ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା ଜଣାପଡିଛି। ବୈଠକରେ ପ୍ରମିଳା ମଲ୍ଲିକ, ବିଶ୍ୱ ମଲ୍ଲିକ, ସୁଜାତା ସାହୁ , ପ୍ରୀତି ରଞ୍ଜନ ଘଡ଼ାଇ, ପ୍ରଣବ ବଳବନ୍ତରାୟଙ୍କ ସମେତ ବହୁ ନେତା ଉପସ୍ଥିତ ଅଛନ୍ତି।
ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସୋମବାର ନିଲମ୍ବିତ କରାଯାଇଛି। ଏନେଇ ବିଜେଡିର ଉପସଭାପତି ପ୍ରତାପ ଜେନା ବିଜେଡି କାର୍ଯ୍ୟାଳୟ ଚିଠି ନମ୍ବର ୦୧/୦୪/ଏସବି / ବିଜେଡି /୨୦୨୬ରେ ନିର୍ଦ୍ଦେଶନାମା ଜାରି କରିବା ସହ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଆଦେଶ ଦେଇଛନ୍ତି।