଙ୍କ ସହିତ ଯାଇଥିଲି। ସେଠାରେ ସମସ୍ତଙ୍କ ମତାମତ ନେବାପରେ ଦଳର ପାର୍ଲାମେଣ୍ଟାରି ବୋର୍ଡ ସହିତ କଥାବାର୍ତ୍ତା କରି ସବୁକିଛି ହୋଇଥିଲା। ଭାଜପାର ସବୁ ନିଷ୍ପତ୍ତି ଲୋକତାନ୍ତ୍ରିକ ପ୍ରକ୍ରିୟାରେ ହୋଇଥାଏ। ଭାଜପା ଏକ ଭିନ୍ନ ପ୍ରକାରର ଦଳ। ଏହି ଦଳରେ ସମସ୍ତଙ୍କ ମତାମତ ନିଆଯାଇ କେନ୍ଦ୍ରର ଶୀର୍ଷ ନେତୃତ୍ୱଙ୍କ ପରାମର୍ଶକ୍ରମେ ସବୁକିଛି ହୋଇଥାଏ। ତେଣୁ ଏହା ହେଉଛି ପ୍ରକ୍ରିୟା। ମୋର କୌଣସି ବ୍ୟକ୍ତିଗତ ସୁପାରିସ ଏଥିପାଇଁ ନ ଥିଲା। ଦଳର ଲୋକତାନ୍ତ୍ରିକ ପ୍ରକ୍ରିୟାରେ ସବୁ ହୋଇଛି।

ପ୍ରଶ୍ନ: ଓଡ଼ିଶା ହେଉଛି ଏଭଳି ଏକ ରାଜ୍ୟ ଯେଉଁଠାରେ ପରିବେଶ ସୁରକ୍ଷା ବିପର୍ଯ୍ୟସ୍ତ। ଜଳବାୟୁ ପରିବର୍ତ୍ତନ (କ୍ଲାଇମେଟ୍‌ ଚେଞ୍ଜ)ର କୁପ୍ରଭାବ ଆମେ ସବୁଦିନ ଭୋଗୁଛୁ, ଆପଣଙ୍କ ମନ୍ତ୍ରଣାଳୟ ତରଫରୁ ଏଥିପାଇଁ ଓଡ଼ିଶା ପ୍ରତି କିଛି ଅଧିକ ଦୃଷ୍ଟି ଦେବେ କି?

ଉତ୍ତର: ଓଡ଼ିଶାରେ ଶିମିଳିପାଳ ଭଳି ଏକ ମହତ୍ତ୍ୱପୂର୍ଣ୍ଣ ବନକ୍ଷେତ୍ର ରହିଛି, ସାତକୋଶିଆ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଭିତରକନିକା ଭଳି ଏକ ରିଜର୍ଭ ଏରିଆ ଅଛି, ଗୋପାଳପୁରକୁ ଦୁନିଆର ସବୁଆଡୁ କଇଁଛମାନ ଆସୁଛନ୍ତି। ଏସବୁ ପ୍ରାକୃତିକ ସ୍ଥାନ। ରାଜ୍ୟରେ ବହୁ ସଂଖ୍ୟାରେ ହାତୀ ଥିବା ଯୋଗୁ ଚ୍ୟାଲେଞ୍ଜ ମଧ୍ୟ ଅଛି। ପ୍ରଧାନମନ୍ତ୍ରୀ ବୃକ୍ଷରୋପଣ କରିବା ଲାଗି ମଧ୍ୟ ଲୋକଙ୍କୁ ଆମନ୍ତ୍ରିତ କରିଛନ୍ତି। ଆମେମାନେ ଗୋଟେ ଗଛ ମା’ଙ୍କ ନାଁରେ ଅଭିଯାନ ବି ଆରମ୍ଭ କରିଛୁ। ଏ ଅଭିଯାନକୁ ମଧ୍ୟ ଆମେ ଆଗକୁ ନେଇକି ଯିବୁ। ଏସବୁ ବିଷୟକୁ ଆମେ ସମଗ୍ର ଓଡ଼ିଶାରେ ଆଗକୁ ନେବାର କାମ କରିବାର ଲକ୍ଷ୍ୟ ରଖିଛୁ।

ପ୍ରଶ୍ନ: ଆପଣ ରାଜନୀତି ପ୍ରତି କେମିତି ଆକର୍ଷିତ ହେଲେ ?

ଉତ୍ତର: ମୋ ପରିବାରରେ କେହି ରାଜନୀତିରେ ନ ଥିଲେ। ପିଲାବେଳେ ମୁଁ ସଂଘରେ କାର୍ଯ୍ୟ କରୁଥିଲି। ଛାତ୍ର ଜୀବନରେ ମୁଁ ବିଦ୍ୟାର୍ଥୀ ପରିଷଦ ସହିତ ଯୋଡ଼ିହେଲି। କଲେଜର ଛାତ୍ର ରାଜନୀତିରେ ମୁଁ ଆଗକୁ ବଢିଲି। ବୋଧହୁଏ, ବିଦ୍ୟାର୍ଥୀ ଜୀବନରେ ଯୋଉ ଛାତ୍ର ରାଜନୀତିରେ ଆସିଲି ସେହି ଆଗ୍ରହ ମୋ ଭିତରେ ଏକ ବଡ ବୃକ୍ଷ ରୂପରେ ବାହାରିଲା, ଯେଉଁଥିଲାଗି ମୁଁ ରାଜନୀତି ପ୍ରତି ଆକୃଷ୍ଟ ହେଇଗଲି।

ପ୍ରଶ୍ନ: ଯିଏ ଆପଣଙ୍କ ସାଙ୍ଗରେ କିଛି ସମୟ ବିତାଇଛି ସେ ଜାଣିଛି ଆପଣ ଜଣେ ବିଦ୍ୱାନ ବ୍ୟକ୍ତି, ଯିଏକି ବେଦଠାରୁ ଆରମ୍ଭକରି ବିଜ୍ଞାନ ଓ ବହିର୍ବ୍ୟାପାର ବିଷୟରେ କଥା ହୋଇପାରିବେ। ଏତେ ବିଷୟରେ ପଢି ଜାଣିବାର ରୁଚି କେମିତି ସୃଷ୍ଟି କଲେ।

ଉତ୍ତର: ଗୋଟିଏ ବାକ୍ୟରେ କହିବି କି, ଜଗନ୍ନାଥଙ୍କ କୃପାରୁ ଏହା ସମ୍ଭବ ହୋଇଛି।

ପ୍ରଶ୍ନ: ଓଡ଼ିଶାରେ ଆପଣ ଭାଜପା ସରକାର ଆଣିପାରିବେ ବୋଲି କେବେ ଜାଣିଲେ। ଓଡ଼ିଶାକୁ ଆସିବା ପରେ ଏ ବିଷୟରେ ଜାଣିଲେ ନା ପୂର୍ବରୁ କିଛି ଜାଣିଥିଲେ।

ଉତ୍ତର: ମୁଁ ଯେବେ ୨୧ ଏପ୍ରିଲରେ ଓଡ଼ିଶାରେ ପହଞ୍ଚିଲି, ଏହାର ୨ରୁ ୩ ଦିନ ଭିତରେ ଆପଣଙ୍କ ଗଣମାଧ୍ୟମ ସଂସ୍ଥାକୁ ଯାଇଥିଲି। ଆପଣଙ୍କ ଧ୍ୟାନ ଥିବ ସେତେବେଳେ ହିଁ ମୁଁ କହି ଦେଇଥିଲି ଯେ, ଓଡ଼ିଶାରେ ଭାଜପାର ସରକାର ହେବ। ଓଡ଼ିଶା ମାଟିରେ ପରିବର୍ତ୍ତନର ଯେଉଁ ଆଶା ଦେଖିଲି, ଲୋକଙ୍କ ମନରେ ଯେଉଁ ପରିବର୍ତ୍ତନ କଥା ଲକ୍ଷ୍ୟ କଲି ସେଥିରୁ ଜଣାପଡିଯାଇଥିଲା। ଓଡ଼ିଶା ଯିବାପରେ ସେକଥା ଜାଣିପାରିଲି।

ପ୍ରଶ୍ନ: ଓଡ଼ିଶାରେ ଭାଜପା ଦାୟିତ୍ୱ ବହୁ ବଡ ନେତା ଆଗରୁ ନେଇଥିଲେ ହେଲେ ତା’ର କିଛି ପ୍ରଭାବ ପରିଲକ୍ଷିତ ହେଉ ନ ଥିଲା। କିନ୍ତୁ ଆପଣ ଏମିତି କ’ଣ କଲେ ଯେ, ଦଳର ନିର୍ବାଚନୀ ସୁପରିଚାଳନାରେ ସଫଳତା ଆସିଗଲା।

ଉତ୍ତର: ଏପ୍ରିଲ ୧୬, ୧୭ ତାରିଖରେ ମତେ ଜଣାଗଲା ଯେ, ମୋର ୨୧ ଏପ୍ରିଲରେ ଓଡ଼ିଶା ପହଞ୍ଚିବାର ଅଛି। ତେଣୁ ୧୯ ଏପ୍ରିଲରେ ନିଜର ନିର୍ବାଚନ କାମ ଶେଷ କରି ୨୧ ତାରିଖରେ ଓଡ଼ିଶାରେ ପହଞ୍ଚିଗଲି। ସେଠାରେ ପହଞ୍ଚିବାର ୨ରୁ ୩ ଦିନରେ ମତେ ଜଣାପଡିଲା ଯେ, ଏଠି ପରିବର୍ତ୍ତନର ବଡ ସମ୍ଭାବନା ରହିଛି। ଆମେ ଦଳରେ ଗୋଟେ ଟିମ୍‌ ହୋଇ କାମ କରୁ। ଏହା ଏକ ଟିମ୍‌ର କାମ ଥିଲା। ଉକ୍ତ ଟିମ୍‌ର କାର୍ଯ୍ୟ ପାଇଁ ସବୁକିଛି ସମ୍ଭବ ହୋଇପାରିଲା। ଏସବୁର ଶ୍ରେୟ ପ୍ରଧାନମନ୍ତ୍ରୀଙ୍କୁ ହିଁ ଯିବ।

ପ୍ରଶ୍ନ: ଓଡ଼ିଶା ଭୋଟର ୨୦୧୪ ଏବଂ ୨୦୧୯ରେ ଭାଜପା ସପକ୍ଷରେ ପ୍ରବଳ ହାଓ୍ବା ସତ୍ତ୍ୱେ ନବୀନଙ୍କୁ ଜିତାଇଥିଲେ। ଏଥର ଆପଣ କେମିତି ସେଥିରେ ପରିବର୍ତ୍ତନ ଆଣିପାରିଲେ ବୋଲି ଭାବୁଛନ୍ତି।

ଉତ୍ତର: ବିଜେଡି ସରକାର ବହୁମାତ୍ରାରେ ଭ୍ରଷ୍ଟାଚାର କରିଥିଲା। ଜିଲା ଖଣିଜ ପାଣ୍ଠିର ଦୁରୁପଯୋଗ ସେହି ସରକାର ଅମଳରେ ବହୁ ମାତ୍ରାରେ ହୋଇଛି। ମହିଳାଙ୍କ ଉପରେ ଅତ୍ୟାଚାର ନେଇ ଏନ୍‌ସିଆର୍‌ବି ସଂଖ୍ୟାରେ ବୃଦ୍ଧି ଘଟିଲା, ପିଲା ବହୁତ ହଜିଲେ, ସବୁଠାରୁ ବଡ କଥା ହେଉଛି ଓଡ଼ିଶା ପ୍ରଶାସନରେ ଏମିତି ଏକ ତନ୍ତ୍ର ଥିଲା ଯେଉଁଥି ଲାଗି ରାଜ୍ୟ ଶାସନରେ ଏକ ଅହଙ୍କାର ଭରି ହୋଇ ରହିଥିଲା। ତେଣୁ ଓଡ଼ିଶାରେ ପରିବର୍ତ୍ତନର ଯୋଉ ବି ମାହୋଲ ଥିଲା ସେଠାରେ ଭାଜପା ସବୁଠୁ ବଡ ବିକଳ୍ପ ଦଳ ହୋଇ ରହିଥିଲା, ଲୋକମାନେ ତାକୁ ହିଁ ବାଛିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri