Posted inଜାତୀୟ

ଜଣେ ସାମ୍ବାଦିକାଙ୍କୁ ଡେଟ୍‌ କରୁଛନ୍ତି ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା! ଶପଥ ସମାରୋହର ଭାଇରାଲ ଫଟୋକୁ ନେଇ ବଢିଲା ଚର୍ଚ୍ଚା

ଶ୍ରୀନଗର,୧୭।୧୦: ଜମ୍ମୁ କଶ୍ମୀରରେ ସରକାର ଗଠନ ହୋଇଛି। ଏନସି ର ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ଶପଥ ସମାରୋହରେ ଇଣ୍ଡିଆ ମେଣ୍ଟର ବହୁ ସଦସ୍ୟ ଯୋଗ ଦେଇଥିଲେ। ଭାଇରାଲ ଫଟୋରେ ଓମାରଙ୍କ ଶପଥ ସମାରୋହରେ ପ୍ରତମ ଧାଡିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏସପି ନେତା ଅଖିଳେଶ ଯାଦବ ଓ ଅନ୍ୟାନ୍ୟ ନେତାଙ୍କୁ ଦେଖିବାକୁ ମିଳିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଏହି କାର୍ଯ୍ୟକ୍ରମରେ ଏମିତି ଜଣେ ମହିଳାଙ୍କୁ ଦେଖିବାକୁ ମିଳିଛି ଯାହା ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି। ମହିଳାଜଣକ ହେଉଛନ୍ତି ଜାତୀୟ ଗଣମାଧ୍ୟମ ଏନଡିଟିଭିର ପୂର୍ବତନ ବରିଷ୍ଠ ସାମ୍ବାଦିକା ନିଦ୍ଧି ରାଜଦାନ। ଶପଥ ସମାରୋହରେ ସମସ୍ତଙ୍କୁ ଦେଖିବାକୁ ମିଳିଥିଲେ ବି ତାଙ୍କୁ କିଛି ଭିନ୍ନ ଢଙ୍ଗରେ ଦେଖଇବାକୁ ମିଳିଥିଲା। ଅର୍ଥାତ୍‌ ସେ ଅବଦୁଲ୍ଲା ପରିବାରଙ୍କ ସହ ଏକାଠି ଗୋଟିଏ କାର୍‌ରେ ଆସି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଆଉ ତାଙ୍କୁ ପ୍ରଥମ ଧାଡିରେ ମଧ୍ୟ ବସିବାକୁ ଦିଆଯାଇଥିଲା।

କହିରଖୁଛୁ କି, ପୂର୍ବା ଓମାରଙ୍କ ସହ ନିଧୀଙ୍କ ନାଁ ଯୋଡା ଯାଇଛି। କୁହାଯାଏ କି ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛନ୍ତି। ଅନେକ ସ୍ଥାନରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି। ଏପରିକି ସୋସିଆଲ ମିଡିଆରେ ନିଜ ନିଜ ପୋଷ୍ଟରେ ଦୁହେଁ ପରସ୍ପରକୁ ବ୍ୟକ୍ତିଗତ ଭାବେ କମେଣ୍ଟ ମଧ୍ୟ ଦିଅନ୍ତି। ୨୦୨୦ରୁ ଏହି ଚର୍ଚ୍ଚା ଲାଗି ରହିଥିବାବେଳେ ସୋସିଆଲ ମିଡିଆର ଏକ ପୋଷ୍ଟ ବେଶ୍‌ ଚର୍ଚ୍ଚାର ଖୋରାକ୍‌ ଯୋଗାଇଥିଲା। ତାହା ହେଉଛି ଓମାର ୯ମାସର ଡିଟେନଶନରୁ ଫେରିବା ପରେ ନିଜ ବାପା-ମାଆଙ୍କ ସହ ଏକ ଫଟୋ ଉଠାଇଥିଲେ। ଏହି ଫଟୋର କମଣ୍ଟେରେ ନିଧି କହିଥିଲେ, ଓ୍ବେଲକମ୍‌ ବ୍ୟାକ୍‌, ପ୍ରଥମେ ନିଜ ଦାଢି ସେଭ୍‌ କର।

ଏହାପରେ ଗତକାଲିର ଶପଥ ସମାରୋହରେ ନିଧିଙ୍କ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ସେ ଆଗରେ ବସିଥିବାର ଦେଖାଯାଇଛି। ଜଣେ ୟୁଜର୍ସ ଏହାକୁ ପୋଷ୍ଟ କରି କହିଛନ୍ତି, କ’ଣ ନିଧୀ ରାଜଦାନ ଅଫିସିଆଲି ଭାବେ ମିସେସ ଅବଦୁଲ୍ଲା ହୋଇଯାଇଛନ୍ତି? ତେବେ ଏତେ ସବୁ ଗୁଜବ ଭିତରେ ସମାର କି ନିଧି ସୋସିଆଲରେ ନିଜର ସମ୍ପର୍କକୁ ନେଇ କିଛି କହି ନାହାନ୍ତି କି ଖଣ୍ଡନ ମଧ୍ୟ କରି ନାହାନ୍ତି।

ସୁଚନାଥାଉ କି, ଓମାର ବିବାହିତ ଅଟନ୍ତି। ସେ ଜଣେ ସେନା ମେଜରଙ୍କ ଝିଅଙ୍କୁ ଭଲପାଇ ବିବାହ କରିଥିଲେ। ହେଲେ ପରେ ଛାଡପତ୍ର ହୋଇଥିଲା। ତେବେ ଏହି ମାମଲାକୁ ତାଙ୍କ ପୂର୍ବତନ ସ୍ତ୍ରୀ ପାୟଲ ଅବଦୁଲ୍ଲା ସୁପ୍ରିମକୋର୍ଟ ଯାଏ ନେଇଥିଲେ। ଏବେ ଏହି ମାମଲା ବିଚାରଧୀନ ଅଛି। ୧୫ ବର୍ଷ ଧରି ଅଲଗା ହୋଇ ରହୁଛନ୍ତି। ଯଦିଓ ଓମାର ଆଉ ଏକାଠି ରହିବାକୁ ଆଗ୍ରହୀ ନୁହଁନ୍ତି। ନିଧୀଙ୍କ ବିଷୟରେ କହିଲେ ସେ ମଧ୍ୟ ପୂର୍ବରୁ ସାମ୍ବାଦିକ ନୀଲେଶ ମିଶ୍ରଙ୍କୁ ବିବାହ କରିଥିଲେ। ହେଲେ ସେ ବିବାହର ଦୁଇ ବର୍ଷ ପରେ ୨୦୦୭ରେ ତାଙ୍କୁ ଛାଡପତ୍ର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?