ରୋଚକ ହେଉଛି ଯାଜପୁର ରାଜନୀତି: ଗୋଟିଏ ଦିନରେ ଦୁଇଥର ଦଳ ପରିବର୍ତ୍ତନ

ଯାଜପୁର,୧୮।୧: ଭାଜପାକୁ ଶକ୍ତ ଝଟ୍‌କା। ଭାଜପାରେ ମିଶିବାର ୨୪ ଘଣ୍ଟା ନପୂରୁଣୁ ବିଜେଡିକୁ ଫେରିଲେ ବିଜେଡି ନେତ୍ରୀ। ଯାଜପୁର ଜଲାପରିଷଦ ସଭ୍ୟା ଟିନା ହାଇବୃ ବିଜେଡିକୁ ଫେରିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଡାନି ଘଡେଇଙ୍କ ସହ ଫଟୋ ଭାଇରାଲ ହୋଇଛି। ଗତକାଲି ଅର୍ଥାତ ୧୭ ତାରିଖରେ ବିଜେଡି ନେତା ପ୍ରିତିରଞ୍ଜନ ଘଡେଇଙ୍କ ନେତୃତ୍ୱରେ ସେ ବିଜେଡିରେ ସାମିଲ୍‌ ହୋଇଛନ୍ତି। ଏପରି ଘଟଣା ଯାଜପୁର ରାଜନୀତିରେ ହଇଚଇ ସୃଷ୍ଟି କରିଛି।

ଗତ ୧୬ ତାରିଖରେ ସେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିଲେ। ଏକ ମିଶ୍ରଣ ପର୍ୱରେ ଯାଜପୁରର ପୂର୍ୱତନ ଏମପି ରିତା ତରାଇଙ୍କ ସହ ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରାଉତ, ଧର୍ମଶାଳାର ବ୍ଲକ ସଭାନେତ୍ରୀ ବିଶ୍ୱବନ୍ଦନା ଜେନା, ଯାଜପୁର ବିଜେଡି ୟୁଥ ପ୍ରେସିଡେଣ୍ଟ କ୍ଷିତୀଶ ନାୟକ, ଉତ୍ତରପ୍ରତାପ ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଖିରାବଦ୍ଧି ତନୟା ମଲିକ ରହିଛନ୍ତି। ସେହିପରି ଚେରମୁହଁା ଗ୍ରାମ ପଞ୍ଚାୟତର ପୂର୍ୱତନ ସମିତି ସଭ୍ୟା ଗୀତାଞ୍ଜଳି ପ୍ରଧାନ, ଧର୍ମଶାଳା ଯୁବ ସଂଗଠକ ସନ୍ତୋଷ ତରାଇ, ଧର୍ମଶାଳା ସୋସିଆଲ ମିଡିଆ ସଂଯୋଜିକା ଚିନ୍ମୟ ବେହୁରା, ଧର୍ମଶାଳା ଯୁବ ସଂଗଠକ ଆଦିତ୍ୟ ପ୍ରତାପ ପୃଷ୍ଟି ଭାଜପାରେ ମିଶିଥିଲେ। ହେଲେ ଭାଜପାରେ ମିଶିବାର ୨୪ ଘଣ୍ଟା ଭିତରେ ଟିନା ହାଇବୃ ପୁଣି ଘରବାହୁଡ଼ା କରିଛନ୍ତି।

୧୬ ତାରିଖରେ ଭାଜପାରେ ସାମିଲ ହୋଇଥିବା ଦାନଗଦି ବ୍ଲକ ୯ ନମ୍ୱର ଜୋନ ଜିଲା ପରିଷଦ ସଭ୍ୟା ଶନିବାର ବିଜେଡିକୁ ଫେରିଛନ୍ତି । ଦଳ ଛାଡି ଭାଜପାରେ ସାମିଲ ହେବାର ମାତ୍ର କେତେଘଣ୍ଟା ପରେ ତାଙ୍କର ମୋହଭଙ୍ଗ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ପାଇଁ ଯାଇଥିଲେ ଚାରୁଲତା, ମାଡ଼ିଆସିଲା ହାତୀ: ଆଉ ତା’ପରେ…

କାମାକ୍ଷାନଗର,୫।୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରଣିଠାରେ ଜଣେ ମହିଳାଙ୍କୁ ଦଳି ଦେଇଛି ହାତୀ। ମୃତକ ଜଣଙ୍କ ହେଲେ ଚାରୁଲତା ନାଏକ। ଭୋର…

ହଠାତ୍‌ ହୁତୁହୁତୁ ହୋଇ ଜଳିଗଲା ସ୍କୁଟି: ଦେଖନ୍ତୁ Video

ଉଦଳା, ୫।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳିଯାଇଛି ସ୍କୁଟି। ଅଚାନକ ସ୍କୁଟିରେ ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛି। ସୂଚନାଯୋଗ୍ୟ, ଉଦଳା…

ଆଜି ଓଡ଼ିଶା ଆସିବେ ଅମିତ ଶାହା: ରାଜ୍ୟ ଭାଜପାର ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର, ୫ା୩:କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଆଜି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଶାହା ଆଜି ସନ୍ଧ୍ୟାରେ ସ୍ବତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି…

ସେମିଫାଇନାଲ ପୂର୍ବରୁ ଟେନ୍‌ସନ୍‌ରେ ଟିମ୍‌ ଇଣ୍ଡିଆ: ସଞ୍ଜୁ ସାମସନ୍‌ଙ୍କୁ ନେଇ ଆସିଲା…

ମୁମ୍ବାଇ,୫।୩: ICC T20 ବିଶ୍ୱକପ 2026ର ଦ୍ୱିତୀୟ ସେମିଫାଇନାଲ ପୂର୍ବରୁ ‘ସଞ୍ଜୁ ସାମସନ ବ୍ୟାନ୍‌’ ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡ କରୁଛି। ଏହି ନକଆଉଟ ମ୍ୟାଚରେ ଭାରତ…

ନାମାଙ୍କନ ପୂର୍ବରୁ ଭାବବିହ୍ବଳ ହେଲେ ଦିଲୀପ ରାୟ: ବିଜୁ ପଟ୍ଟନାୟକଙ୍କୁ ନେଇ କହିଦେଲେ ବଡ଼ କଥା

ଭୁବନେଶ୍ୱର,୫।୩: ଓଡ଼ିଶାରେ ଖାଲି ପଡ଼ିଥିବା ରାଜ୍ୟ ସଭା ଆସନ ପାଇଁ ଗୁରୁବାର ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ। ଓଡ଼ିଶାରୁ ଏଥର ୪ ପ୍ରାର୍ଥୀ ରାଜ୍ୟ ସଭାକୁ…

କାଲିଠାରୁ ବସ୍‌-ଟ୍ରକ୍‌ ଡ୍ରାଇଭରଙ୍କ ବଡ଼ ଆନ୍ଦୋଳନ ଡାକରା, ୩ଦିନ ଯାଏ ଯାତାୟତ ଠପ୍‌!

ମୁମ୍ୱାଇ,୫।୩: ମହାରାଷ୍ଟ୍ର ପରିବହନକାରୀ କାର୍ଯ୍ୟ କମିଟି (ଏମ-ଟିଏସ) ଶୁକ୍ରବାର ଠାରୁ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଘୋଷଣା କରିଛି। ମାର୍ଚ୍ଚ ୨ ତାରିଖରେ MSRTC ମୁଖ୍ୟାଳୟରେ…

ଅଧରାତିରେ କୂଅରେ ପଡ଼ିଗଲା ଦନ୍ତା ହାତୀ: ଆଉ ତା’ପରେ…

କେନ୍ଦୁଝର,୫।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ବନାଯୋଡ଼ି ଗାଁରେ ଜଣେ ବ୍ୟକ୍ତିଙ୍କ ପୁରୁଣା ପଥର କୂଅରେ ଗତ କାଲି ରାତିରେ ଏକ ବୟସ୍କ…

ଆଜି ରାଜ୍ୟ ସଭା ପାଇଁ ନାମାଙ୍କନ: ୫ ପ୍ରାର୍ଥୀ କରିବେ ଦାଖଲ

ଭୁବନେଶ୍ୱର,୫।୩: ଓଡ଼ିଶାରେ ଖାଲି ପଡ଼ିଥିବା ରାଜ୍ୟ ସଭା ଆସନ ପାଇଁ ଗୁରୁବାର ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ। ଓଡ଼ିଶାରୁ ଏଥର ୪ ପ୍ରାର୍ଥୀ ରାଜ୍ୟ ସଭାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri