ଟ୍ରେନ୍‌ରେ ବାଣ ପରିବହନ କଲେ ଜେଲ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଦୀପାବଳି ପାଖେଇ ଆସୁଥିବାରୁ ବାଣଜନିତ ସମ୍ଭାବ୍ୟା ବିପଦକୁ ଏଡାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଟ୍ରେନରେ ବାଣ ଓ ଅନ୍ୟାନ୍ୟ ଦହନଶୀଳ ସାମଗ୍ରୀର ବେଆଇନ ପରିବହନକୁ ବାରଣ କରାଯାଇଛି। ଯାତ୍ରୀ ପରିବହନ କରୁଥିବା ଟ୍ରେନ୍‌ରେ ବାଣ, ଗ୍ୟାସ ସିଲିଣ୍ଡର, ଏସିଡ୍‌, ପେଟ୍ରୋଲ, କିରୋସିନ ଆଦି ଦହନଶୀଳ ସାମଗ୍ରୀ ପରିବହନ କରିବା ରେଳପଥ ଅଧିନିୟମ ୧୯୮୯ ଅନୁଯାୟୀ ଦଣ୍ଡନୀୟ ଅପରାଧ। ଏଥିପାଇଁ ୩ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ।
ଟ୍ରେନ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଅଭିଯାନରେ ଯାତ୍ରୀଙ୍କ ସହଯୋଗ ମଧ୍ୟ ଲୋଡ଼ାଯାଇଛି। ଯାତ୍ରୀମାନେ ଏଥିପ୍ରତି ସଜାଗ ରହିବାକୁ କୁହାଯାଇଛି। ଏ ସଂକ୍ରାନ୍ତ ନିୟମ ଉଲ୍ଲଂଘନ ହେଉଥିବା ନଜରକୁ ଆସିଲେ ରେଳ ସୁରକ୍ଷା ବଳ (ଆର୍‌ପିଏଫ) କର୍ମଚାରୀ, ସରକାରୀ ରେଳ ପୋଲିସ, ଟିଟିଇ, କୋଚ୍‌ ସେବକ ଓ ଷ୍ଟେଶନ ପରିଚାଳକଙ୍କ ସମେତ ଅନ୍‌ବୋର୍ଡ କର୍ମଚାରୀଙ୍କୁ ସୂଚନା ଦେବାପାଇଁ ପରାମର୍ଶ ଦିଆଯାଇଛି। ଏଥିସହ ରେଳପଥର ହେଲ୍ପ ଲାଇନ ନଂ.୧୩୯କୁ କଲ୍‌ କରି ଜଣାଇବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି। ଏହି ସୁରକ୍ଷା ବ୍ୟବସ୍ଥା ସହିତ ପୂର୍ବତଟ ରେଳପଥ ରେଳ ଷ୍ଟେଶନଗୁଡିକରେ ସର୍ବସାଧାରଣ ଘୋଷଣା ମାଧ୍ୟମରେ ଯାତ୍ରୀମାନଙ୍କୁ ଅଗ୍ନି ନିର୍ବାପକ ବିପଦ ବିଷୟରେ ସଚେତନ କରୁଛି। ପାର୍ସଲ ଭ୍ୟାନରେ ଲୋଡ୍‌ ହୋଇଥିବା ପାର୍ସଲ ଏବଂ ଲଗେଜଗୁଡିକର ନିରାପଦ ପରିଚାଳନାକୁ ସୁନିଶ୍ଚିତ କରିବା ଉପରେ ମଧ୍ୟ ସ୍ବତନ୍ତ୍ର ଦଳ ଧ୍ୟାନ ଦେଉଛି। ନିରାପତ୍ତା ବୃଦ୍ଧି କରାଇବା ପାଇଁ ଟ୍ରେନ ଏସ୍‌କର୍ଟିଙ୍ଗ ଟିମ୍‌ ଏବଂ ମେରୀ ସହେଲି ଦଳକୁ ଉଭୟ ଯାତ୍ରୀବାହୀ ଟ୍ରେନ ଓ ଲଗେଜ ଉପରେ କଡା ନଜର ରଖିବା ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri