ଦୁର୍ଦ୍ଦାନ୍ତ ଅପରାଧୀ ଜଗାଙ୍କୁ ହତ୍ୟା: ଡମ୍ପର ଜବତ, ୩ ଅଟକ

ଭୋଗରାଇ,୧୮ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ ଖୁରନ୍ତିଆ ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଜଗା ଓରଫ ରତନ ଦାସ(୨୮)ଙ୍କୁ କେତେକ ବ୍ୟକ୍ତି ଶୁକ୍ରବାର ବିଳମ୍ବିତ ରାତିରେ ଡମ୍ପର ଚାପି ହତ୍ୟା କରିଥିବା ଅଭିଯୋଗ ହୋଇଛି। କମର୍ଦ୍ଦା ପୋଲିସ ଶନିବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ୭୫/୨୦ରେ ଏକ ହତ୍ୟା ମାମଲା ରୁଜୁ କରି ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ କରାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତେବେ ହତ୍ୟାର ଶିକାର ହୋଇଥିବା ଏହି ଅପରାଧୀଙ୍କ ନାମରେ ହତ୍ୟା, ରାହାଜାନି, ଏହି ଡକାୟତି, ବଳାତ୍କାର ଓ ଚୋରା ବନ୍ଧୁକ ରଖିବା ନେଇ ବାଲେଶ୍ୱର, ଜଳେଶ୍ୱର, କମର୍ଦ୍ଦା, ପଶ୍ଚିମବଙ୍ଗ, ଗୋଆ ରାଜ୍ୟରେ ସଙ୍ଗୀନ ଅଭିଯୋଗ ରହିଛି। ଏହି ଘଟଣାରେ ପୋଲିସ ସ୍ଥାନୀୟ ଏକ ଗ୍ରାମର ଡମ୍ପର ଜବତ କରିବା ସହିତ ଥାନାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛ ଚଢ଼ିବା ସମୟରେ ଗୋଡ଼କୁ ଟାଣି ଧରିଲା ଭାଲୁ

ଫୁଲବାଣୀ ଅଫିସ,୧୬ା୬: କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଜାମଝରୀ ପଞ୍ଚାୟତ କ୍ଷେତାପାଜୁ ଗ୍ରାମ ପାଖ ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ...

‘ଫନୀ’ର ପ୍ରଭାବ : ଉପୁଡିଲା ଗଛ, ଆଶ୍ରୟ ସ୍ଥଳରେ ଲୋକଙ୍କ ଥଇଥାନ

ଓଡଗାଁ, ୩।୫(ସ୍ବ.ପ୍ର.): ଗୁରୁବାର ଅପରାହ୍ନରୁ ‘ଫନୀ’ର ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ହାଲୁକା ପବନ ସାଙ୍ଗକୁ ଲଗାତର ବର୍ଷା ଲାଗିରହିଛି । ଶୁକ୍ରବାର ଭୋରରୁ ବର୍ଷାର ପରିମାଣ...

ମହନୀୟ ଗୁରୁ-ଶିଷ୍ୟ ପରମ୍ପରା

ଅଜ୍ଞାନର ଅନ୍ଧକାର ମଧ୍ୟରୁ ଜ୍ଞାନର ଆଲୋକ ଆଡ଼କୁ ବାଟ କଢ଼ାଇ ନିଅନ୍ତି ଗୁରୁ। ଗୁରୁ କେବେ ବ୍ରହ୍ମା ହୋଇ ଶିଷ୍ୟକୁ ନିଜ ହାତରେ ଗଢ଼ନ୍ତି। ବିଷ୍ଣୁ...

ତାମ୍ପରାରେ ବୋଟିଂ ମଜାନେଲେ ପର୍ଯ୍ୟଟକ

ଛତ୍ରପୁର,୨ା୧(ଡି.ଏନ.ଏ)- ନୂତନ ବର୍ଷର ପ୍ରଥମ ଦିନରେ ବୁଧବାର ଛତ୍ରପୁର ଉପକଣ୍ଠ ହୁମ୍ମର ତାମ୍ପରା ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ରାଜ୍ୟ...

ସ୍ବାସ୍ଥ୍ୟକେନ୍ଦ୍ରରେ ସରକାରୀ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ ଅଭିଯୋଗ

ଟାଙ୍ଗୀ(ଖୋର୍ଦ୍ଧା),୧ା୭(ଡି.ଏନ୍‌.ଏ.): ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ସରକାରୀ ନୀତିନିୟମ ଓ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ଉଦଳାରେ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ

ଉଦଳା,୧୫।୮(ଡି.ଏନ୍‌.ଏ.)- କପ୍ତିପଦା ଉପଖଣ୍ଡସ୍ତରୀୟ ୭୩ ତମ ସ୍ବାଧୀନତା ଦିବସ ଉଦଳା ହାଇସ୍କୁଲ ପଡ଼ିଆରେ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଉପଜିଲାପାଳ ଭଗବାନ ବେହେରା ଯୋଗଦେଇ ପତାକା...

ରାୟଗଡ଼ାରେ ଲୋକାର୍ପିତ ହେଲା କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର

ରାୟଗଡ଼ା ଅଫିସ,୧୩ା୪: ରାୟଗଡ଼ା ଜିଲାର ଜେକେପୁର ଠାରେ ସୋମବାର ୧୦୦ ଶଯ୍ୟା ବିଶିଷ୍ଟ ଜିଲାସ୍ତରୀୟ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟିତ ହୋଇଛି। ସ୍ଥାନୀୟ ଇଏସ୍‌ଆଇ ହସ୍ପିଟାଲ୍‌ରେ ଏହି...

ମା’ ଗୃହରେ ବି ସାମାଜିକ ଦୂରତ୍ୱ

ଫୁଲବାଣୀ ଅଫିସ, ୧୨ା୪- କରୋନାକୁ ପ୍ରତିହତ କରିବା ପାଇଁ ସବୁଠି ସଚେତନତା କରାଯାଉଛି । ମା’ ଗୃହ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ଅପହଞ୍ଚ ଅଞ୍ଚଳର...

Advertisement


Archives

Model This Week