ଗଞ୍ଜାମ,୧୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍ ବିରୁଳିଗଡ଼ ତାଳୁକା ଅନ୍ତର୍ଗତ ଉମ୍ବୁରି ଧର୍ମଶରଣପୁର ଶାସନ ଗ୍ରାମରେ ନୂତନ ଜଗନ୍ନାଥ, ଅଷ୍ଟଶମ୍ଭୁ, କମଳା, ବିମଳା ମନ୍ଦିର ଓ ନାମ ମଣ୍ଡପ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ତୁମ୍ବନାଥ ତ୍ରିପାଠୀଙ୍କ ତତ୍ୱାବଧାନରେ ପ୍ରତିଷ୍ଠା ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଛି। ଏଠାରେ ପ୍ରତିଦିନ ଅନ୍ନଯଜ୍ଞ, ନାମଯଜ୍ଞ, ଘୃତଯଜ୍ଞ, ଗୋ ସେବା ପ୍ରଭୃତି କାର୍ଯ୍ୟକ୍ରମ ବିରୁଳିଗଡ଼ ରାଜା ସାହେବ ମହେନ୍ଦ୍ର ବିକ୍ରମ ସିଂହ ଦେଓ, ପୂର୍ବତନ ସରପଞ୍ଚ ସୁବାଷ ଚନ୍ଦ୍ର ତ୍ରିପାଠୀ, ମୁଖ୍ୟ କର୍ତ୍ତା ଲକ୍ଷ୍ମୀ କାନ୍ତ ତ୍ରିପାଠୀ ଓ ଗ୍ରାମବାସୀଙ୍କ ତତ୍ୱାବଧାନରେ ଅନଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ଭୁବନେଶ୍ୱର ପୂର୍ବତନ ଏମ୍ପି ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇଥିଲେ। ପ୍ରତିଦିନ ସନ୍ଧ୍ୟାରେ ଭଜନ ସମାରୋହ ଓ ପ୍ରବଚନ କାର୍ଯ୍ୟକ୍ରମ ହେଉଛି। ଯାହାକୁନେଇ ସ୍ଥାନୀୟ ଅଞ୍ଚଳ ଉତ୍ସବମୁଖର ହେବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି।

