ଜୟପୁରର ଯୁବକ ଗଞ୍ଜାମରୁ ଉଦ୍ଧାର, ଏକମାତ୍ର ପୁଅକୁ ପାଇ ଖୁସିରେ ଆତ୍ମହରା ମା-ବାପା

ଗଞ୍ଜାମ,୧୭ା୧୧(ବିଦ୍ୟାଧର ସାହୁ): କୋରାପୁଟ ଜୟପୁର ଅଞ୍ଚଳର ଜଣେ ଯୁବକ ଗତ ଛଅ ତାରିଖରେ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ପୁଅ ନିଖୋଜ ନେଇ ବାପା ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଟାଉନ ଥାନା ପୋଲିସ ଫଟୋ ଜାରି କରିବା ସହ ପରିବାର ଲୋକଙ୍କ ସହ ଚାରିଆଡ଼େ ଖୋଜାଖୋଜି କରିଥିଲେ। ଶୁକ୍ରବାର ପୁଇଁତୋଳା ଛକଠାରେ ଜଣେ ଯୁବକ ସନ୍ଦେହଜନକ ଭାବେ ବୁଲୁଥିବା ଦେଖି ଧରଣୀ ସାହୁ ଏବଂ ବିଶ୍ୱ ଭୂଷଣ ଦଳାଇ ପାଖକୁ ଡାକି ନାଁ -ଗାଁ ପଚାରିଥିଲେ। ପରେ ଜୟପୁର ଅଞ୍ଚଳର ପଙ୍କଜ ସାବତ (ପିଙ୍କୁ )(୨୪) ସେ କୌଣସି କାରଣରୁ ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଏବଂ ସେଠାରୁ ଚାଲିଚାଲି ଆସିଥିବା ଜଣାପଡ଼ିଥିଲା। ଏନେଇ ପଙ୍କଜର ମୋବାଇଲରୁ ହିଁ ତାଙ୍କ ବାପାଙ୍କୁ ପୁଅ ଗଞ୍ଜାମରେ ଥିବା ଧରଣୀ ଅବଗତ କରିବା ସହ ଆଇଆଇସି ସୁମିତ୍ରା ପାତ୍ରଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଜଣାଇଥିଲେ। ଏଥିସହ ୩ ଦିନ ହେବ ଯୁବକଙ୍କର ଖାଇବା ପିଇବା ସହ ସମସ୍ତ ବନ୍ଦୋବସ୍ତ କରିଥିଲେ ଧରଣୀ ଓ ବିଶ୍ୱଭୂଷଣ। ଖବର ପାଇ ଟ୍ରେନ୍‌ ଯୋଗେ ଉଦ୍ଧାର ଯୁବକଙ୍କ ବାପା ସନ୍ତୋଷ ସାବତ ଦାଦା ଓ ଦୁଇ ପିଉସୀ ସୋମବାର ଗଞ୍ଜାମରେ ଆସି ପହଞ୍ଚିଥିଲେ। ଥାନା ପୋଲିସ ପଙ୍କଜଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲା। ଉଦ୍ଧାର ଯୁବକଙ୍କ ମା’ ନ ଥିବା ବେଳେ ମା’ ବାପାଙ୍କ ଗୋଟିଏ ବୋଲି ପୁଅ। ତାଙ୍କ କଥା ଘରେ କେହି ଶୁଣୁ ନ ଥିଲେ ତେଣୁ ସେ ମନ ଖରାପ କରି ପଲେଇ ଆସିଥିବା ପଙ୍କଜ ଗଣମାଧ୍ୟମକୁ କହିଛନ୍ତି। ଅନ୍ୟ ପଟେ ପୁଅକୁ ପାଇ ବାପା ସନ୍ତୋଷ ଉଦ୍ଧାରକାରୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜମିଜମା ବିବାଦରୁ ସଂଘବଦ୍ଧ ଆକ୍ରମଣ, ଯୁବକକୁ ଖଣ୍ଡାରେ ହାଣିଲେ

ଵ୍ରହ୍ମପୁର, ୪/୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡିଆପାଳି ଛକ ନିକଟରେ ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର…

ଗୁରୁବାର ଅନେକ ଟଙ୍କା ରୋଜଗାର କରିବେ ଏହି ୩ ରାଶିର ବ୍ୟକ୍ତି! କ୍ୟାରିୟରରେ ମିଳିବ….

ଗୁରୁବାର ଦିନଟି ଅନେକ ରାଶି ପାଇଁ ଏକ ବିଶେଷ ଦିନ ହେବ । ତଥାପି, ତିନୋଟି ରାଶିର ବ୍ୟକ୍ତି, ଯେଉଁମାନେ ଏହି ଦିନ ବହୁତ ଲାଭବାନ ହେବେ।…

ରାଷ୍ଟ୍ରପତିଙ୍କ ଘର ଆଗରେ ପିଲାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ କ’ଣ ପଚାରିଲେ ମୋହନ ମାଝୀ, ଏହି ଘର କାହାର କହି…

ଭୁବନେଶ୍ୱର,୪ା୨: ରାଷ୍ଟ୍ରପତିଙ୍କ ଘର ଆଗରେ ବୁଧବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ରାଷ୍ଟ୍ରପତିଙ୍କ ଘର ସାମ୍ନାରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତିଙ୍କୁ…

କୀଟନାଶକ ପିଇ ଜୀବନ ହାରିଲେ ଛାତ୍ରୀ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମର ଜଣେ ଯୁକ୍ତ ୨ ଦିତୀୟବର୍ଷ ଛାତ୍ରୀ ଏସ.ଅନିତା ଦୋରା(୧୭) କୀଟନାଶକ ପିଇ…

ପୋଖରୀ ହୁଡ଼ାରେ ପ୍ୟାଣ୍ଟ ଶର୍ଟ, ପାଣି ଭିତରେ ମୃତଦେହ

ବଲାଙ୍ଗୀର,୪ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍ବବୃହତ ମହାରାଣୀ ପୋଖରୀ ପାଣିରେ ଭାସୁଥିବା ଏକ ମୃତଦେହକୁ ଜବତ କରିଛି ଅଗ୍ନିଶମ ବିଭାଗ। ସୂଚନାନୁଯାୟୀ, ଆଜି ଦିନ ବେଳେ…

ମଝି ଆକାଶରେ ବିମାନର ଇଞ୍ଜିନର ଲାଗିଲା ନିଆଁ, କୋଲକାତାରେ….

କୋଲକାତା,୪ା୨: ପଶ୍ଚିମବଙ୍ଗର କୋଲକାତା ବିମାନବନ୍ଦରରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି । ବିମାନଟି କାଠମାଣ୍ଡୁରୁ ଇସ୍ତାନବୁଲ ଅଭିମୁଖେ ଯାତ୍ରା କରୁଥିଲା। ତୁର୍କୀସ୍ ଏୟାରଲାଇନ୍ସର…

ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ଅନଲାଇନ କୋଚିଂ: SC, OBC ଆଦି ବର୍ଗଙ୍କୁ ମିଳିବ ସୁବିଧା

ନୂଆଦିଲ୍ଲୀ,୪ା୨: ଦେଶର ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କୁ ମାଗଣା ଅନଲାଇନ କୋଚିଂ ଦେବେ ସରକାର। ଅନୁସୂଚିତ ଜାତି, ପଛୁଆ ବର୍ଗ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ମେଧାବୀଙ୍କୁ ଶିକ୍ଷା…

ରେଳଷ୍ଟେଶନରେ ଦାଦନ ଶ୍ରମିକଙ୍କ ଗହଳି, ଶ୍ରମ ବିଭାଗ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୪ା୨(ତୁମେଶ୍ଵର ସାହୁ): ଦିନକୁ ଦିନ ରାଜ୍ୟରେ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି । ଦାଦନ ସମସ୍ୟା ବଲାଙ୍ଗୀର ଜିଲା ସମେତ କଳାହାଣ୍ଡି ଜିଲାରେ ମଧ୍ୟ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri