Posted inଖେଳ

ସିଏସ୍‌କେ ଆଗରେ ମାଟି କାମୁଡିଲା ଆରସିବି

ମୁମ୍ବାଇ,୨୫।୪ : ଲଗାତାର ବିଜୟ ସହ ଟେବୁଲ ଟପରେ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମହେନ୍ଦ୍ର ସିଂ ଧୋନୀଙ୍କ ସିଏସ୍‌କେ ଆଗରେ ମାଟି କାମୁଡି ପକାଇଛି। ୧୯୨ ରନ୍‌ର ବିଜୟ ଲକ୍ଷ୍ୟ ଆଗରେ ଆରସିବି ମାତ୍ର ୧୨୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଫଳରେ ୬୯ ରନ୍‌ର ବଡ଼ ବିଜୟ ହାସଲ କରିଛି ସିଏସ୍‌କେ। ବୋଲିଂ ହେଉ କି ବ୍ୟାଟିଂ କି ଫିଲ୍ଡିଂରେ ସବୁ ଥିରେ ଛାଇ ହୋଇ ରହିଥିଲେ ରବୀନ୍ଦ୍ର ଜାଡେଜା। ଗୋଟିଏ ଓଭରରେ ୫ ଛକା ସହ ଜାଡେଜା ବିସ୍ଫୋରକ ୬୮ ରନ୍‌ର ଇନିଂସ ଖେଳିଥିଲେ। ବୋଲିଂରେ ଗୋଟିଏ ମେଡେନ ଓଭର ସହ ହାତେଇଥିଲେ ୩ ଉଇକେଟ। ଫିଲ୍ଡିଂ ଦ୍ୱାରା ମଧ୍ୟ ପ୍ରଭାବିତ କରିଥିଲେ ମ୍ୟାଚ୍‌କୁ। ଏହି ବିଜୟ ସହ ଚେନ୍ନାଇ ସୁପର କିଙ୍ଗ୍ସ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ଅନ୍ୟପକ୍ଷରେ ଶୋଚନୀୟ ପରାଜୟ ବରଣ କରିଥିବା ଆରସିବି ଖସିଛି ଦ୍ୱିତୀୟ ସ୍ଥାନକୁ।

ଟସ୍‌ ଜିତି ଧୋନୀ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ସଭିଙ୍କୁ ଚମକାଇ ଦେଇଥିଲେ। କାରଣ ଏପର୍ଯ୍ୟନ୍ତ ଓ୍ବାଙ୍ଖଡେରେ ଟସ୍‌ ଜିତି ଥିବା କୌଣସି ଦଳ ପ୍ରଥମେ ବ୍ୟାଟିଂ କରି ନାହିଁ। କିନ୍ତୁ ପିଚ୍‌ ଧିମା ହେବ ଓ ଶେଷ ଆଡ଼କୁ ରନ୍‌ କରିବା କଷ୍ଟକର ହୋଇପଡ଼ିବ ବୋଲି ଟସ୍‌ ବେଳେ କହିଥିଲେ ଧୋନୀ।

ଫାଫ ଡୁ’ ପ୍ଲେସି (୫୦) ଓ ଋତୁରାଜ ଗାଏକ୍ୱାଡ (୩୩)ଙ୍କ ଯୋଡ଼ି ୯ ଓଭରରେ ୭୪ ରନ୍‌ ଯୋଡ଼ିଥିଲେ। ଦୁହେଁ ଆଉଟ୍‌ ହେବା ପରେ ମ୍ୟାଚ୍‌କୁ ଫେରିଥିଲା ବିରାଟ କୋହଲିଙ୍କ ଦଳ। କିନ୍ତୁ ହର୍ଶଲ ପଟେଲଙ୍କ ଅନ୍ତିମ ଓଭରରେ ୩୭ ରନ୍‌ ଲଗାଇଥିଲେ ଜାଡେଜା। ତାଙ୍କ ୬୨ (୫ ଛକା ଓ ୪ ଚୌକା) ରନ୍‌ର ଅପରାଜିତ ଇନିଂସ ଯୋଗୁ ସିଏସ୍‌କେ ପୂରା ୨୦ ଓଭରରେ ୪ ଉଇକେଟ ହରାଇ ୧୯୧ ରନ କରିଥିଲା । ଜବାବରେ ଆରସିବିକୁ ବିସ୍ଫୋରକ ଆରମ୍ଭ ଦେଇଥିଲେ ଦେବଦତ୍ତ ପାଡିକଲ (୩୪ ରନ୍‌, ୪ ଚୌକା ଓ ୨ ଛକା)। କିନ୍ତୁ ଫେଲ୍‌ ମାରିଥିଲେ କୋହଲି (୮), ଗ୍ଲେନ ମ୍ୟାକ୍ସଓ୍ବେଲ (୨୨) ଓ ଏବି ଡି’ଭିଲିୟର୍ସ (୪)। ଫଳରେ ଆରସିବି ୯ ଉଇକେଟ ହରାଇ ୧୨୨ ରନ୍‌ କରିପାରି ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri