Posted inଫୁରସତ

Jagannath Temple Flag Story: ଶ୍ରୀମନ୍ଦର ବାନା ପ୍ରତିଦିନ କାହିଁକି ବଦଳାଯାଏ? ଜାଣି ନ ଥିବେ…

ଜଗନ୍ନାଥ ମନ୍ଦିର କେବଳ ଓଡ଼ିଶା ନୁହେଁ ସାରା ବିଶ୍ୱରେ ପରିଚିତ। ଏହି ମନ୍ଦିରରେ ସ୍ବଂୟ ଜଗନ୍ନାଥ ଅବସ୍ଥାନ କରନ୍ତି। ଏହା ଭାରତର ଚାରିଧାମ ତୀର୍ଥସ୍ଥଳ ମଧ୍ୟରୁ ଗୋଟିଏ, ଯାହାର ହିନ୍ଦୁ ଧର୍ମରେ ବହୁତ ମହତ୍ତ୍ୱ ଅଛି। ଏହି ମନ୍ଦିରର ନିର୍ମାଣ ଦ୍ୱାଦଶ ଶତାବ୍ଦୀରେ ଗଙ୍ଗ ରାଜବଂଶର ରାଜା ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏବଂ ତ୍ରୟୋଦଶ ଶତାବ୍ଦୀରେ ଅନଙ୍ଗଭୀମ ଦେବ ତୃତୀୟଙ୍କ ଦ୍ୱାରା ସମାପ୍ତ ହୋଇଥିଲା। ପ୍ରତି ୧୨ କିମ୍ବା ୧୯ ବର୍ଷରେ ଏହି ମୂର୍ତ୍ତିଗୁଡ଼ିକୁ ନବକଳେବର ହୋଇଥାଏ। ଏହି ମନ୍ଦିର କଳିଙ୍ଗ ସ୍ଥାପତ୍ୟର ଏକ ସୁନ୍ଦର ଉଦାହରଣ, ଏଥିରେ ବକ୍ର ଶିଖର ଏବଂ ଜଟିଳ କାରୁକାର୍ଯ୍ୟ ରହିଛି। ମନ୍ଦିର ପରିସର ସିଂହଦ୍ୱାର, ହସ୍ତିଦ୍ୱାର, ଅଶ୍ୱଦ୍ୱାର ଏବଂ ବ୍ୟାଘ୍ରଦ୍ୱାର ସହିତ ମେଘନାଦ ପାଚେରି ଘେରି ରହିଛି।

ପ୍ରତିବର୍ଷ ଏଠାରେ ଅନୁଷ୍ଠିତ ରଥଯାତ୍ରା ସାରା ବିଶ୍ୱରେ ପ୍ରସିଦ୍ଧ। ଯେଉଁଥିରେ ଚର୍ତୁଦ୍ଧା ମୂର୍ତ୍ତିଙ୍କୁ ବିଶାଳ ରଥରେ ବସାଇ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥାଏ। ମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦର ଏକ ବିଶେଷ ମହତ୍ତ୍ୱ ଅଛି, ଯାହାକୁ ହଜାର ହଜାର ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଏ। ଏହି ମନ୍ଦିର ରୋଷେଇ ଘରକୁ ବିଶ୍ୱର ସବୁଠାରୁ ବଡ଼ ରୋଷଘର ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହି ମନ୍ଦିର ସହିତ ଜଡିତ ଅନେକ ରହସ୍ୟ ରହିଛି, ଯେପରିକି ମନ୍ଦିରର ଉପର ଭାଗରେ ଲଗାଯାଇଥିବା ପତିତପାବନ ବାନା ସର୍ବଦା ପବନର ବିପରୀତ ଦିଗରେ ଉଡ଼େ। ସେହିପରି ଦିନର ଯେକୌଣସି ସମୟରେ ମନ୍ଦିରର ଛାଇ ଦେଖାଯାଏ ନାହିଁ। ତେଣୁ, ଜଗନ୍ନାଥ ପୁରୀ ମନ୍ଦିର କେବଳ ଏକ ଧାର୍ମିକ ସ୍ଥଳ ନୁହେଁ ବରଂ ଏହା ଭାରତର ସମୃଦ୍ଧ ସାଂସ୍କୃତିକ ଏବଂ ଐତିହାସିକ ଐତିହ୍ୟର ପ୍ରତୀକ। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଏହି ପବିତ୍ର ସ୍ଥାନକୁ ଦର୍ଶନ କରିବାକୁ ଆସନ୍ତି।

ପତାକା ପରିବର୍ତ୍ତନର ଧାର୍ମିକ ମହତ୍ତ୍ୱ
ଜଗନ୍ନାଥ ମନ୍ଦିରରେ ପ୍ରତିଦିନ ବାନା ପରିବର୍ତ୍ତନ କରିବାର ପରମ୍ପରା ଏକ ଗଭୀର ଧାର୍ମିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରେ। ଏହି ପରମ୍ପରା ପ୍ରାୟ 800 ବର୍ଷ ଧରି ଚାଲିଆସୁଛି ଏବଂ ଏହା ସହିତ ଅନେକ ବିଶ୍ୱାସ ଏବଂ ରହସ୍ୟ ଜଡିତ ଅଛି। ଶ୍ରୀମନ୍ଦିରର ଶୀର୍ଷରେ ଥିବା ୨୦ଫୁଟ ଲମ୍ବା ତ୍ରିକୋଣୀୟ ପତାକାଟି ପ୍ରତିଦିନ ପରିବର୍ତ୍ତନ କରାଯାଏ। ଏହି କାମ ଚୁନରା ସେବାୟତଙ୍କ ଦ୍ୱାରା କରାଯାଏ। ଯେଉଁମାନେ ପିଢ଼ି ପରେ ପିଢ଼ି ଧରି ଏହି ପରମ୍ପରାକୁ ବହନ କରିଆସୁଛନ୍ତି। କୁହାଯାଏ ଯେ ଥରେ ପ୍ରଭୁ ଜଗନ୍ନାଥ ଜଣେ ଭକ୍ତଙ୍କୁ ସ୍ବପ୍ନରେ ଦର୍ଶନ ଦେଇଥିଲେ ଏବଂ ତାଙ୍କୁ କହିଥିଲେ ଯେ ତାଙ୍କର ବାନା ପୁରୁଣା ଏବଂ ଚିରି ଯାଇଛି। ପରଦିନ, ଯେତେବେଳେ ମନ୍ଦିରର ପୁରୋହିତମାନେ ଦେଖିଲେ, ବାନା ଚିରି ଯାଇଥିଲା। ସେବେଠାରୁ ବାନା ପରିବର୍ତ୍ତନ କରିବାର ପରମ୍ପରା ଆରମ୍ଭ ହୋଇଛି।

ଏହି ବାନାକୁ ମହାପ୍ରଭୁ ଜଗନ୍ନାଥଙ୍କ ଉପସ୍ଥିତି ଏବଂ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି ବାନା ସମୁଦ୍ରରୁ ବହିଥିବା ପବନର ବିପରୀତ ଦିଗରେ ଉଡ଼େ, ଯାହା ନିଜେ ଏକ ରହସ୍ୟ।

 


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri