ଗାନ୍ଧିଜୀଙ୍କ ନେତୃତ୍ୱରେ ଝାସ ଦେଇଥିଲେ ଯାଜପୁରର ସ୍ବାଧୀନତା ସଂଗ୍ରାମୀ

ଯାଜପୁର,୧୫ା୮(ହର୍ଷବର୍ଦ୍ଧନ ବେହେରା) : ଦେଶର ସ୍ବାଧୀନତା ପାଇଁ ଭାରତବାସୀ ଯେଉଁ ତ୍ୟାଗ ସ୍ବୀକାର କରିଥିଲେ ସେଥିରେ ଯାଜପୁର ଜିଲାବାସୀଙ୍କ ବଳିଦାନ ମଧ୍ୟ କମ ନୁହେଁ। ୧୯୪୨ ଭାରତଛାଡ ଆନ୍ଦୋଳନରେ କୋରାପୁଟ ଓ ବାଲେଶ୍ୱର ଜିଲାରେ ଗୁଳିକାଣ୍ଡ ହୋଇ ତାଣ୍ଡବଲୀଳା ଓ ନରସଂହାର ଘଟିଥିବା ବେଳେ ଯାଜପୁର ଜିଲାର କାଇପଡା ଗୁଳିକାଣ୍ଡ କମ୍‌ ଜଘନ୍ୟ ନ ଥିଲା। ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତରେ ତିନୋଟି ବିରାଟ ଜନବିଦ୍ରୋହ ବ୍ରଟିଶ ଶାସନ ବିରୋଧରେ ହୋଇଥିଲା। ୧୯୨୨ ଓ ୧୯୩୧ରେ ଏବଂ ଲବଣ ସତ୍ୟାଗ୍ରହରେ ଯାଜପୁର ଜିଲାର ଭୂମିକା ଅତୀବ ଗୁରୁତ୍ୱପୁର୍ଣ୍ଣ ଥିଲା। ଶହ ଶହ ଯୁବକ, ଛାତ୍ର ତଥା ବୟସ୍କ ଲୋକ ଜେଲ ବରଣ କରିଥିଲେ। ସେତେବେଳେ ଯାଜପୁର ଜିଲାର ବିଭିନ୍ନ ଗ୍ରାମରେ ମୁକ୍ତି ସଂଗ୍ରାମର ଧ୍ୱନୀ ପ୍ରତିଧ୍ୱନିତ ହୋଇଥିଲା। ସେତେବେଳେ ପ୍ରମୁଖ ଭୂମିକା ନେଇଥିବା ସଂଖ୍ୟା ଅଗଣିତ। କିନ୍ତୁ ତାଙ୍କ ମଧ୍ୟରେ ଗଦାଧର ଦତ୍ତ, ବିପିନ ବିହାରୀ ମହାନ୍ତି, ଲାଲବିହାରୀ ପଟ୍ଟନାୟକ, କପିଳଚରଣ ଜେନା, ଭଗବାନ ସାହୁ, ଗୋଦାବରୀ ଦେବୀ, ବୈଦ୍ୟନାଥ ଦାଶ, ଭୀମଚରଣ ଦାଶ, ଭାଗବତ ସାମଲ, ଭଗବାନ ସାହୁ ପ୍ରମୁଖ ଅନ୍ୟତମ । ହେଲେ ଆଜି ଭାରତରେ ଅମୃତ ମହୋତ୍ସବ ପାଳନ କରାଯାଉଥିବାବେଳେ ଭାରତୀୟ ସ୍ବାଧିନତା ସଂଗ୍ରାମ ଇତିହାସରେ ଏ ଯାବତ ଏମାନେ ସ୍ଥାନ ନ ପାଇବା ଦୁଃଖର ବିଷୟ ବୋଲି ମତପ୍ରକାଶ ପାଇଛି।
ଭାରତ ଛାଡ ଆନ୍ଦୋଳନରେ ବୈଦ୍ୟନାଥ ଦାଶ, ଭାଗବତ ସାମଲ, କପିଳ ଚରଣ ଜେନା ଓ ଭଗବାନ ସାହୁଙ୍କ ନେତୃତ୍ୱରେ ଯାଜପୁର କଲେକ୍ଟର ଅଫିସ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ୧୯୩୦ରେ ଭୀମଚରଣ ଦାଶ ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହରେ ଯୋଗ ଦେଇ ଏରସମା ଅଞ୍ଚଳରେ ଜବରଦସ୍ତ ଲବଣ ମାରିବା କାମରେ ନିୟୋଜିତ ହୋଇଥିଲେ। ସେଠାରେ ଇଂରେଜ ସେନ୍ୟଙ୍କ ତମ୍ବୁ ପୋଡ଼ିବା ଘଟଣାରେ ଜେଲ ଯିବା ସହିତ ଇଂରେଜ ସୈନ୍ୟଙ୍କ ଦ୍ୱାରା ବହୁତ ମାଡ଼ ଖାଇ ଆହତ ହୋଇଥିଲେ। ତାଙ୍କ କାନ ନାକରୁ ରକ୍ତ ବାହାରିଥିଲା। ମା’ରମାଦେବୀ ୧୯୩୦ରେ ବିଞ୍ଝାରପୁରର ଗୁହାଳୀକୁ ଆସି ଫେରିବା ସମୟରେ ତାଙ୍କ ସହିତ ଯେଉଁମାନେ ସହଯୋଗୀ ଭାବେ ଯୋଗ ଦେଇଥିଲେ ସେହି ନାରୀକର୍ମୀଙ୍କ ମଧ୍ୟରେ ଥିଲେ ପ୍ରିୟମ୍ବଦା ଦେବୀ, ସୁଶୀଳା ଦେବୀ, ହରପ୍ରିୟା ଦେବୀ, ଛାୟା ଦେବୀ ଅଧରମଣୀ, ମାଳତୀ ଦେଇ, ଉଷା ଦେଇ, କୁମୁଦିନୀ ଦେଇ ପ୍ରମୁଖ ଆଇନ ଅମାନ୍ୟ କରି ଜେଲ ବରଣ କରିଥିଲେ। ଯାଜପୁର ଆଶ୍ରମରେ ରହି ପରିଚାଳନା କରୁଥିବା ବିପିନ ବିହାରୀ ମହାନ୍ତି ଅବକାରୀ ଦୋକାନ ଆଗରେ ପିକେଟିଂ କରି ଜେଲ ବରଣ କରିଥିଲେ। ବରୀର ଗୋବର୍ଦ୍ଧନ ପୁହାଣଙ୍କ ଅବଦାନ କମ ନ ଥିଲା। ସେ ୧୯୩୧ରେ ବରୀ ମାଉଣ୍ଡରେ ପତାକା ଉତ୍ତୋଳନ କରି ଜେଲ ଯାଇଥିଲେ। କଲ୍ୟାଣପୁରର ଲାଲବିହାରୀ ପଟ୍ଟନାୟକ ଶିକ୍ଷା କ୍ଷେତ୍ରରେ ବହୁ ରଚନାମତ୍କ କାଯର୍‌ୟ କରିଥିଲେ। ଏହାବାଦ୍‌ ବରୀ, ବିଞ୍ଝାରପୁର ଅଞ୍ଚଳର ମୌଳିକ ବିଦ୍ୟାଳୟଗୁଡିକୁ ବନ୍ଦ କରି ଦେଇ ବହୁ ଶିକ୍ଷକ ଏହି ଆନ୍ଦୋଳନରେ ସାମିଲ ହୋଇ ଯାଇଥିଲେ। ସରକାରଙ୍କ ଶାସନକୁ ଅଚଳ କରିବା ପାଇଁ ମରଣସେନା, ଶାନ୍ତି ସେନା, ଅବକାରୀ ଦୋକାନ ବନ୍ଦ ପାଇଁ ଆନ୍ଦୋଳନ ପ୍ରତି ଗାଁରେ ଗଢ଼ିବାରେ ଲାଗି ଥିଲେ। ଏଥିରେ ବରୀର ଭଗୀରଥ ଦାସ, ବାଞ୍ଛାନିଧି ଦାସ, ଆତ୍ତର୍ର୍ବନ୍ଧୁ ମହାନ୍ତି, ଋଷି ବେହେରା, କୃଷ୍ଣ ଚନ୍ଦ୍ର ସାହୁ, ଗୋଲକଚନ୍ଦ୍ର ନାୟକ, ଗୋପୀନାଥ ଦାସ, ମଧୁସୂଦନ ମିଶ୍ର, ଶ୍ୟାମ ସୁନ୍ଦର ପାଣିଗ୍ରାହୀ, ସଦାଶିବ ମିଶ୍ର ପ୍ରମୁଖ ବାଲିଆପାଳଠାରୁ କାଇପଡା, ଏବଂ ରତଳାଙ୍କଠାରୁ ବିଞ୍ଝାରପୁର ପର୍ଯ୍ୟନ୍ତ ଅସହଯୋଗ ଆନ୍ଦୋଳନ ଚଳାଇଥିଲେ। ଏଥିରେ ବିଞ୍ଝାରପୁରର ଶାନ୍ତି ଶେଖର ଦାସଙ୍କ ସମେତ ଗୋଦାବରୀ ଦେବୀ ଯୋଗ ଦେଇ ଆନ୍ଦୋଳନକୁ ଜୋରଦାର କରିଥିଲେ। ବିଞ୍ଝାରପୁର ପୋଲିସ ଉଭୟ ପକ୍ଷର ଅନେକ ଲୋକଙ୍କୁ ଗିରଫ କରିଥିଲେ। ୨୭ା୮ା ୧୯୪୨ ରେ ଯାଜପୁର କଚେରୀ ଘେରାଉ କରାଯାଇଥିଲା। ସ୍ବାାଧିନତା ସଂଗ୍ରାମରେ ଯେଉଁମାନେ ଝାସ ଦେଇଥିଲେ ସେମାନଙ୍କ ମଧ୍ୟରୁ ହଳଧର ସାହାଣୀ, ଗୋବର୍ଦ୍ଧନ ପୁହାଣ, ବଂଶୀଧର ଦ୍ୱିବେଦୀ, ବୀରବର ରାଉତ, ବୀର କିଶୋର ରାୟ, କିରଣଲେଖା ରାୟ, ବିଞ୍ଝାରପୁର ବୈଦ୍ୟନାଥ ଦାଶ, କଲ୍ୟାଣପୁର ଗୋଦାବରୀ ଦେବୀ, ପ୍ରୀତିପୁରର ବଳରାମ ପତି, ଅଳକୁଣ୍ଡ ନୂଆ ଗାଁର ବାମନ ଚରଣ ଦାସ ପ୍ରମୁଖ ସଂଗ୍ରାମୀ ଅନାଲୋଚିତ ହୋଇ ରହିଯାଇଛନ୍ତି। ଅମୃତ ମହୋତ୍ସବ ଅବସରରେ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇତିହାସରେ ସାମିଲ କରାଯିବା ପାଇଁ ଅଖିଳଚକ୍ର ଓଡିଶା ପକ୍ଷରୁ ସମ୍ପାଦକ ହରେକୃଷ୍ଣ ପଣ୍ଡା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ମହଲାରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ…

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

ବାଂଲାଦେଶ ନିର୍ବାଚନରେ ପୁରୁଣା ହୋଇଗଲା ‘ବ୍ୟାଟେଲ ଅଫ ବେଗମ୍ସ’, ଏବେ ରହମାନଙ୍କ ମଧ୍ୟରେ ସିଧା ଟକ୍କର

ଢାକା,୧୧।୨: ବାଂଲାଦେଶରେ ଫେବୃଆରୀ ୧୨, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର, ପାରମ୍ପରିକ ‘ଦୋ ବେଗମ’ ରାଜନୀତି ପରିବର୍ତ୍ତେ, ଦୁଇ ରହମାନଙ୍କ ମଧ୍ୟରେ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri