ଆରମ୍ଭ ହେଲା ମା’ ଅଳେଁଇଙ୍କ ଦଣ୍ଡଯାତ୍ରା

ଖୋର୍ଦ୍ଧା ଅଫିସ,୧୧ା୪: ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡ଼ା ପଞ୍ଚାୟତ ଉଇଲ୍‌କିଶନ ନଗରର ଆରାଧ୍ୟା ଦେବୀ ମା’ ଅଳେଁଇଙ୍କ ପ୍ରସିଦ୍ଧ ଦଣ୍ଡଯାତ୍ରା ତଥା ଝାମୁଯାତ୍ରା ସୋମବାର ଠାରୁ ପାରମ୍ପରିକ ବିଧିବିଧାନପୂର୍ବକ ଆରମ୍ଭ ହୋଇଛି। କାହିଁ ଅନାଦି କାଳରୁ ଅଳେଁଇ ଠାକୁରାଣୀ ଏଠାରେ ବିଜେ କରିଛନ୍ତି। ମା’ଙ୍କ ବାରମାସ ତେର ଯାତ୍ରା ମଧ୍ୟରେ ଅନ୍ୟତମ ଚୈତମାସ ଝାମୁଯାତ୍ରା। ୫ ଦିନ ଧରି ଏହି ଯାତ୍ରା ଚାଲିବ। ଗ୍ରାମବାସୀ ଏବଂ ଆଖପାଖ ଅଞ୍ଚଳର ମାନସିକ ବ୍ରତଧାରୀମାନେ ଏହି ଯାତ୍ରାରେ ସାମିଲ ହୋଇ ଉପବାସ କରିଥାନ୍ତି। ରବିବାର ନିଶାର୍ଦ୍ଧରେ ମା’ଙ୍କ ଘଟକୁ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା କରାଯାଇ କାମନା ଗୃହରୁ ବାହାରକୁ ଅଣାଯାଇଥିଲା। ବ୍ରତଧାରୀମାନେ ନିକଟ ପୁଷ୍କରିଣୀରେ ସ୍ନାନକରି ଶୁଦ୍ଧପୂତ ହୋଇ ମା’ଙ୍କ ଘଟକୁ ପୂଜା କରିଥିଲେ। ମଧ୍ୟାହ୍ନରେ ବ୍ରତଧାରୀମାନେ ପୁଷ୍କରିଣୀ ସ୍ନାନସାରି ଗ୍ରାମର ସମସ୍ତ ଠାକୁର, ଠାକୁରାଣୀଙ୍କୁ ଆବାହନ କରି ମାନସିକଧାରୀଙ୍କ ଦାଣ୍ଡଦୁଆରେ ଦଣ୍ଡ ଭାଙ୍ଗିବା ପରମ୍ପରା ରହିଛି। ଆସନ୍ତା ୧୩ ତାରିଖ ମାସାନ୍ତରେ ମେରୁପର୍ବ ଓ ୧୪ରେ ମା’ଙ୍କ ଝାମୁଯାତ୍ରା ହେବ। ମାନସିକଧାରୀ, ପାଟଭୁକ୍ତା, କାଳିସି ପ୍ରମୁଖ ଉକ୍ତ ଦିନ ଅଗ୍ନିରେ ଚାଲିବେ। କରୋନା କଟକଣା ଯୋଗୁ ଦୁଇ ବର୍ଷ ଧରି ବିନା ଭକ୍ତରେ ଯାତ୍ରା ସମାପନ ହୋଇଥିବା ବେଳେ ଚଳିତବର୍ଷ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ମା’ଙ୍କ ଦର୍ଶନ ଲାଗି ଭକ୍ତମାନଙ୍କ ମଧ୍ୟରେ ଏକ ଅପୂର୍ବ ଆନନ୍ଦଉଲ୍ଲାସ ଭରିରହିଛି। ଚଳିତବର୍ଷ ଗ୍ରାମବାସୀଙ୍କ ଉପସ୍ଥିତିରେ ମା’ଙ୍କ ଝାମୁଯାତ୍ରା ସମାରୋହରେ ପାଳନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ୧୨ ଓ ୧୩ ତାରିଖ ଦୁଇଦିନ ଧରି ଗ୍ରାମରେ ହନୁମାନ ଜୟନ୍ତୀ ଓ ବିଶ୍ୱର କଲ୍ୟାଣ ପାଇଁ ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନ କରାଯିବ ବୋଲି ଗ୍ରାମ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ସନାତନ ବିଶ୍ୱାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri