Posted inଖେଳ

ଅଷ୍ଟ୍ରେଲିଆ ବିପକ୍ଷରେ ଜାଡେଜାଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୭।୨: ଅଷ୍ଟ୍ରେଲିଆ ବିପକ୍ଷରେ ନୂଆଦିଲ୍ଲୀରେ ଖେଳାଯାଉଥିବା ସିରିଜର ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ବିଶ୍ୱ ରେକର୍ଡ କରିଛନ୍ତି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। ଉସମାନ ଖ୍ବାଜାଙ୍କ ଉଇକେଟ ନେବା ପରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। କ୍ରିକେଟ ଇତିହାସରେ ସେ କିମ୍ବଦନ୍ତୀ କପିଲ ଦେବ ଏବଂ ଇମ୍ରାନ ଖାଁଙ୍କୁ ପଛରେ ପକାଇ ଟେଷ୍ଟ କ୍ରିକେଟରେ ୨୫୦ କିମ୍ବା ଅଧିକ ଉଇକେଟ ନେବା ସହି ୨୫୦୦ରୁ ଅଧିକ ରନ କରିବାରେ ଦ୍ରୁତତମ ଏସୀୟ କ୍ରିକେଟର ହୋଇଛନ୍ତି। ଜାଡେଜା ତାଙ୍କର ୬୨ ତମ ଟେଷ୍ଟ ଖେଳିବାବେଳେ ଏହି ସଫଳତା ହାସଲ କରିଛନ୍ତି।

ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ଇୟାନ ବୋଥମ ନିଜ କ୍ୟାରିୟରର ୫୫ ତମ ଟେଷ୍ଟରେ ଏହି କୀର୍ତ୍ତିମାନ ହାସଲ କରିଥିଲେ। ହେଲେ ଇମ୍ରାନଙ୍କୁ ଏଥିଲାଗି ୬୪ ଟେଷ୍ଟ ଏବଂ କପିଲଙ୍କୁ ୬୫ ଟି ଟେଷ୍ଟ ଖେଳିବାକୁ ପଡିଥିଲା।

ଟେଷ୍ଟ କ୍ରିକେଟରେ ୨୫୦ ଉଇକେଟ ନେଇଥିବା ଭାରତୀୟ ଖେଳାଳି ତାଲିକାରେ ଜାଡେଜା ଅଷ୍ଟମ। ତାଙ୍କ ପୂର୍ବରୁ ଅନିଲ କୁମ୍ବଲେ, ରବିଚନ୍ଦ୍ରନ ଅଶ୍ୱିନ, କପିଲ ଦେବ, ହରଭଜନ ସିଂ, ଇଶାନ୍ତ ଶର୍ମା, ଜାହିର ଖାଁ, ବିଶନ ସିଂ ବେଦୀ ଏହି କାରନାମା କରିଥିଲେ। ୬୨ ତମ ଟେଷ୍ଟର ୧୧୭ ତମ ଇନିଂସରେ ବୋଲିଂ କରୁଥିବା ବେଳେ ଜାଡେଜା ହାରାହାରି ୨୪.୪୨ ସହ ୨୫୦ ଟେଷ୍ଟ ୱିକେଟ ହାସଲ କରିଛନ୍ତି।

ବୋଲିଂ ଭଳି ବ୍ୟାଟିଂରେ ମଧ୍ୟ ଜାଡେଜା ଚମକିଛନ୍ତି। ୬୨ ଟି ଟେଷ୍ଟର ୯୦ ଇନିଂସରେ  ଜାଡେଜା ହାରାହାରି ୩୭.୦୪ ୨୫୯୩ ରନ ସଂଗ୍ରହ କରିଛନ୍ତି। ଏଥି ମଧ୍ୟରେ  ୩ ଶତକ ଏବଂ ୧୮ ଅର୍ଦ୍ଧଶତକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri