ରୋଚକ ହେଉଛି ଯାଜପୁର ରାଜନୀତି: ଗୋଟିଏ ଦିନରେ ଦୁଇଥର ଦଳ ପରିବର୍ତ୍ତନ

ଯାଜପୁର,୧୮।୧: ଭାଜପାକୁ ଶକ୍ତ ଝଟ୍‌କା। ଭାଜପାରେ ମିଶିବାର ୨୪ ଘଣ୍ଟା ନପୂରୁଣୁ ବିଜେଡିକୁ ଫେରିଲେ ବିଜେଡି ନେତ୍ରୀ। ଯାଜପୁର ଜଲାପରିଷଦ ସଭ୍ୟା ଟିନା ହାଇବୃ ବିଜେଡିକୁ ଫେରିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଡାନି ଘଡେଇଙ୍କ ସହ ଫଟୋ ଭାଇରାଲ ହୋଇଛି। ଗତକାଲି ଅର୍ଥାତ ୧୭ ତାରିଖରେ ବିଜେଡି ନେତା ପ୍ରିତିରଞ୍ଜନ ଘଡେଇଙ୍କ ନେତୃତ୍ୱରେ ସେ ବିଜେଡିରେ ସାମିଲ୍‌ ହୋଇଛନ୍ତି। ଏପରି ଘଟଣା ଯାଜପୁର ରାଜନୀତିରେ ହଇଚଇ ସୃଷ୍ଟି କରିଛି।

ଗତ ୧୬ ତାରିଖରେ ସେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିଲେ। ଏକ ମିଶ୍ରଣ ପର୍ୱରେ ଯାଜପୁରର ପୂର୍ୱତନ ଏମପି ରିତା ତରାଇଙ୍କ ସହ ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରାଉତ, ଧର୍ମଶାଳାର ବ୍ଲକ ସଭାନେତ୍ରୀ ବିଶ୍ୱବନ୍ଦନା ଜେନା, ଯାଜପୁର ବିଜେଡି ୟୁଥ ପ୍ରେସିଡେଣ୍ଟ କ୍ଷିତୀଶ ନାୟକ, ଉତ୍ତରପ୍ରତାପ ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଖିରାବଦ୍ଧି ତନୟା ମଲିକ ରହିଛନ୍ତି। ସେହିପରି ଚେରମୁହଁା ଗ୍ରାମ ପଞ୍ଚାୟତର ପୂର୍ୱତନ ସମିତି ସଭ୍ୟା ଗୀତାଞ୍ଜଳି ପ୍ରଧାନ, ଧର୍ମଶାଳା ଯୁବ ସଂଗଠକ ସନ୍ତୋଷ ତରାଇ, ଧର୍ମଶାଳା ସୋସିଆଲ ମିଡିଆ ସଂଯୋଜିକା ଚିନ୍ମୟ ବେହୁରା, ଧର୍ମଶାଳା ଯୁବ ସଂଗଠକ ଆଦିତ୍ୟ ପ୍ରତାପ ପୃଷ୍ଟି ଭାଜପାରେ ମିଶିଥିଲେ। ହେଲେ ଭାଜପାରେ ମିଶିବାର ୨୪ ଘଣ୍ଟା ଭିତରେ ଟିନା ହାଇବୃ ପୁଣି ଘରବାହୁଡ଼ା କରିଛନ୍ତି।

୧୬ ତାରିଖରେ ଭାଜପାରେ ସାମିଲ ହୋଇଥିବା ଦାନଗଦି ବ୍ଲକ ୯ ନମ୍ୱର ଜୋନ ଜିଲା ପରିଷଦ ସଭ୍ୟା ଶନିବାର ବିଜେଡିକୁ ଫେରିଛନ୍ତି । ଦଳ ଛାଡି ଭାଜପାରେ ସାମିଲ ହେବାର ମାତ୍ର କେତେଘଣ୍ଟା ପରେ ତାଙ୍କର ମୋହଭଙ୍ଗ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା ରେଞ୍ଜରେ ପକ୍ଷୀ ଗଣନା, ୬ଶହ ପକ୍ଷୀ…

ପାଟଣା,୧୮ା୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେ଼ଇ ଟାଙ୍ଗିରି ସେକ୍ସନରେ ରବିବାର ପକ୍ଷୀ ଗଣନା ଆରମ୍ଭ ହୋଇଛି । ପାଟଣା ବନାଞ୍ଚଳର ଖିରେଇତାନଗିରି...

ଯୁବକଙ୍କ ଉନ୍ମତ୍ତ କାଣ୍ଡ: ଭୁବନେଶ୍ୱର ଷ୍ଟେଶନ ନିକଟରେ ଅଟକିଲା ଟ୍ରେନ୍‌, ସ୍ପଷ୍ଟୀକରଣ ରଖି ରେଲ୍‌ଓ୍ବେ…

ଭୁବନେଶ୍ୱର,୧୮ା୧: ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଯୋଗୁ ଭୁବନେଶ୍ୱର ଷ୍ଟେଶନ ନିକଟରେ ୬ ମିନିଟ୍‌ ଅଟକିଥିଲା ଅମୃତ ଭାରତ ଏକ୍ସପ୍ରେସ ଅଟକି ରହିଥିଲା। ଏନେଇ ସ୍ପଷ୍ଟୀକରଣ...

ଭିଜା ଟେନସନ ଶେଷ! T20 ବିଶ୍ୱକପ ପାଇଁ ଭାରତ ଆସିବେ ୪୨ ପାକିସ୍ତାନୀ

ନୂଆଦିଲ୍ଲୀ, ୧୮।୧: ICC T20 ବିଶ୍ୱକପ ୨୦୨୬ ଫେବୃଆରୀ ୭ରୁ ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟ ପୂର୍ବରୁ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଏବଂ ସପୋର୍ଟ ଷ୍ଟାଫ ପାଇଁ...

‘ଆମେ ୟୁକ୍ରେନ କିମ୍ବା ଗ୍ରୀନଲ୍ୟାଣ୍ଡ ସମ୍ପର୍କରେ କୌଣସି ଧମକକୁ ଭୟ କରୁନାହୁଁ’, ଟ୍ରମ୍ପଙ୍କୁ ସିଧା ଜବାବ ଦେଲେ ଫ୍ରାନ୍ସ ରାଷ୍ଟ୍ରପତି

ପ୍ୟାରିସ,୧୮।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ସମର୍ଥନ କରିବା ପାଇଁ ୮ଟି ୟୁରୋପୀୟ ଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି, ଯାହା...

ଆଉ ୧୮ରେ ମିଳିବନି ସୁଭଦ୍ରା ଟଙ୍କା, ପୁଣି କେବେ ଆସିବ ଜାଣନ୍ତୁ

ଭୁବନେଶ୍ୱର,୧୮ା୧:  ସୁଭଦ୍ରା ଟଙ୍କା ମିଳିବା ତାରିଖରେ ହେଲା ପରିବର୍ତ୍ତନ । ଏଣିକି ଆଉ ୧୮ ତାରିଖରେ ଟଙ୍କା ପାଇବେନି ହିତାଧିକାରୀ । ନୂଆ ହିତାଧିକାରୀଙ୍କୁ ଆସନ୍ତା...

BJP ନେତାଙ୍କ ସହ ଅରବିନ୍ଦଙ୍କ ଫଟୋ ଭାଇରାଲ, ରାଜନୀତିରେ ଚହଳ!

ଭୁବନେଶ୍ୱର, ୧୮।୧: ରାଜନୀତିରେ ରୋଚକ ଦୃଶ୍ୟ। ଗୋଟିଏ ଫ୍ରେମରେ ବିଜେଡି-ଭାଜପା ନେତା। ଫଟୋରେ ନଜର ଆସିଛନ୍ତି ନିଲମ୍ୱିତ ନେତା ଅରବିନ୍ଦ ମହାପାତ୍ର। ରାଜନୀତିରେ ଘୋର ବିରୋଧୀ...

ଶିନ୍ଦେଙ୍କ ‘ହୋଟେଲ ପଲିଟିକ୍ସ’କୁ ନେଇ ଗର୍ଜିଲେ ସଞ୍ଜୟ

ମୁମ୍ବାଇ,୧୮।୧: ବିଏମସି ନିର୍ବାଚନରେ ଏନଡିଏ (ମହାୟୁତି)ର ବିଜୟ ପରେ ମଧ୍ୟ ମୁମ୍ବାଇ ରାଜନୀତିରେ ‘ହୋଟେଲ ରାଜନୀତି’ ଏବଂ ସସପେନ୍ସର ଏକ ଯୁଗ ଆରମ୍ଭ ହୋଇଛି। ଶିବସେନା...

ନବୀନଙ୍କ ସହ କଥା ହେବା ପରେ ଉତ୍ତର ରଖିବି, କାହିଁକି ଏପରି କହିଲେ ବିଜେଡିରୁ ବିତାଡ଼ିତ ଅରବିନ୍ଦ

ଭୁବନେଶ୍ୱର,୧୮ା୧: କିଛିଦିନ ତଳେ ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ର ଶେଷରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସବୁଦିନ ମୋ’ ବିରୋଧରେ ନୂଆ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri