ବଜେଟରେ ସ୍ଥାନ ପାଇଲା ନାହିଁ ଯାଜପୁର ରୋଡ୍‌-ଧାମରା ରେଳ ପ୍ରକଳ୍ପ

ଯାଜପୁର,୨୪।୭(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ରୋଡ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ଯାଜପୁର ଟାଉନ ଓ ଆରଡି ୯୬ କି.ମି. ବିଶିଷ୍ଟ ପ୍ରସ୍ତାବିତ ନୂତନ ରେଳପଥ ନିର୍ମାଣ ପାଇଁ ୨୯୯୬ କୋଟି ୮୧ ଲକ୍ଷ ୪୫ ହଜାର ୧୨୩ ଟଙ୍କା ଅଟକଳ କରାଯାଇଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ଡିପିଆର(ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) ମଞ୍ଜୁର କରିବା ପାଇଁ ରେଲଓ୍ବେ ବୋର୍ଡ ନିକଟରେ ଦାଖଲ ହୋଇ ସାରିଛି। ଏଥିପାଇଁ ୧୬୯୩.୪୬ ଏକର  ଜମିର ଆବଶ୍ୟକତା ପଡିବ। ଏଥିରେ ବେସରକାରୀ ଜମି ୧୩୧୬.୪୫୧ ଏକର, ସରକାରୀ ଜମି ୨୯୪.୩୭୯ ଏକର ଓ ଜଙ୍ଗଲ ଜମି ୧୨.୭୭୫ ଏକର ଅଧିଗ୍ରହଣ କରିବାକୁ ଯୋଜନା ହୋଇଛି। ତେବେ ଚଳିତ ବଜେଟ୍‌ରେ ଏହି ପ୍ରକଳ୍ପକୁ ସ୍ଥାନ ମିଳି ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅଧିକାର ଆଇନ(ଆରଟିଆଇ) ବଳରେ ମିଳିଥିବା ତଥ୍ୟ ଅନୁସାରେ ଏହି ପ୍ରକଳ୍ପ ପାଇଁ ଚୂଡ଼ାନ୍ତ ଲୋକେଶନ ସର୍ଭେ ଏବଂ ଡିପିଆର ପ୍ରସ୍ତୁତ ପାଇଁ ୨୭ା୧୦ା୨୦୨୩ରେ ଏସ୍‌ଏମ୍‌ କନ୍‌ସଲ୍‌ଟାଣ୍ଟସ୍‌କୁ କାର୍ଯ୍ୟଦେଶ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟଦେଶରେ ଜିଓ ଟେକ୍ନିକାଲ ଇନଭେସଷ୍ଟିଗେଶନ, ସିଗ୍ନାଲିଂ ଓ୍ବାର୍କ, ଇଲେକ୍ଟ୍ରିକାଲ ଓ ଅପରେଟିଂ ଓ୍ବାର୍କ, ସିଭିଲ ଇଞ୍ଜିନିୟରିଂ ଇତ୍ୟାଦି ସର୍ଭେ କାର୍ଯ୍ୟ ରହିଥିଲା। ଏଥିପାଇଁ ରେଳ ମନ୍ତ୍ରଣାଳୟ  ପକ୍ଷରୁ ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କାର୍ଯ୍ୟାଦେଶ ପାଇବାର ୪ ମାସ ମଧ୍ୟରେ ଚୂଡ଼ାନ୍ତ ଲୋକେଶନ ସର୍ଭେ, ଡିପିଆର ଆଦି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା। ହେଲେ ନିର୍ଦ୍ଧାରିତ ସମୟରେ ଡିପିଆର ଦାଖଲ ନ ହୋଇ ୯ ମାସରେ ତାକୁ ଦାଖଲ କରାଯାଇଥିଲା। ଏଭଳି ଅବହେଳାକୁ ନେଇ ସଂଗ୍ରାମ ସମିତି ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇବା ସହ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଥିଲା। ତେବେ ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପାସେଞ୍ଜର ଟ୍ରେନ ଘଣ୍ଟା ପ୍ରତି ୧୬୦ କିମି ବେଗରେ ଏବଂ ଗୁଡ୍ସ ଟ୍ରେନ ଘଣ୍ଟାପ୍ରତି ୬୫ କି.ମି.ବେଗରେ ଗତି କରି ପାରିବ। ଏହି ପ୍ରକଳ୍ପରେ ୩୦ଟି ବଡ଼ ବ୍ରିଜ, ୮୮ଟି କ୍ଷୁଦ୍ର ବ୍ରିଜ୍‌ ନିର୍ମାଣ ହେବ। ସେହିପରି ଯାଜପୁର ଜିଲାରେ ୮ଟି ଓ ଭଦ୍ରକ ଜିଲାରେ ୩ଟି ସମେତ ଯାଜପୁର ରୋଡ ଷ୍ଟେଶନକୁ ମିଶାଇ ୧୨ଟି ଷ୍ଟେଶନ ରହିବ। ଏଥିରେ ଯାଜପୁର ରୋଡ ଷ୍ଟେଶନକୁ ଜଙ୍କ୍‌ଶନ ଭାବେ  ନେଇ ଛୋଟରାୟପୁର, ରାମପୁର ସେଗଡି, ବାହାବଲପୁର, ଯାଜପୁର, ଜଳେଶ୍ୱର, ଶ୍ରୀପୁରା, ମଙ୍ଗଳପୁର, ଆରଡି, ଚାନ୍ଦବାଲି, ଭିତରକନିକା ଓ ଧାମରା ଷ୍ଟେଶନ ହେବ।   ପ୍ରକଳ୍ପ ନିର୍ମାଣ ସମୟରେ ପ୍ରଥମ ବର୍ଷ ୨୯୯.୬୮ କୋଟି, ଦ୍ୱିତୀୟ ବର୍ଷ ୪୪୯.୫୨ କୋଟି, ତୃତୀୟ ବର୍ଷ ୧୦୪୮.୮୯ କୋଟି ଓ ୪ର୍ଥ ବର୍ଷ ୧୧୯୮.୭୩ କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ଏହାର ପରିମାଣ ବୃଦ୍ଧି ଘଟି ସମୁଦାୟ ୩୩୧୫.୭୬ କୋଟି ଟଙ୍କା ହୋଇପାରେ ବୋଲି ଡିପିଆରରେ ଉଲ୍ଲେଖ ରହିଛି। ଏହି ରେଳ ପ୍ରକଳ୍ପରେ କଳିଙ୍ଗନଗର ଜିନ୍ଦଲ ଷ୍ଟେନଲେସ ଷ୍ଟିଲ, ଟାଟା ଷ୍ଟିଲ, ଧାମରା ବନ୍ଦର, ଇନର କୋଲ କରିଡର-୧ ଓ ୨, ବେଦାନ୍ତ ଆଲୁମିନିୟମ, ବେଦାନ୍ତ ପାଓ୍ବାର, ଭୂଷଣ ପାଓ୍ବାର ଏଣ୍ଡ ଷ୍ଟିଲ, ଆର୍ଯ୍ୟନ ଇସ୍ପାତ୍‌,   ହିଣ୍ଡାଲକୋ ଏଲପିଜି, ଶ୍ୟାମ ମେଟାଲିକ୍ସ, ବେଦାନ୍ତ ଆଲୁମିନା, ଏସିସି ଲିଃ, ସମ୍ବଲପୁର ହିଣ୍ଡାଲକୋ, ବାଲି ପର୍ବତ ଆଇରନ ଓର ମାଇନ୍ସ, ନାଲକୋ, ନିଳାଚଳ ଇସ୍ପାତ, ଜେଏସଡବ୍ଲୁ ଓ ଏସଇରଠାରୁ ଇସିଓଆର ପର୍ଯ୍ୟନ୍ତ ଆଇରନ ଓର କମ୍ପାନୀଗୁଡିକ ଉପକୃତ ହୋଇ ପାରିବେ। ୨୦୨୯ରେ ଉକ୍ତ ରେଳପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସେଥିରେ ପ୍ରଥମ ବର୍ଷ ୧୬,୮୪,୮୪୦ ପାସେଞ୍ଜର ଯାତ୍ରା କରିବେ ବୋଲି ଆକଳନ ହୋଇଛି। ଏହାବାଦ ଡିପିଆରରେ ଯଦି ଏହି ପ୍ରକଳ୍ପ ନିର୍ମାଣ ନହୁଏ ତେବେ ଧାମରା ବନ୍ଦରକୁ ବ୍ୟାପକ ଟ୍ରାଫିକ ସମସ୍ୟା ବୃଦ୍ଧି ଘଟିବ। ସେହିପରି ପ୍ରକଳ୍ପ ନିର୍ମାଣରେ ଯଦି ବିଳମ୍ବ ହୁଏ ତେବେ ଅଟକଳ ପରିମାଣ ବୃଦ୍ଧି ହେବା ସହ ପାରାଦୀପ ବନ୍ଦର ଉପରେ ଚାପ ବଢିଯିବ। ତେବେ ୪ ବର୍ଷରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ଆଶା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ଭରସା କରିବ ବୋଲି ମତପ୍ରକାଶ ପାଇଛି।
  ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ୧୭ଟି ପ୍ରକଳ୍ପ ସର୍ଭେ ପ୍ରକ୍ରିୟାରେ ଲଟକିଛି। ତେବେ ସର୍ଭେ କେବେ ସରିବ, ଚୂଡ଼ାନ୍ତ ରିପୋର୍ଟକୁ ଅନୁମୋଦନ କେବେ ମିଳିବ ଏବଂ ରେଳ କାର୍ଯ୍ୟ ଆରମ୍ଭ ହେବା ନେଇ ସଂପୃକ୍ତ ଅଞ୍ଚଳବାସୀ ଚାହିଁ ରହିଛନ୍ତି। ଏଥିରେ ପୁଣି ଜମି ଅଧିଗ୍ରହଣ, ଜଙ୍ଗଲ ଜମି କିସମ ପରିବର୍ତ୍ତନ, କ୍ଷତିପୂରଣ ଆଦି ରହିଛି। ଏହି କ୍ରମରେ ଗତ ୨୯ ବର୍ଷ ହେବ ଖୋର୍ଦ୍ଧାରୋଡ-ବଲାଙ୍ଗୀର ନୂତନ ରେଳପ୍ରକଳ୍ପ ପୂର୍ଣ୍ଣତା ଲାଭ କରି ପାରିନାହିଁ। ସେହିପରି ୭ଟି ନୂତନ ରେଳ ଲାଇନ ପ୍ରକଳ୍ପ ମଞ୍ଜୁର ଲାଭ କରି ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ରିପୋର୍ଟ ମିଳିଛି। ଏହିକ୍ରମରେ ଯାଜପୁର ରୋଡ-ଧାମରା ରେଳ ପ୍ରକଳ୍ପ ସାମିଲ ହୋଇ କେବେ ସରିବ ତାହା ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri