ଜଗନ୍ନାଥଙ୍କୁ ଅପମାନ! ଭାଇରାଲ ହେଉଛି ମହାପ୍ରଭୁଙ୍କ AI ଭିଡ଼ିଓ, କ୍ରେନରେ କ୍ଷୀର…

ଭୁବନେଶ୍ବର,୧୯।୧: ସୋସିଆଲ ମିଡ଼ିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏହାରି ଭିତରେ ଏବେ ମହାପ୍ରଭୁ ଜଗନ୍ନାଥଙ୍କ ଏଆଇ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ଜଗନ୍ନାଥଙ୍କୁ ଏହା ଏକପ୍ରକାର ଅପମାନ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ଏହି ଏଆଇ ଫଟୋ ଏବଂ ଭିଡିଓଙ୍କୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି । ପରମ୍ପରା ବିରୋଧୀ ଦୃଶ୍ୟ ରହିଥିବାରୁ ଏହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ଦେଖାଯାଇଛି ।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ବଡ଼ଦାଣ୍ଡରେ ଶ୍ରୀଜଗନ୍ନାଥଙ୍କ ସୁଉଚ୍ଚ ମୂର୍ତ୍ତିକୁ ରଖାଯାଇଛି । ଏହାପରେ ଏକ କ୍ରେନ ସହାୟତାରେ କ୍ଷୀର ଢଳାଯାଉଥିବା ଦେଖାଯାଇଛି । ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ମଧ୍ୟ ଦେଖାଯାଉଛି । ଲୋକେ ଦୀପକୁ ହାତରେ ଧରେ ଛିଡା ହୋଇଛନ୍ତି । ଅନ୍ୟପଟେ କିଛି ଭକ୍ତ ଜଗନ୍ନାଥଙ୍କ ଭିଡିଓ ରେକର୍ଡ କରୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଶ୍ରୀଜୀଉଙ୍କ ଫଟୋ ଏବଂ ଭିଡିଓକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ଦେଖାଯାଇଛି । ତେବେ ଏଭଳି ଭିଡ଼ିଓ କିଏ ତିଆରି କରି ଭାଇରାଲ କଲା ତାହା ବର୍ତ୍ତମାନ ସୁ୍ଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

 

Dharitri – Odisha’s No.1 Odia Daily

Share