ବିଶ୍ୱର ସର୍ବବୃହତ୍‌ ଏଫ୍‌ଆର୍‌ପି ରିବାର ଉତ୍ପାଦକ ହେବ ଜେଏଏମ୍‌

ଭୁବନେଶ୍ୱର,୨୮।୬: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ସହାୟକ କମ୍ପାନୀ ଜିନ୍ଦଲ ଆଡ୍‌ଭାନ୍ସଡ୍‌ ମ୍ୟାଟେରିଆଲ୍ସ (ଜେଏଏମ୍‌) ର ବହୁ ପ୍ରତୀକ୍ଷିତ ତଥା ମେଗା ସମ୍ପ୍ରସାରଣ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ହାଇ ପରଫର୍ମାନ୍ସ କମ୍ପୋଜିଟ୍‌ ମ୍ୟାଟେରିଆଲ କ୍ଷେତ୍ରରେ ଅଗ୍ରଣୀ ନିର୍ମାତା ଜେଏଏମ୍‌ ୨୦୨୫ ଜୁନ୍‌ ସୁଦ୍ଧା ଫାଇବର ସଶକ୍ତ ପଲିମର ରିବାରର ବିଶ୍ୱର ସର୍ବବୃହତ୍‌ ଉତ୍ପାଦକ ହେବାକୁ ଯାଉଛି।

ଏହି ଉଚ୍ଚାଭିଳାଷୀ ବିସ୍ତାର ଯୋଜନା ଅନୁଯାୟୀ ୨୦୨୫ ଜୁନ୍‌ ସୁଦ୍ଧା ବାର୍ଷିକ ୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଫାଇବର ରେନ୍‌ଫୋର୍ସଡ୍‌ ପଲିମର ଉତ୍ପାଦନ କ୍ଷମତାରେ ୪.୫ଗୁଣା ବୃଦ୍ଧି ହେବ। ଏହି ରଣନୈତିକ ପଦକ୍ଷେପ ସ୍ଥାୟୀ ଏବଂ ଉନ୍ନତ ଏଫ୍‌ଆର୍‌ପି ସମାଧାନ ସହିତ ନିର୍ମାଣ ଶିଳ୍ପରେ ପରିବର୍ତ୍ତନ ଆଣିବା ପାଇଁ ଜେଏଏମ୍‌ ପ୍ରତିବଦ୍ଧତାକୁ ସୂଚିତ କରୁଛି। ଏ ସମ୍ପର୍କରେ ଜେଏଏମ୍‌ର ନିର୍ଦ୍ଦେଶକ ସି.ପି. ଅଗ୍ରୱାଲ କହିଛନ୍ତି, କାର୍ବନ ଷ୍ଟିଲ୍‌ ରିବାରର ବିକଳ୍ପ ଭାବେ ଏଫ୍‌ଆର୍‌ପି ରିବାର ବ୍ୟବହାର ହୋଇପାରିବ।

ଏପରିକି ଭିତ୍ତିଭୂମି ଏବଂ ରେଳ ଭିତ୍ତିଭୂମି କ୍ଷେତ୍ରରେ ବିବିଧ ପ୍ରୟୋଗ ପାଇଁ ଉପଯୁକ୍ତ ଏଫ୍‌ଆର୍‌ପି ରିବାରଗୁଡିକ ୩୫% ପର୍ଯ୍ୟନ୍ତ ଖର୍ଚ୍ଚ କମାଇବା ସହ ଏଥିରୁ ଉନ୍ନତମାନର ସୁବିଧା ମିଳେ ଏବଂ ଆମର ଏଫ୍‌ଆର୍‌ପି ରିବାର କେବଳ ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରେ ନାହିଁ ବରଂ ଆମକୁ ସଷ୍ଟେନେବଲ୍‌ ନିର୍ମାଣ ସମାଧାନରେ ଏକ ଅଗ୍ରଣୀ କମ୍ପାନୀ ହେବାରେ ସହାୟକ ହୋଇଥାଏ। ସେହିଭଳି ସଷ୍ଟେନେବଲ୍‌ ନିର୍ମାଣରେ ଅଗ୍ରଣୀ ଏହି ସମ୍ପ୍ରସାରଣ ଯୋଜନା କ୍ଷୟ ପ୍ରତିରୋଧୀ,ହାଲୁକା ଏଫ୍‌ଆରପି ରିବାର ଉତ୍ପାଦନରେ ଅଭିନବତା ଏବଂ ଉକତ୍ର୍ଷ ପ୍ରତି ଜେଏଏମ୍‌ର ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ଅଗ୍ରୱାଲ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri