ଝାରପଡ଼ା ଜେଲରେ ରାତି କାଟିଲେ ଜଗନ୍ନାଥ ପ୍ରଧାନ: ଜାଣନ୍ତୁ ଜାମିନ ମିଳିବ ନା ନାହିଁ

ଭୁବନେଶ୍ୱର,୪।୭: ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଭୁବନେଶ୍ୱର ମହାନଗର ନିଗମ (BMC) ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଗତକାଲି ରାତିରେ ସେ ଡିସିପି ଅଫିସରେ ଆତ୍ମସମର୍ପଣ କରିଥିଲେ, ଯାହା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ଏହାପରେ କୋର୍ଟରେ ହାଜର କରାଯାଇ ଝାରପଡ଼ା ଜେଲକୁ ପଠାଯାଇଥିଲା।

ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନୂତନ ସଂହିତା (BNS) ଅଧୀନରେ ୧୧ଟି ଧାରା ଯଥା ୩୩୩, ୧୩୨, ୧୨୧(୧), ୧୨୧(୨), ୩୫୧(୨), ୬୨, ୩୦୪, ୫୪, ୬୧(୨), ୧୮୯(୨), ଓ ୧୯୦/୩(୫) ଅନୁଯାୟୀ ଅଭିଯୋଗ ରୁଜୁ ହୋଇଛି। ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

କୋର୍ଟରେ ଜଗନ୍ନାଥଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ତାଙ୍କ ଓକିଲ କହିଛନ୍ତି ଯେ, ଏହି ମାମଲାକୁ ସେସନ୍ସ କୋର୍ଟରେ ଉପସ୍ଥାପନ କରାଯିବ। କୋର୍ଟ ବାହାରେ ଜଗନ୍ନାଥଙ୍କ ଶହ ଶହ ସମର୍ଥକଙ୍କ ଭିଡ଼ ଦେଖାଦେଇଥିଲା, ଏବଂ ଝାରପଡ଼ା ଜେଲ ଫାଟକ ଆଗରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଏହି ଘଟଣା ରାଜନୈତିକ ମହଲରେ ତୀବ୍ର ଚର୍ଚ୍ଚାର ବିଷୟ ହୋଇଛି। ଭୁବନେଶ୍ୱର ଡିସିପି ପୋଲିସ ପକ୍ଷରୁ ସ୍ପଷ୍ଟ କରିଛନ୍ତି ଯେ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇ ଜେଲକୁ ପଠାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଓ ସେସନ୍ସ କୋର୍ଟରେ ହେବାକୁ ଥିବା ବିଚାର ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri