ଗଞ୍ଜାମ,୧୭ା୧୧(ବିଦ୍ୟାଧର ସାହୁ): କୋରାପୁଟ ଜୟପୁର ଅଞ୍ଚଳର ଜଣେ ଯୁବକ ଗତ ଛଅ ତାରିଖରେ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ପୁଅ ନିଖୋଜ ନେଇ ବାପା ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଟାଉନ ଥାନା ପୋଲିସ ଫଟୋ ଜାରି କରିବା ସହ ପରିବାର ଲୋକଙ୍କ ସହ ଚାରିଆଡ଼େ ଖୋଜାଖୋଜି କରିଥିଲେ। ଶୁକ୍ରବାର ପୁଇଁତୋଳା ଛକଠାରେ ଜଣେ ଯୁବକ ସନ୍ଦେହଜନକ ଭାବେ ବୁଲୁଥିବା ଦେଖି ଧରଣୀ ସାହୁ ଏବଂ ବିଶ୍ୱ ଭୂଷଣ ଦଳାଇ ପାଖକୁ ଡାକି ନାଁ -ଗାଁ ପଚାରିଥିଲେ। ପରେ ଜୟପୁର ଅଞ୍ଚଳର ପଙ୍କଜ ସାବତ (ପିଙ୍କୁ )(୨୪) ସେ କୌଣସି କାରଣରୁ ଟ୍ରେନ୍ ଯୋଗେ ଭୁବନେଶ୍ୱର ଏବଂ ସେଠାରୁ ଚାଲିଚାଲି ଆସିଥିବା ଜଣାପଡ଼ିଥିଲା। ଏନେଇ ପଙ୍କଜର ମୋବାଇଲରୁ ହିଁ ତାଙ୍କ ବାପାଙ୍କୁ ପୁଅ ଗଞ୍ଜାମରେ ଥିବା ଧରଣୀ ଅବଗତ କରିବା ସହ ଆଇଆଇସି ସୁମିତ୍ରା ପାତ୍ରଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଜଣାଇଥିଲେ। ଏଥିସହ ୩ ଦିନ ହେବ ଯୁବକଙ୍କର ଖାଇବା ପିଇବା ସହ ସମସ୍ତ ବନ୍ଦୋବସ୍ତ କରିଥିଲେ ଧରଣୀ ଓ ବିଶ୍ୱଭୂଷଣ। ଖବର ପାଇ ଟ୍ରେନ୍ ଯୋଗେ ଉଦ୍ଧାର ଯୁବକଙ୍କ ବାପା ସନ୍ତୋଷ ସାବତ ଦାଦା ଓ ଦୁଇ ପିଉସୀ ସୋମବାର ଗଞ୍ଜାମରେ ଆସି ପହଞ୍ଚିଥିଲେ। ଥାନା ପୋଲିସ ପଙ୍କଜଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲା। ଉଦ୍ଧାର ଯୁବକଙ୍କ ମା’ ନ ଥିବା ବେଳେ ମା’ ବାପାଙ୍କ ଗୋଟିଏ ବୋଲି ପୁଅ। ତାଙ୍କ କଥା ଘରେ କେହି ଶୁଣୁ ନ ଥିଲେ ତେଣୁ ସେ ମନ ଖରାପ କରି ପଲେଇ ଆସିଥିବା ପଙ୍କଜ ଗଣମାଧ୍ୟମକୁ କହିଛନ୍ତି। ଅନ୍ୟ ପଟେ ପୁଅକୁ ପାଇ ବାପା ସନ୍ତୋଷ ଉଦ୍ଧାରକାରୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି।


