Posted inଜାତୀୟ

ଜମ୍ମୁ-କଶ୍ମୀର ଆଇପିଏସ୍‌ ଅଫିସର ବସନ୍ତ ରଥ ନିଲମ୍ବିତ

ଶ୍ରୀନଗର,୮।୭: ଦୁର୍ବବ୍ୟହାର ଓ ଅସଦାଚରଣ ଅଭିଯୋଗରେ ଜମ୍ମୁ- କଶ୍ମୀରର ବରିଷ୍ଠ ଓଡ଼ିଆ ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ବୁଧବାର ନିଲମ୍ବିତ କରାଯାଇଛି। ଏନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅସଦାଚରଣ ଅଭିଯୋଗରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରାଳୟ କହିଛି। ସୂଚନାଯୋଗ୍ୟ, ମଙ୍ଗଳବାର ସାରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ, ୨୦୦୦ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ବସନ୍ତ ରଥଙ୍କୁ ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରାଯାଇ ଶ୍ରୀନଗରର ପୁଲିସ ମୁଖ୍ୟାଳୟରେ ତାଙ୍କୁ ଅବସ୍ଥାପିତ କରାଯାଉଛି। ଏଥିସହ ଜାମ୍ମୁ-କାଶ୍ମୀର ଡିଜିପିଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ନ ଯିବାକୁ ବସନ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବସନ୍ତ ସେଠାରେ ଇନ୍ସପେକ୍ଟର ଜେନେରାଲ ଭାବେ ନିଯୁକ୍ତ ହୋଇଥିଲେ। ନିକଟରେ ସେ ଜମ୍ମୁ କଶ୍ମୀରର ଡିଜିପିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏଥିସହିତ ଅନେକ ପ୍ରସଙ୍ଗରେ ମୁହଁ ଖୋଲିଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଜଣାପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଗଠନ ପାଇଁ ଦିଲ୍ଲୀ ପହଞ୍ଚିଲେ କର୍ନାଟକର ଭାଜପା ନେତା

ନୂଆଦିଲ୍ଲୀ,୨୫।୭: କର୍ନାଟକରେ ମେଣ୍ଟ ସରକାରର ପତନ ପରେ ଏବେ ଭାଜପା ସେଠାରେ ସରକାର ଗଢିବ ବୋଲି ଲାଗିଛି। ହେଲେ ଏଥିରେ କାହାକୁ କେଉଁ ଦାୟିତ୍ୱ ମିଳିବ...

‘ବିରୋଧୀ ଏକଜୁଟ ହେବା ଆବଶ୍ୟକ’

ମୁମ୍ବାଇ,୫।୧୦: ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ମଙ୍ଗଳବାର ବିରୋଧୀଙ୍କୁ ଏକଜୁଟ୍‌ ହେବାକୁ ଆହ୍ବାନ ଦେଇଛନ୍ତି। ଲଖିମ୍‌ପୁର ଖେରି ଘଟଣା ପରେ ବିରୋଧୀ ଦଳ ଏକଜୁଟ...

ଭାରତ ଜଳସୀମାରେ ରୋହିଙ୍ଗ୍ୟା

ନୂଆଦିଲ୍ଲୀ, ୨୩ା୨: ପ୍ରାୟ ୯୦ ରୋହିଙ୍ଗ୍ୟା ଏବଂ ୩ ବାଲାଂଦେଶ କ୍ରିଉ ସଦସ୍ୟଙ୍କ ସହ ଏକ ବୋଟ୍‌ ସୋମବାର ଭାରତର ଜଳସୀମା ଆଣ୍ଡାମାନ ନିକଟରେ ପହଞ୍ଚିଛି।...

ଶିବାଜୀ ପାର୍କ ଦଶହରା ରାଲି ପାଇଁ କାହାକୁ ମିଳିଲାନି ଅନୁମତି…

ମୁମ୍ବାଇ, ୨୨।୯ : ମହାରାଷ୍ଟ୍ରରେ ଶିବାଜୀ ପାର୍କ ଦଶହରା ରାଲି ପାଇଁ ଉଦ୍ଧବ ଠାକରେ ଅବା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକ କାହାକୁ ମଧ୍ୟ ଅନୁମତି...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ମେଣ୍ଢର ସେକ୍ଟରରେ ସାରାରାତି ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୧୬।୯ : ଜମ୍ମୁ-କଶ୍ମୀରରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଥମିବାର ନା ଧରୁନି। ପାକିସ୍ତାନ ବାରମ୍ବାର ଏଠାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ରବିବାର ରାତିରେ ପାକିସ୍ତାନ...

କମ ଦରମା-ବିନା ପିପିଇରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ମନା କଲେ ନର୍ସିଂ ଷ୍ଟାଫ୍‌: ୧୦୦ରୁ ଅଧିକ ଦେଲେ ଇସ୍ତଫା

ଜୟପୁର,୨୭।୪: ଭାରତରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ରାଜସ୍ଥାନରେ ୧୦୦ରୁ ଅଧିକ ନର୍ସିଂ ଷ୍ଟାଫ୍‌ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ...

ଆଇଟି ନିୟମ ଧାରା ଉପରେ ରୋକ

ମୁମ୍ବାଇ, ୧୫ା୮: ଡିଜିଟାଲ ମିଡିଆ ପାଇଁ ଉଦ୍ଦିଷ୍ଟ ନୂଆ ସୂଚନା ପ୍ରଯୁକ୍ତିବିଦ୍ୟା(ଆଇଟି) ନିୟମ, ୨୦୨୧ର ଧାରା ୯ (୧) ଏବଂ ୯ (୩) ଉପରେ ବମ୍ବେ...

ବାୟୁସେନାର ଏମ୍‌ଆଇ-୭୦ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇଟାନଗର,୧୮ ।୧୧: ଭାରତୀୟ ବାୟୁସେନାର ଏମ୍‌ଆଇ-୭୦ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ହେଲିକପ୍ଟରରେ ଥିବା ୨ ପାଇଲଟ ଓ ୩ କ୍ରିୟୁ ମେମ୍ବର ସୁରକ୍ଷିତ...

Advertisement
Archives

Model This Week