Categories: ଯାଜପୁର

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର ରୋଡର ଷ୍ଟେସନ ପାଖ ଚୂନଭାଟି ଅଂଚଳରେ ଥିବା ଅସହାୟ ଲୋକଙ୍କୁ ପୁରୁଣା ବ୍ୟବହାର ଉପଯୋଗୀ ସଫା ଲୁଗା ଓ ଶୀତ ବସ୍ତ୍ର ଯୋଗାଇ ଦିଆଯାଇଛି । ପୂର୍ବ ବର୍ଷ ପରି ଏଥର ମଧ୍ୟ ଅନୁଷ୍ଠାନର ସଦସ୍ୟମାନେ ଏହି କାର୍ଯ୍ୟକ୍ରମ ପାଇଁ ଆଖ ପାଖ ଅଞ୍ଚଳରୁ ତଥା ନିଜ ବନ୍ଧୁ, ସହଯୋଗୀଙ୍କଠାରୁ ବିଭିନ୍ନ ଗାଁରୁ ବ୍ୟବହାର ଉପଯୋଗୀ ଶୀତବସ୍ତ୍ର ଓ ଭଲ ସଫା ଲୁଗା, ପୋଷାକ ଆଦି ସଂଗ୍ରହ କରିଥିଲେ । ଅସହ୍ୟ ଶୀତରେ ଅନେକ ଲୋକଙ୍କ ପାଖେ ପିନ୍ଧିବାକୁ ନଥିଲା ବେଳେ ସମସ୍ତଙ୍କୁ ନୂଆ ଯୋଗାଇରେ ଆମେ ସକ୍ଷମ ନୁହେଁ କିନ୍ତୁ ଯେଉଁ ଭଲ ଜିନିଷ ଘରେ ରହି ନଷ୍ଟ ହୋଇଥାନ୍ତା ତାକୁ ଯଦି ଅନ୍ୟ କେହି ବ୍ୟବହାର କରିପାରିବେ ଏହାଠୁ ଭଲ ଆଉ କିଛି ହୋଇ ନ ପାରେ ବୋଲି ଅନୁଷ୍ଠାନର ସଦସ୍ୟମାନେ ମତ ଦେଇଛନ୍ତି । ଅନେକ ନୂଆ ପୋଷାକ ଛୋଟ ହୋଇଗଲେ ଆମେ ଆଉ ପିନ୍ଧି ନଥାନ୍ତି, ଫୋପାଡ଼ି ଦିଅନ୍ତି କିମ୍ବା ଘରେ ଏମିତି ରଖିଥାନ୍ତି । କିନ୍ତୁ ସେସବୁ ଯଦି ଆଉ କିଏ ବ୍ୟବହାର କରିପାରେ ତାହେଲେ ଏହା ଖୁବ ଭଲ ପଦକ୍ଷେପ ।

“ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” ନିଆରା ପଦକ୍ଷେପ ସମାଜରେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି । ପୋଷାକ ବଣ୍ଟନ ସହ ଝିଅ ଓ ମହିଳାଙ୍କ ପାଇଁ ବିଭିନ୍ନ କସମେଟିକ ଜିନିଷ ଫାଉଣ୍ଡେସନ ତରଫରୁ ଯୋଗାଇ ଦିଆଯାଇଛି। ଶେଷରେ କୁନି କୁନି ପିଲାଙ୍କୁ ଚକୋଲେଟ ବାଣ୍ଟିବା ସହ ଫାଉଣ୍ଡେସନର ସଦସ୍ୟମାନେ ତାଙ୍କ ସହ ମିଶି ମଜାମସ୍ତି କରିଥିଲେ । ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇଲେ ହିଁ ବେଶୀ ଖୁସି ଲାଗିଥାଏ ବୋଲି ଫାଉଣ୍ଡେସନର ସଭାପତି ମନୋଜ କୁମାର ଦାସ କହିଛନ୍ତି । ଆଗକୁ ଆହୁରି ଏମିତି ଜନ ମଙ୍ଗଳକାରୀ କାର୍ଯ୍ୟ ଚାଲୁରହିବ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ଫାଉଣ୍ଡେସନର ବହୁ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।