ଜଗତ୍‌ସିଂହପୁର: କାଞ୍ଜିଆହୁଦା ପରିକଳ୍ପନା ଦିଗହରା

ଜଗତ୍‌ସିଂହପୁର, ୧୮।୨ (ପ୍ରମୋଦ କୁମାର ନାୟକ): ମାସେକି ବର୍ଷେ ନୁହେଁ, କେଉଁ ଆବାହନ କାଳରୁ କାଞ୍ଜିଆହୁଦାର ପରିକଳ୍ପନା କରାଯାଇଥିଲା। ଷଣ୍ଢ, ଗାଈ, ମଇଁଷି, ଛେଳି ଓ ମେଣ୍ଢା ଆଦି ପ୍ରାଣୀଙ୍କ ଯୋଗୁ ଲୋକଙ୍କ ଫସଲହାନୀ ରୋକିବା ଏହାର ମୂଳ ଲକ୍ଷ୍ୟ ଥିଲା। ଏଥିସହ ଏହି ପ୍ରାଣୀଙ୍କ ଯୋଗୁ ଯେପରି କ୍ଷୟକ୍ଷତି ନ ହେବ ସେନେଇ ପଦକ୍ଷେପ ନିଆଯାଇଥିଲା। କାଞ୍ଜିଆହୁଦା ଯୋଗୁ ବାସ୍ତବରେ ଅନେକ ଉପକାର ହେଉଥିଲା। ଲୋକେ ସେମାନଙ୍କ ଗୋରୁ ଖୋଲାରେ ଛାଡ଼ିବାକୁ ଡରୁଥିଲେ। କ୍ଷୟକ୍ଷତି ସମ୍ପର୍କରେ ଅଭିଯୋଗ ମାତ୍ରେ କାଞ୍ଜିଆହୁଦାରେ ନିୟୋଜିତ କର୍ମଚାରୀ ତଥା ଦିଗ୍‌ଦାର କାର୍ଯ୍ୟାନୁଷ୍ଠାନ ନେଇ ଗୋ-ମଇଁଷାଦିଙ୍କୁ ତତ୍କାଳ କାଞ୍ଜିଆହୁଦାରେ ଭର୍ତ୍ତି କରୁଥିଲେ। ତା’ପରେ ମାଲିକମାନେ ଜରିମନା ଦେଇ ପ୍ରାଣୀଙ୍କୁ ମୁକୁଳାଉଥିଲେ। ଏହାଦ୍ୱାରା ଲୋକେ ସତର୍କ ହେବା ସହ ପୁନଃ ଭୁଲ କରିବାକୁ ଡରୁଥିଲେ। ଅନ୍ୟପକ୍ଷରେ କାଞ୍ଜିଆହୁଦାରେ ସରକାର ଏହି ପ୍ରାଣୀମାନଙ୍କ ରହିବା, ଖାଇବା, ପିଇବା ପାଇଁ ବନ୍ଦୋବସ୍ତ କରୁଥିଲେ। କିନ୍ତୁ ଆଜି ଏହି ଯୋଜନା ପ୍ରହସନରେ ପରିଣତ ହୋଇଛି।

ରାଜ୍ୟର ଅଧିକାଂଶ ସ୍ଥାନରେ କାଞ୍ଜିଆହୁଦା ଆଉ ଦେଖିବାକୁ ମିଳୁନାହିଁ। ଯେଉଁଥିରେ ଜଗତ୍‌ସିଂହପୁର ଜିଲା ଅନ୍ୟତମ। କାଞ୍ଜିଆହୁଦା ଓ ଗୋଶାଳା ଅଭାବରୁ ଜିଲାରେ ବୁଲା ଗୋରୁ, ଷଣ୍ଢ ଆଦିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରି କି ଜଗତ୍‌ସିଂହପୁର ସହରରେ କାଞ୍ଜିଆହୁଦାର ଆବଶ୍ୟକତା ଥିଲେ ସୁଦ୍ଧା ତାହା କରାଯାଉନାହିଁ। ସହରାଞ୍ଚଳରେ ଗୋ-ମଇଁଷାଦି ଆଦି ପ୍ରାଣୀଙ୍କ ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇଥିଲେ ସୁଦ୍ଧା କୋର୍ଟଙ୍କ ଏହି ନିର୍ଦ୍ଦେଶ ଫାଇଲ ଭିତରେ ଲୁଚି ରହିଛି। ଯେଉଁ କାରଣରୁ ଗୋ ଚାଲାଣକାରୀମାନେ ଏହାର ଭରପୂର ଫାଇଦା ଉଠାଇ ଚାଲିଛନ୍ତି। ସେମାନେ ରାସ୍ତା ଉପରୁ ଏହି ପ୍ରାଣୀମାନଙ୍କୁ ଟ୍ରକ୍‌ରେ ଉଠାଇ ବାହାରକୁ ଚାଲାଣ କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜିବୀ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଅତୀତରେ ସହରର ଶ୍ରୀକୃଷ୍ଣ ଏକାଡେମୀ ପଡିଆ ପାର୍ଶ୍ୱରେ ଏକ କାଞ୍ଜିଆହୁଦା ଥିଲା। କିନ୍ତୁ ଏହାର ରକ୍ଷଣାବେକ୍ଷଣ ଓ ସରକାରଙ୍କ ଆନ୍ତରିକତା ଅଭାବରୁ ବନ୍ଦ ହୋଇଯାଇଛି। ଏହାଦ୍ୱାରା ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଷଣ୍ଢ, ଗାଈ, ମଇଁଷି ଓ ମାଙ୍କଡ ଆଦିଙ୍କ ଯୋଗୁ ବ୍ୟାପକ ଫସଲ ହାନୀ ଘଟୁଛି। ଏବେ ଅଧିକ ଦୁଗ୍ଧ ଉତ୍ପାଦନକାରୀ ଗୋରୁଙ୍କ ଚାହିଦା ବଢିଛି। ଗାଈ ଜନ୍ମ ଦେବା ପରେ ମାଈ ଛୁଆ ରଖାଯାଉଥିବାବେଳ ଅଣ୍ଡିରାକୁ ମହାଦେବଙ୍କୁ ଦାନ ବାହାନାରେ ଛାଡି ଦେଉଛନ୍ତି। ଏହାର କାରଣ ହେଉଛି ଆଗପରି ଆଉ ବିଲରେ ବଳଦର ଆବଶ୍ୟକତା ପଡୁନାହିଁ। ଟ୍ରାକ୍ଟର ସମେତ ଉନ୍ନତ କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ହେଉଛି। ଅଣ୍ଡିରା ବାଛୁରୀ ବୁଲି ବଡ ହେଲାପରେ ଷଣ୍ଢ ହେଉଛି। ତା’ପରେ ସେମାନେ ଚାରିଆଡେ ବୁଲି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି। ଆଗେ କମ ସଂଖ୍ୟକ ଷଣ୍ଢ ଥିବା ବେଳେ ଏବେ ଏହି ସଂଖ୍ୟା ଏବେ ଆଶାତୀତ ଭାବେ ବଢିଯାଇଛି। ଜଗତ୍‌ସିଂହପୁର ସହରରେ ୫୦ରୁ ଅଧିକ ଷଣ୍ଢ ବୁଲୁଛନ୍ତି। ସେମାନେ ଯେ କେବଳ ସହର ଓ ପାଖଆଖ ଜମିର ଫସଲ ହାନୀ କରୁଛନ୍ତି ତାହା ନୁହେଁ, ଲୋକଙ୍କ ସାଧାରଣ ଜୀବନଯାତ୍ରାରେ ମଧ୍ୟ ବାଧା ସୃଷ୍ଟି କରୁଛନ୍ତି। ଷଣ୍ଢ ଆକ୍ରମଣରେ ବିଗତଦିନରେ ସହରର ଏକାଧିକ ଲୋକ ଆହତ ହେବା ସହ କେତେଜଣଙ୍କର ମୃତ୍ୟୁ ହୋଇଥିବାର ମଧ୍ୟ ନଜିର ରହିଛି। ଷଣ୍ଢ ଓ ଗାଈଙ୍କ ଯୋଗୁ ସହରରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଲୋକେ ନିରାପଦରେ ଯାତାୟତ କରିପାରୁନାହାନ୍ତି। ସବୁଠାରୁ ବଡ କଥା ହେଲା, ସରକାର ଏହା ଉପରେ ଆଶାଜନକ ପଦକ୍ଷେପ ନେଉନାହାନ୍ତି।
ଏ ସମ୍ପର୍କରେ ଜଗତ୍‌ସିଂହପୁର ଜିଲା ମୁଖ୍ୟା ପ୍ରାଣୀ ସମ୍ପଦ ଅଧିକାରୀ (ସିଡିଭିଓ) କୈଳାସ ମଲ୍ଲିକଙ୍କୁ ପଚାରିବାରୁ ସେ କହିଥିଲେ, ଜିଲାରେ ୨ ଲକ୍ଷରୁ ଅଧିକ ଗୋରୁ ଅଛନ୍ତି। ବୁଲା ଗୋରୁଙ୍କୁ ରଖିବା ପାଇଁ ଏଥିମଧ୍ୟରେ ୩ଟି ବେସରକାରୀ ଗୋଶାଳା କରାଯାଇଛି। ସେଗୁଡିକ ହେଲା, ରଘୁନାଥପୁର ଜୟଶୋଳସ୍ଥିତ ଭାରତ ଗୋଶାଳା (୨୦ କ୍ଷମତା), ତିର୍ତ୍ତୋଲ ନିକଟ ଶୂନ୍ୟବାସୀ ଗୋଶାଳା (୫୦) ଓ ପାରାଦୀପସ୍ଥିତ ସାରଳା ଗୋଶାଳା (୧୦୦)। ଆଗକୁ ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ କୋର୍ତ୍ତଳ (୧୫୦) ଓ ରଘୁନାଥପୁର ତାରପୁର ନିକଟ କଳାଧାରୀ (୧୫୦)ଠାରେ ଗୋଶାଳା ହେବାକୁ ଯାଉଛି। ପର୍ଯ୍ୟାୟକ୍ରମେ ସମସ୍ତ ବ୍ଲକ ଅଞ୍ଚଳରେ ଏହି ଗୋଶାଳା କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରୁ ସେ କହିଥିଲେ, ସମ୍ପ୍ରତ୍ତି ଏହି ସମସ୍ୟା ଚିନ୍ତାଜନକ। ଯେହେତୁ ଏନେଇ ଜମି ଦରକାର ତେଣୁ ଜିଲାପାଳଙ୍କ ସହ ଆଲୋଚନା କରି କାଞ୍ଜିଆହୁଦା କରିବା ପାଇଁ ପଦକ୍ଷେପ ନେବୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri