Posted inଖେଳ

ବଡ଼ ରେକର୍ଡ ହାସଲ କଲେ ଜାଡେଜା

କଲମ୍ବୋ,୧୩।୯: ଭାରତୀୟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏସିଆ କପ ୨୦୨୩ରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ଭାରତ ପାଇଁ ଏସିଆ କପ ଟୁର୍ନାମେଣ୍ଟରେ ସର୍ବାଧିକ ଉଇକେଟ ନେଇ ଜାଡେଜା ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ଏହି ପ୍ରସଙ୍ଗରେ ସେ ପୂର୍ବତନ ଭାରତୀୟ ବୋଲର ଇରଫାନ ପଠାନଙ୍କୁ ପଛରେ ପକାଇଛନ୍ତି। ତାଙ୍କ ନାମରେ ଏହି ରେକର୍ଡ କରାଯାଇଥିଲା। ଏସିଆ କପ୍ର ଦିନିକିଆ ଫର୍ମାଟରେ ଖେଳାଯାଇଥିବା ମ୍ୟାଚରେ ଜାଡେଜା ଏହି ସଫଳତା ହାସଲ କରିଛନ୍ତି।
ଶ୍ରୀଲଙ୍କା ବିପକ୍ଷ ସୁପର-୪ ମ୍ୟାଚ୍‌ରେ ରବୀନ୍ଦ୍ର ଜାଡେଜା ଦାସୁନ ଶାନାକାଙ୍କୁ ଆଉଟ୍‌ କରି ଏହି ସଫଳତା ହାସଲ କରିଥିଲେ। ଭାରତୀୟ ଦଳ ପାଇଁ ଇରଫାନ ପଠାନ ଏସିଆ କପରେ ୧୨ଟି ମ୍ୟାଚ ଖେଳି ହାରାହାରି ୨୭.୫୦ରେ ୨୨ଟି ଉଇକେଟ ନେଇଥିଲେ। ଏହି ମ୍ୟାଚ ଆରମ୍ଭ ପୂର୍ବରୁ ଜାଡେଜାଙ୍କ ନାମରେ ମଧ୍ୟ ସମାନ ସଂଖ୍ୟକ ଉଇକେଟ ନେଇଥିଲେ। ତେବେ ଏସିଆ କପରେ ୧୮ ଟି ମ୍ୟାଚ ପରେ ଜାଡେଜା ୨୪ ଉଇକେଟ ନେଇଛନ୍ତି।
ଏସିଆ କପ୍‌ର ଦିନିକିଆ ଫର୍ମାଟରେ ସର୍ବାଧିକ ଉଇକେଟ ନେଇ ଶ୍ରୀଲଙ୍କାର କିମ୍ବଦନ୍ତୀ ପୂର୍ବତନ ଖେଳାଳି ମୁଥିଆ ମୁରଲୀଥରନ ପ୍ରଥମ ସ୍ଥାନରେ ଅଛନ୍ତି। ଏସିଆ କପ ଇତିହାସରେ ୨୪ଟି ମ୍ୟାଚ ଖେଳି ମୁରଲୀ ୩୦ ଉଇକେଟ ନେଇଥିଲେ। ଏହା ପରେ ଲାସିଥ ମାଲିଙ୍ଗା ୨୯ ଉଇକେଟ ସହ ଦ୍ୱିତୀୟ ସ୍ଥାନରେ ଏବଂ ଅଜନ୍ତା ମେଣ୍ଡିସ ୨୬ ଉଇକେଟ ସହ ତୃତୀୟ ସ୍ଥାନରେ ଅଛନ୍ତି। ଜାଡେଜା ବର୍ତ୍ତମାନ ଏହି ପ୍ରସଙ୍ଗରେ ପଞ୍ଚମ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri