ଭାରତରେ ଲଞ୍ଚ କରିବ ଜାଗୁଆରର ପ୍ରଥମ ଇଲେକ୍ଟ୍ରିକ୍‌ କାର୍‌, ସିଙ୍ଗଲ ଚାର୍ଜରେ ଗଡ଼ିବ ୪୮୦ କିଲୋମିଟର

ନୂଆଦିଲ୍ଲୀ,୨୨।୩: ଭାରତରେ ବର୍ତ୍ତମାନ ବିଳାସପୂର୍ଣ୍ଣ ଇଲେକ୍ଟ୍ରିିକ୍‌ ଯାନ ସେଗମେଣ୍ଟ ଚାଲିଛି। ବହୁ ପ୍ରତୀକ୍ଷିତ ଜାଗୁଆରର ଇଲେକ୍ଟ୍ରିକ୍‌ କାର୍‌ ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଭାରତରେ ଲଞ୍ଚ୍‌ କରିବ। ଯାହା ଭାରତୀୟ ବଜାରରେ କମ୍ପାନୀର ପ୍ରଥମ ଇଲେକ୍ଟ୍ରିକ୍‌ କାର୍‌ ଭାବେ ପରିଗଣିତ ହେବ। ଏହି କାର୍‌ ପାଇଁ ଏବେଠାରୁ ବୁକିଂ ଆରମ୍ଭ ହୋଇଗଲାଣି।

ନୂଆ ଜାଗୁଆର ଆଇ-ପେସ(I-Pace) ମର୍ସିଡିଜ୍‌-ବେଞ୍ଜ୍‌ ଇକ୍ୟୁସି ଏବଂ ଅଡି-ଇ-ଟ୍ରନ୍‌କୁ ଟକ୍କର ଦେବ। ଏହି କାର୍‌ ୩ ପ୍ରକାରର। ଏସ୍‌, ଏସ୍‌-ଇ ଏବଂ ଏଚ୍‌ଏସ୍‌ଇରେ ଯୋଗାଇ ଦିଆଯିବ। ଯାହାର ମୂଲ୍ୟ ପ୍ରାୟ ୧କୋଟିରୁ ୧.୨ କୋଟି ଟଙ୍କା ହୋଇପାରେ।

ଜାଗୁଆର ଆଇ-ପେସ୍‌ରେ ୯୦ କିଲୋଓ୍ବାଟ୍‌ ଲିଥିୟମ-ଆୟନ ବ୍ୟାଟେରୀ ବ୍ୟବହାର କରାଯାଇଛି। ଯାହା ୩୯୪ ବିଏଚ୍‌ପି ଶକ୍ତି ଏବଂ ୩୯୬ ଏନ୍‌ଏମ୍‌ ଟର୍କ ପ୍ରଦାନ କରିବ। ଏହି କାର୍‌ଟି ମାତ୍ର ୪.୮ ସେକେଣ୍ଡରେ ୦.୧୦୦ କିଲୋମିଟର ବେଗରେ ଗତି କରିବ। ଏହାର ସର୍ବୋଚ୍ଚ ବେଗ ୨୦୦ କିଲୋମିଟର ପର୍ଯ୍ୟନ୍ତ ରହିବ।

ଜାଗୁଆର ଆଇ-ପେସ ୪,୬୮୨ ଲମ୍ବ, ୨,୧୩୯ ମିମି ଚଉଡ଼ା ଏବଂ ୧୫୬୬ ମିମି ହେବ। ଏଥିରେ ୨,୯୯୦ ମିମି ଏକ ହ୍ବିଲ୍‌ ବେସ୍‌ ଦିଆଯାଇଛି। ଏଥିରେ ଏଲ୍‌ଇଡି ଲାଇଟ୍‌ ସିଷ୍ଟମ, ଲମ୍ବା ଗ୍ଲାସ, ଡୁଆଲ ଟଚ୍‌ ସ୍କ୍ରିନ୍‌ ଇନ୍‌ଫୋଟେଣ୍ଟେଣ୍ଟ ସିଷ୍ଟମ, ଇନ୍‌କଣ୍ଟ୍ରୋଲ ଯୁକ୍ତ କାର୍‌ ଟେକ୍‌ ଷ୍ଟାଣ୍ଡାର୍ଡ ଭାବରେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଖୋଲିବ SEBI କାର୍ଯ୍ୟାଳୟ

ଭୁବନେଶ୍ୱର,୧୮।୫: SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ…

ସରକାରଙ୍କ ବଡ଼ ଘୋଷଣା; ମହିଳାଙ୍କୁ ମାସିକ ୩ ହଜାର, ୭ମ ବେତନ ଆୟୋଗ ଲାଗୁ, ମାଗଣା ବସ୍ ଯାତ୍ରା

କୋଲକାତା,୧୮।୫: ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର ତାଙ୍କର ଦ୍ୱିତୀୟ କ୍ୟାବିନେଟ୍ ବୈଠକରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି । ଏଥିରେ ମହିଳାମାନଙ୍କୁ ମାସିକ ୩ ହଜାର ଆର୍ଥିକ…

ମସ୍କଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ହଇଚଇ, ଝିଅମାନଙ୍କ…

ନୂଆଦିଲ୍ଲୀ,୧୮।୫: ଏଲନ ମସ୍କ ପୁଣିଥରେ ନିଜ ବୟାନକୁ ନେଇ ଖବରର ଶିରୋନାମା ପାଲଟିଛନ୍ତି । ଏଥର ସେ ଇନଷ୍ଟାଗ୍ରାମକୁ “ଝିଅମାନଙ୍କ ପ୍ଲାଟଫର୍ମ” ବୋଲି କହି ଏକ ନୂତନ…

ଭୁବନେଶ୍ବରରେ ତେଲ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା, କାଲିଠୁ….

ଭୁବନେଶ୍ବର,୧୮।୫: ରାଜ୍ୟରେ ତେଲ ସଂକଟ ଭିତରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବୟାନ ସାମ୍ନାକୁ ଆସିଛି । ତୈଳ ସ୍ଥିତିକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା…

ଯୁକ୍ରେନ ଡ୍ରୋନ ମାଡ଼ରେ ମାଧବନ୍ଧର ଓଡ଼ିଆ ଯୁବକ ମୃତ, ଚାକିରି କରିବାକୁ ରୁଷିଆ ଯାଇଥିଲେ ରାମେୟା

ଚିକିଟି,୧୮।୫(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ମାଧବନ୍ଧ ଗ୍ରାମର ଜଣେ ଯୁବକ ଯୁକ୍ରେନର ଡ୍ରୋନ ମାଡ଼ରେ ପ୍ରାଣ ହରାଇଛନ୍ତି । ଶନିବାର ତାଙ୍କର…

୨୦ ଦିନରେ କୋଟି କୋଟି ଟଙ୍କାର ଶେୟାର କିଣିଲେ ଟ୍ରମ୍ପ, ଥରି ଉଠିଲା ଆମେରିକା

ଓ୍ବାଶିଂଟନ,୧୮।୫: ଏହି ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ୍ବା ତାଙ୍କ ପରାମର୍ଶଦାତାମାନେ ୩,୭୦୦ରୁ ଅଧିକ ଷ୍ଟକ ବାଣିଜ୍ୟ କରିଛନ୍ତି। ଏହି…

କୋଣାଦିତ୍ୟରେ ନବ ଆଳତି ପରମ୍ପରା

ପଦ୍ମକ୍ଷେତ୍ର କୋଣାର୍କଠାରେ ଅଭିନବ ଆଳତି ପରମ୍ପରା କଥା ପୂର୍ବ ସଂଖ୍ୟାରେ ଆମେ ଆଲୋଚନା କରିଥିଲେ। ତାହାର ଏକ ଚମତ୍କାର ଦିଗ ରହିଛି। ଭାରତରେ ଅନ୍ୟ କେଉଁ କ୍ଷେତ୍ର…

କ୍ରାଇମବ୍ରାଞ୍ଚ DGଙ୍କ ବଡ଼ ବୟାନ: ସୌମ୍ୟ ହତ୍ୟାର ସବୁ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୧୮।୫: କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ସବୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା DG ମିଶ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri